Industrialist Mukesh Ambani, family get threat calls
ରିଲାଏନ୍ସ ଗ୍ରୁପ୍ର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ମିଳିଛି। ଫୋନ୍ରେ ଏହି ଧମକ ଦିଆଯାଇଛି। ଏହି ଧମକ ଥରେ କି ୨ଥର ନୁହେଁ ବରଂ ୩ଥର କଲ୍ କରାଯାଇ ଦିଆଯାଇଛି। କିଏ ଓ କାହିଁକି ଏହି ଧମକପୂର୍ଣ୍ଣ କଲ୍ କରିଥିଲା, ତାହା ଜଣାପଡ଼ିନି। ଏନେଇ ଡିବି ମାର୍ଗ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି।
କୁହାଯାଉଛି ଯେ, ଧମକ ଦେଇଥିବା ବ୍ୟକ୍ତି ଜଣକ ୩ ଥର ରିଲାଏନ୍ସ ଫାଉଣ୍ଡେସନର ହରକିଶନଦାସ ହସ୍ପିଟାଲ୍କୁ କଲ୍ କରିଥିଲେ। ଫୋନ୍ କରି ସମ୍ପୃକ୍ତ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦେଇଥିଲେ। ସୂଚନାଥାଉ କି, ଏହା ପୂର୍ବରୁ ଗତବର୍ଷ ଫେବୃଆରୀରେ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ସନ୍ଦିଗ୍ଧ କାର୍ ମିଳିଥିଲା। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କାର୍ ଭିତରୁ ବିସ୍ଫୋରକ ସାମଗ୍ରୀ ଜିଲୋଟିନ୍ ମିଳିଥିଲା। ଏହି ମାମଲାରେ ମହାରାଷ୍ଟ୍ର ଏଟିଏସ୍ ବ୍ୟତୀତ ଏନ୍ଆଇଏ ମଧ୍ୟ ଯାଞ୍ଚ କରିଥିଲା।
ଯେଉଁ କାର୍ରୁ ବିସ୍ଫୋରକ ସାମଗ୍ରୀ ମିଳିଥିଲା, ସେହି କାର୍ ମନସୁଖ ହିରେନ୍ଙ୍କ ଥିଲା। ହେଲେ କିଛିଦିନ ପରେ ମନସୁଖଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ NIA, ମୁମ୍ବାଇ ପୋଲିସ୍ ଅଫିସର ସଚିନ ଭାଜେଙ୍କୁ ଗିରଫ କରିଥିଲା। ସଚିନ ଭାଜେ ମନସୁଖଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/_______1660550797.jpg)