IndiGo's Kolkata-bound flight skidded while taxing for take-off
ରନ୍ୱେରୁ ଖସିଲା ଇଣ୍ଡିଗୋ ବିମାନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଆସାମ ଜୋରହାଟ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନ ଉଡାଣ ଆରମ୍ଭ କରୁଥିବା ବେଳେ ରନ୍ୱେରୁ ଖସି ପଡିଥିଲା । ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇଥିବା ସୂଚନା ମିଳିନି ।
ସୂଚନା ଅନୁସାରେ, ବିମାନଟି ଆସାମର ଜୋରହାଟରୁ କୋଲକତା ଆସିବା ପାଇଁ ସ୍ଥିର ହୋଇଥିଲା । ସେହି ସମୟରେ ହଠାତ୍ ବିମାନଟି ରନ୍ୱେରୁ ଖସିପଡିଥିଲା । ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିବାବେଳେ କେହି ଆହତ ହୋଇନାହଁନ୍ତି ।
ତେବେ ଇଣ୍ଡିଗୋ ବିମାନ ରନ୍ୱେରୁ ଖସିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରାଥମିକ ତଦନ୍ତ ବେଳେ ଏୟାରକ୍ରାଫ୍ଟରେ ସେମିତି କିଛି ତ୍ରୁଟି ଦେଖିବାକୁ ମିଳି ନଥିଲା ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659066209.jpg)