Advertisment

ମୟୂର ତରକାରୀ କରି ବନ୍ଧାହେଲେ ୟୁଟ୍ୟୁବର

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି, ଖାଇଛନ୍ତି ମଧ୍ୟ ।

ଅଦ୍ୟତନ ହୋଇଛି
Indian YouTuber Arrested After Peacock Curry Video

Peacock Curry

Advertisment

ସୋସିଆଲ ମିଡିଆରେ ବାସିଲା ମୟୂର ତରକାରୀ। ଆମ ଜାତୀୟ ପକ୍ଷୀକୁ ହତ୍ୟା କରି ତା’ର ମାଂସକୁ ରୋଷେଇ କରୁଥିଲେ ୟ୍ୟୁଟ୍ୟୁବର । ବାବୁ ଭାବିଥିଲେ, ଏହି ଭିଡିଓରୁ ତାଙ୍କୁ ମିଳିବ ଲକ୍ଷ ଲକ୍ଷ ଭ୍ୟୁ ଓ ସେ ରାତାରାତି ଫେମସ ହୋଇଯିବେ । ଯାହା ସତ ହୋଇଥିଲା, କିନ୍ତୁ ବିବାଦରେ ଛନ୍ଦି ହୋଇଗଲେ ୟୁଟ୍ୟୁବର ଜଣକ ।

Advertisment

ନିଜ ଫଲୋର୍ସ ବଢାଇବା ପାଇଁ କିଛି ୟୁଟ୍ୟୁବର୍‌ମାନେ ଅଜବ ଜିନିଷ କରୁଛନ୍ତି । ଫେମସ ହେବାପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି । ଯାହାର ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ । ହେଲେ ଏହାର ପରିଣତି ବିଷୟରେ ସେମାନେ ଚିନ୍ତା କରନ୍ତି ନାହିଁ । ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରି ଭାବେ ଜଣେ ୟୁଟ୍ୟୁବର୍‌ ତେଲେଙ୍ଗାନା ସିରସିଲାର ପ୍ରଣୟ କୁମାର, ନିଜ ୟୁଟ୍ୟବ୍‌ ଚ୍ୟାନେଲରେ ମୟୂର ତରକାରୀ ଭିଡିଓ ପକାଇ ଏବେ ବନ୍ଧା ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ କରି ଫସିଲେ ୟୁଟ୍ୟୁବର୍ ! ଏବେ ଭୋଗିବେ ଦଣ୍ତ...

Advertisment

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି, ଖାଇଛନ୍ତି ମଧ୍ୟ । ତେବେ ପ୍ରଣୟଙ୍କ ଗୋଟିଏ ୟ୍ୟୁଟ୍ୟୁବ ଚ୍ୟାନେଲ ରହିଛି ଯେଉଁଥିରେ ସେ ବିଭିନ୍ନ ରୋଷେଇର ଭିଡିଓ ଅପଲୋଡ କରନ୍ତି। କିଛିଦିନ ତଳେ ସେ ମୟୂର ତରକାରୀର ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ କରିଥିଲେ। ଯାହାର ଟାଇଟଲ ଥିଲା “ଟ୍ରାଡିସନାଲ ପିକକ୍ କରି ରେସିପି”। ଦେଖୁ ଦେଖୁ ଏହା ଭାଇରାଲ ହୋଇଯାଇଥିଲା । ୟୁଜର୍ସ ଏହାକୁ ନିନ୍ଦା କରିବା ସହ ପ୍ରଣୟଙ୍କୁ ଗିରଫ କରିବାକୁ ସୋସିଆଲ ମିଡିଆରେ ଦାବି କରିଥିଲେ।

ଖବର ବନବିଭାଗ ପାଖରେ ପହଞ୍ଚିଥିଲା । ତେଣୁ ଅବୈଧ ବନ୍ୟଜନ୍ତୁ ଶିକାର କରି ଖାଇବା ଅଭିଯୋଗରେ ବନବିଭାଗ ପ୍ରଣୟଙ୍କୁ ଗିରଫ କରିଛି । ଏଥିସହ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ଛାନଭିନ କରିଛି ବିଭାଗ ।

Advertisment

ସେଠାରୁ ରକ୍ତ ଛିଟା ଓ ବିଭନ୍ନ ସାମ୍ପଲ ସଂଗ୍ରହ କରି ଫରେନସିକ୍‌ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛି। ଏହାସହ ବଳିଥିବା ତରକାରୀର ସାମ୍ପଲକୁ ମଧ୍ୟ ପଠାଯାଇଛି। ତେବେ ପୋଲିସକୁ ପ୍ରଣୟ କହିଛି ଯେ, ନିଜ ସବସ୍କ୍ରାଇବର ବଢାଇବା ପାଇଁ ସେ ଏପରି କାମ କରିଥିଲା। ତେବେ ସିରସିଲା ପୋଲିସ ଅଧୀକ୍ଷକ କହିଛନ୍ତି ଯେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ପ୍ରଣୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କାରଣ ଏହି ଭିଡିଓ କେବଳ ସଂରକ୍ଷିତ ପ୍ରଜାତିର ହତ୍ୟାକୁ ପ୍ରୋତ୍ସାହନ ଦେଇନାହିଁ ବରଂ ବନ୍ୟଜନ୍ତୁ ସୁରକ୍ଷା ନିୟମକୁ ମଧ୍ୟ ଉଲ୍ଲଂଘନ କରିଛି ।

Indian YouTuber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ