Advertisment

ଇଣ୍ଡିଗୋ ଏୟାରଲାଇନ୍ସର ଅମାନବିକତା, ଦିବ୍ୟାଙ୍ଗ ନାବାଳକକୁ ବିମାନରେ ଯାତ୍ରା ପାଇଁ ମିଳିଲାନି ଅନୁମତି

ଦିବ୍ୟାଙ୍ଗ ବୋଲି ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ।

ଅଦ୍ୟତନ ହୋଇଛି
IndiGo Bars Specially-Abled Boy From Boarding

IndiGo Bars Specially-Abled Boy From Boarding

Advertisment

ଇଣ୍ଡିଗୋ ଏୟାରଲାଇନ୍ସର ଅମାନବିକତା। ଦିବ୍ୟାଙ୍ଗ ବୋଲି ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଅନୁମତି ମିଳି ନଥିବା ସୂଚନା ମିଳିଛି। ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଦିବ୍ୟାଙ୍ଗ ନାବାଳକ ଭୟଭୀତ ଅବସ୍ଥାରେ ଥିବାରୁ ତାଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ମିଳି ନଥିବା ସୂଚନା ମିଳିଛି। ଦିବ୍ୟାଙ୍ଗ ନାବାଳକଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ନମିଳିବା ପରେ ତାଙ୍କ ସହ ଯାତ୍ରା କରୁଥିବା ପରିବାରର ଅନ୍ୟ ସଦସ୍ୟ ବିମାନରେ ଯାତ୍ରା ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ହ୍ୱିଲ୍‌ ଚେୟାରରେ ଦିବ୍ୟାଙ୍ଗ ପିଲାଟି ଥିବାରୁ ଏହା ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ବୋଲି ଇଣ୍ଡିଗୋ କର୍ମଚାରୀ ଦର୍ଶାଇଥିଲେ। ଏହାସହ ସମ୍ପୃକ୍ତ ନାବାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା।  ଏହାକୁ ନେଇ ଆପତ୍ତି ଉଠାଇବା ପରେ ଇଣ୍ଡିଗୋ କର୍ମଚାରୀ ଦିବ୍ୟାଙ୍ଗ ବାଳକଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିବାର ଦୃଶ୍ୟ ଅନ୍ୟ ଜଣେ ଯାତ୍ରୀ କ୍ୟାମେରାରେ କଏଦ କରିଥିଲେ। 

Advertisment

ଜଣେ ଦିବ୍ୟାଙ୍ଗ ଓ ତାଙ୍କ ପରିବାର ପ୍ରତି ଇଣ୍ଡିଗୋ କର୍ମଚାରୀଙ୍କ ଏଭଳି ବ୍ୟବହାରକୁ ନେଇ ଇଣ୍ଡିଗୋ(IndiGo) ଏୟାର ଲାଇନ୍ସ ସମାଲୋଚନାର ଶିକାର ହୋଇଛି। ସେପଟେ ଘଟଣାକୁ ନେଇ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦିବ୍ୟାଙ୍ଗ ବାଳକ ଓ ତାଙ୍କ ପରିବାର ସଦସ୍ୟ ବିମାନରେ ଯାତ୍ରା କରିନଥିଲେ। ମେ’ ୭ରେ ଏହି ଘଟଣା ଘଟିଥିଲା। ଦିବ୍ୟାଙ୍ଗ ନାବାଳକ ଭୟଭୀତ ଅବସ୍ଥାରେ ଥିଲେ। ଶାନ୍ତ ହେବା ପର୍ଯ୍ୟନ୍ତ ଗ୍ରାଉଣ୍ଡ ଷ୍ଟାଫ୍‌ ତାଙ୍କର ଅପେକ୍ଷା କରିଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ସେ ଶାନ୍ତ ହୋଇନଥିଲେ। ଏହାପରେ ସମ୍ପୃକ୍ତ ଦିବ୍ୟାଙ୍ଗ ନାବାଳକ ଏବଂ ତାଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ହୋଟେଲରେ ରହିବା ପାଇଁ ସୁବିଧା କରାଯାଇଥିଲା। ଏହାର ପରଦିନ ସକାଳେ ସେମାନଙ୍କୁ ଇଣ୍ଡିଗୋ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇଛି।  ଇଣ୍ଡିଗୋ ବିମାନରେ ମାସିକ ୭୫ ହଜାର ଦିବ୍ୟାଙ୍ଗ ଉଡ଼ାଣ ଭରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। 

ଘଟଣାକୁ ନେଇ DGCA( Directorate General of Civil Aviation) ତଦନ୍ତ ଆରମ୍ଭ କରିବା ସହ ରିପୋର୍ଟ ଦାଖଲ କରିବାକୁ ଇଣ୍ଡିଗୋ ଏୟାରଲାନ୍ସକୁ କହିଛି। ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ଏଭଳି ଆଚରଣ ଦୁର୍ଭାଗ୍ୟଜନକ। କେହିବି ଏଭଳି ବ୍ୟବହାର କରିବା ଉଚିତ୍‌ ନୁହେଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ସେ କହିଛନ୍ତି, ‘ମୁଁ ନିଜେ ଏହି ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

Advertisment

IndiGo Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ