Advertisment

କରୋନା ଟିକା ନେଲେ ୧୦ ପ୍ରତିଶତ ଶସ୍ତାରେ ମିଳିବ ବିମାନ ଟିକେଟ୍‌

କରୋନା ଟିକା ନେଲେ ୧୦% ଶସ୍ତାରେ ମିଳିବ ବିମାନ ଟିକେଟ, ଏହି ଏୟାରଲାଇନ୍ସ ଦେଲା ଅଫର

Indigo

Indigo

Advertisment

କରୋନା ଟିକା ନେଲେ ଶସ୍ତାରେ ବିମାନରେ ଯାତ୍ରା କରିପାରିବେ ଆପଣ। ଯଦି ଆପଣ ଏହି ସପ୍ତାହରେ କିମ୍ବା ଆଗାମୀ ସପ୍ତାହରେ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରିବା ଲାଗି ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ଲାଗି ଏହା ନିଶ୍ଚିତ ଭାବରେ ଖୁସି ଖବର। କାରଣ ଏମିତି ଧମାକାଦାର ଅଫର ଆଣିଛନ୍ତି କିଛି ବିମାନ କମ୍ପାନୀ। କାରଣ ଦୀର୍ଘଦିନ ବର୍ଷ ହେବ କରୋନା ପାଇଁ ବିମାନରେ ଯାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଆଉ ଏବେବି ସ୍ୱାଭାବିକ ଭାବରେ ବିମାନରେ ଯାତ୍ରା କରିପାରୁନାହାନ୍ତି ଯାତ୍ରୀ। ତେବେ ଯାତ୍ରୀଙ୍କୁ ବିମାନରେ ଯିବା ପାଇଁ ଆକୃଷ୍ଟ କରିବା ପାଇଁ ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଛି।

Advertisment

କମ୍ପାନୀ ପକ୍ଷରୁ ଟ୍ୱିଟ୍‌ କରି ଏମିତି ନିଷ୍ପତ୍ତି ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ଯେଉଁ ଯାତ୍ରୀମାନେ କରୋନାର ପ୍ରଥମ ଡୋଜ୍‌ ଟିକା ନେଇଥିବେ ସେମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ। ଏହାସହ ଯାତ୍ରୀମାନେ ଯେଉଁ ସମୟରେ ଟିକେଟ୍‌ ବୁକିଂ କରିବେ ସେମାନେ ‘ଭ୍ୟାକ୍ସି ଫେୟାର’ ବିକଳ୍ପ ବାଛିବାକୁ ପଡିବ। କିନ୍ତୁ କମ୍ପାନୀ ପକ୍ଷରୁ ଦିଆଯାଉଥିବା ଏହି ଅଫର ପାଇବାକୁ ହେଲେ ଯାତ୍ରୀଙ୍କୁ ୧୫ ଦିନ ପୂର୍ବରୁ ଟିକେଟ୍‌ ବୁକିଂ କରିବାକୁ ପଡ଼ିବ। କାରଣ କମ୍ପାନୀର ସୂଚନା ଅନୁସାରେ ବୁକିଂର ୧୫ ଦିନ ପରେ ହିଁ ଏହି ସ୍ୱତନ୍ତ୍ର ସୁବିଧା ମିଳିପାରିବ।

ଏହାପୂର୍ବରୁ, ଗୋ ଫାର୍ଷ୍ଟ ମଧ୍ୟ ଏଭଳି ସମାନ ଅଫର ଆଣିସାରିଛି। କରୋନା ପାଇଁ ସାରା ବିଶ୍ୱରେ ମାନ୍ଦାଅବସ୍ଥା ଦେଖାଦେଇଛି। ସ୍ଥିତି ଏମିତି ହୋଇଛି କି, ବିମାନର ଯାତ୍ରା ଅନେକାଂଶରେ କମିଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣରେ ହ୍ରାସ ହୋଇଥିବାରୁ ପୁଣି ଥରେ ସ୍ୱାଭାବିକ ବିମାନ ଚଳାଚଳ କରିବା ପାଇଁ ଉଦ୍ୟମ କରୁଛନ୍ତି ବିଭିନ୍ନ କମ୍ପାନୀ। ଯାହାଫଳରେ ଏମିତି ଆକର୍ଷଣୀୟ ଅଫର ଦେଉଛନ୍ତି ବିଭିନ୍ନ ବିମାନ କମ୍ପାନୀ।

Advertisment
Coronavirus Indigo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ