Advertisment

ଲମ୍ବା କେଶ ପାଇଁ ଗିନିଜ ରେକର୍ଡ: ଚର୍ଚ୍ଚାରେ ୟୁପି ମହିଳା

ଲମ୍ବା କେଶ ରଖିବା ନିଶାରେ ୧୪ ବର୍ଷ ବୟସରୁ କାଟି ନାହାନ୍ତି ଚୁଟି ... ବିନ୍ୟାସ ପାଇଁ ସପ୍ତାହକୁ ଦୁଇ ଥରରେ ଦିଅନ୍ତି ୬ ଘଣ୍ଟାରୁ ଅଧିକ ସମୟ ...

  Guinness World Record

Guinness World Record

Advertisment

କେଶର ଲମ୍ବ ୭ ଫୁଟ୍ ୯ ଇଞ୍ଚ...ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏମିତି ଲମ୍ବା ଏବଂ ସିଧା ଚୁଟି ରଖି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ଉତ୍ତରପ୍ରଦେଶର ମହିଳା ସ୍ମିତା ଶ୍ରୀବାସ୍ତବ। ସ୍ମିତାଙ୍କ ବୟସ ୪୬ ବର୍ଷ। ପିଲାଟି ଦିନରୁ କେଶ ବିନ୍ୟାସରେ ରୁଚି ରଖୁଥିବା ସ୍ମିତା, ତାଙ୍କର ଏ ସଉକ ପାଇଁ ଆଜି ଏ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନ ପାଇଛନ୍ତି ଗିନିଜ୍ ଅଫ୍ ୱାର୍ଲଡ ରେକର୍ଡରେ।

Advertisment

ସବୁଠୁ ବଡ଼ କଥା ହେଉଛି ୧୪ ବର୍ଷ ବୟସରୁ ସ୍ମିତା ନିଜ ଚୁଟି କାଟି ନାହାନ୍ତି। ଯାହା କାଟିଥିଲେ ୧୪ ବର୍ଷ ପୂର୍ବରୁ ବା ପିଲା ଦିନେ। ଗିନିଜ୍ ୱାର୍ଲଡ ରେକର୍ଡର ସୂଚନା ଅନୁଯାୟୀ, ସ୍ମିତାଙ୍କ କହିବା ମତେ ମହିଳାଙ୍କ ସୁନ୍ଦରପଣ ତାଙ୍କ କେଶରେ ହିଁ ଥାଏ। ସେଇଥି ପାଇଁ ହିନ୍ଦୁ ପରମ୍ପରାରେ ମହିଳାମାନେ ସାଧାରଣଃ ଲମ୍ବା କେଶ ରଖିଥାନ୍ତି। ଏପରିକି ଦେବୀମାନେ ବି ଲମ୍ବା କେଶ ରଖୁଥିବାର ଧାରଣାକୁ ନେଇ ମହିଳାଙ୍କ
ଚୁଟି କାଟିବାକୁ ଅଶୁଭ ମନାଯାଇଥାଏ।

ଏଥିସହ ୮୦ ଦଶକରୁ ବଲିଉଡ୍ ଅଭିନେତ୍ରୀମାନଙ୍କ ଲମ୍ବା ଲମ୍ବା କେଶକୁ ଦେଖି ସେ ଏଥିପାଇଁ ପ୍ରେରିତ ହୋଇଥିବା କୁହନ୍ତି। ତେବେ ଏଥିପାଇଁ ତାଙ୍କୁ କମ୍ କଷ୍ଟ ସ୍ୱୀକାର କରିବାକୁ ପଡ଼େନି। କେଶକୁ ସୁନ୍ଦର ଭାବେ ବଢାଇବା ପାଇଁ ସେ ନିୟମିତ ତାର ଯତ୍ନ ନିଅନ୍ତି।

Advertisment

କେଶ ବିନ୍ୟାସ ପାଇଁ ସପ୍ତାହକୁ ଦୁଇଥର ମୁଣ୍ଡ ସଫା କରିବା, ତାକୁ ଶୁଖାଇବା, ସଜାଡ଼ି କୁଣ୍ଡାଇବା, ଆକର୍ଷଣୀୟ ରୂପ ଦେବାକୁ ୬ ଘଣ୍ଟାରୁ ଅଧିକ ସମୟ ଦିଅନ୍ତି । କେବଳ ୭ ଫୁଟ ୯ ଇଞ୍ଚର ଏ ଲମ୍ବା କେଶକୁ ଧୋଇ ସଫା କରିବାକୁ ତାଙ୍କୁ ପ୍ରାୟ ୩୦ରୁ ୪୫ ମିନିଟ୍ ସମୟ ଲାଗିଥାଏ। ତେବେ ଏତେବଡ଼ ଚୁଟିକୁ କୁଣ୍ଡାଇବା ସହଜ ନଥିବାରୁ ସେ ବେଡ୍ ଉପରେ ଠିଆ ହୋଇ ତଳକୁ ଚୁଟି ଓହଳାଇ କୁଣ୍ଡାଇଥାନ୍ତି।...

Guinness World Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ