ଟ୍ରେନ୍ରେ ଯାତ୍ରା କରୁଥିବା କିମ୍ବା ଯାତ୍ରା ପାଇଁ ଯୋଜନା କରିଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଆହୁରି ଶସ୍ତାରେ ଆପଣ ଏସି କୋଚ୍ରେ ଯାତ୍ରା କରିପାରିବେ। ଏସି-୩ ଟାୟର ଇକୋନୋମି କ୍ଲାସ୍ ଟିକେଟ୍ ଦାମ୍ ହ୍ରାସ ଲାଗି ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଗତକାଲିଠୁ ଏହା ଲାଗୁ ହୋଇଛି। ଏହାସହ ପୂର୍ବଭଳି ଯାତ୍ରୀଙ୍କୁ ମିଳୁଥିବା ସୁବିଧା ଜାରି ରହିବ।
ଅଧିକ ପଢ଼ନ୍ତୁ: ଟ୍ରେନ ପଛରେ କାହିଁକି ରହିଥାଏ ‘X’ ଚିହ୍ନ ? କ’ଣ ଏହାର କାରଣ ? ଜାଣନ୍ତୁ...
ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଯେଉଁ ଯାତ୍ରୀ ଅନ୍ଲାଇନ୍ରେ କିମ୍ବା କାଉଣ୍ଟରରେ ଟିକେଟ୍ ବୁକ୍ କରିଛନ୍ତି ସେମାନଙ୍କୁ ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ପାଇଁ ଅତିରିକ୍ତ ଟଙ୍କା ଫେରସ୍ତ ମିଳିବ। ନିର୍ଦ୍ଦେଶ ଅନୁସାରେ, ଗତବର୍ଷ ଜାରି ହୋଇଥିବା ସର୍କୁଲାର ଅନୁସାରେ ଏସି-୩ ଟାୟର ଇକୋନୋମି କ୍ଲାସ୍ ଟିକେଟ୍ ଭଡ଼ା, ଏସି-୩ ଟାୟର ଟିକେଟ୍ ଭଡ଼ା ସହ ସମାନ କରାଯାଇଥିଲା। ଯାହାକି ଏବେ ହ୍ରାସ ପାଇଛି।
Also Read
ଯାତ୍ରୀଙ୍କୁ 'ସର୍ବୋତ୍ତମ ଓ ଶସ୍ତା ଏସି ଭ୍ରମଣ' ସେବା ଯୋଗାଇବା ଲାଗି ରେଲ୍ୱେ ବୋର୍ଡ ପକ୍ଷରୁ ୩ ଟାୟର ଇକୋନୋମି କୋଚ୍ ଆରମ୍ଭ ହୋଇଥିଲା। ଏହି କୋଚ୍ର ଭଡ଼ା ସାଧାରଣତଃ ଏସି-୩ ଟାୟର କୋଚ୍ ତୁଳନାରେ ୬-୭ ପ୍ରତିଶତ କମ୍। ସୂଚନା ଅନୁସାରେ, ଏସି-୩ ଟାୟର କୋଚ୍ରେ ୭୨ଟି ବର୍ଥ ଥିବାବେଳେ ଏସି-୩ ଟାୟର ଇକୋନୋମିରେ ୮୦ଟି ବର୍ଥ ରହିଛି।
ସୂଚନାଥାଉ କି, ଏସି-୩ ଟାୟର ଇକୋନୋମି କ୍ଲାସ୍ କୋଚ୍ ଯେବେ ଆରମ୍ଭ ହେଲା ପ୍ରଥମ ବର୍ଷ ରେଲ୍ୱେ ୨୩୧ ଟଙ୍କା କମାଇଥିଲା। ତଥ୍ୟ ଅନୁସାରେ, ଗତବର୍ଷ ଏପ୍ରିଲ-ଅଗଷ୍ଟରେ ୧୫ ଲକ୍ଷ ଲୋକ ଏହି କୋଚ୍ରେ ଯାତ୍ରା କରିଛନ୍ତି। ଏହାଦ୍ୱାରା ୧୭୭ କୋଟି ଟଙ୍କା ରେଲ୍ୱେ କମାଇଥିଲା।