Growth rate
୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫ ପ୍ରତିଶତ । ଏଭଳି ଆକଳନ କରିଛି ୱାର୍ଲଡ ବ୍ୟାଙ୍କ । ଏହି ଆର୍ଥିକ ବର୍ଷରେ ଦକ୍ଷିଣ ଏସିଆରେ ୬ ପ୍ରତିଶତ ଅଭିବୃଦ୍ଧି ହେବ । ତେବେ ବିକାଶ ହାର ଭାରତରେ ଅଧିକ ଅର୍ଥାତ ୭.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।
ରିପୋର୍ଟ ଅନୁଯାୟୀ ଆସନ୍ତା ୨ ବର୍ଷ ଯାଏଁ ଦକ୍ଷିଣ ଏସିଆର ବିକାଶ ହାର ଅଧିକ ରହିବ । ତେବେ ଦକ୍ଷିଣ ଏସିଆ ଦେଶ ଗୁଡ଼ିକ ରୋଜଗାର ଉପରେ ଫୋକସ କଲେ ବିକାଶ ହାର ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି । ଘରୋଇ ନିବେଶ ଓ ସରକାରୀ ଖର୍ଚ୍ଚ ବଢ଼ିଥିବାରୁ ବିକାଶ ହାର ବଢ଼ୁଥିବା ରିପୋର୍ଟରେ କୁହାଯାଇଛି ।
ଭାରତରେ ମୁଦ୍ରାସ୍ପିତୀ ହାର ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ଟାର୍ଗେଟ ଭିତରେ ରହିଛି । ଏହା ସହ RBI ତାର ସମସ୍ତ ପଲିସି ଅପରିବର୍ତ୍ତିତ ରଖିଛି । ତେବେ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ହୋଇଛି । ଏଲ-ନିନୋ ଯୋଗୁଁ ଅମଳ ହ୍ରାସ ହୋଇଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712150436.jpg)