Advertisment

ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ କରାଚୀରେ ଇଣ୍ତିଗୋ ବିମାନର ଜରୁରୀ ଅବତରଣ

ପାକିସ୍ତାନରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ। ଦୋହା ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ପାକିସ୍ତାନର କରାଚି ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି।

ଅଦ୍ୟତନ ହୋଇଛି
Doha Bound IndiGo Flight Diverted To Pakistan's Karac

IndiGo

Advertisment

ପାକିସ୍ତାନରେ ଜରୁରୀକାଳୀନ ଅବତରଣ କଲା ଇଣ୍ତିଗୋ ବିମାନ । ଦିଲ୍ଲୀରୁ ଦୋହା ଯାଉଥିବା ଇଣ୍ତିଗୋ ବିମାନଟି ପାକିସ୍ତାନର କରାଚୀରେ ଏମରଜେନ୍ସି ଲ୍ୟାଣ୍ତିଂ କରିଛି । ଇଣ୍ତିଗୋ ପକ୍ଷରୁ କୁହାଯାଇଛି ଯେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଗୁରୁତର ହୋଇପଡ଼ିବାରୁ ବିମାନକୁ କରାଚୀରେ ଲ୍ୟାଣ୍ତ କରିବାକୁ ବାଧ୍ୟ ହୋଇଥିଲେ । ପାକିସ୍ତାନ ସରକାରଙ୍କ ଅନୁମତିରେ ବିମାନକୁ ଅବତରଣ କରାଯାଇଥିଲା ।

Advertisment

ବିମାନ ଅବତରଣ ପରେ ମେଡ଼ିକାଲ ଟିମ୍‌ ଯାତ୍ରୀର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯାତ୍ରୀ ଜଣକ ନାଇଜେରିଆର ବାସିନ୍ଦା ଥିଲେ । ଇଣ୍ତିଗୋ ବିମାନ ମୃତଶରୀରକୁ ନେଇ ଦିଲ୍ଲୀ ଫେରି ଆସିଥିଲା । ଏହି ଘଟଣାକୁ ନେଇ ଇଣ୍ତିଗୋ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।

Advertisment
IndiGo Airlines IndiGo Flight Flight Emergency Landing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ