Advertisment

ଉପରକୁ ଉଠିଗଲା ନଦୀର ପାଣି, ଛାନିଆ ହୋଇଗଲେ ଲୋକେ

ଅଚାନକ ନଦୀ ଗର୍ଭରେ କିଛି ଏପରି ଘଟିଲା, ଯାହାକୁ ସେମାନେ ଦେଖି ଭୟଭୀତ ହୋଇଗଲେ।

ଅଦ୍ୟତନ ହୋଇଛି
Indian Oil's Gas Pipeline Bursts In Yamuna

Yamuna River

Advertisment

ହଠାତ୍‌ ଉପରକୁ ଉଠିଗଲା ନଦୀର ପାଣି। ଭୟଭୀତ ହୋଇଗଲେ ସ୍ଥାନୀୟ ଲୋକେ। ଏମିତି କଣ ହେଲା ଶାନ୍ତ ରହିଥିବା ନଦୀ ପାଣି ନିମିଷକେ ଅଶାନ୍ତ ହୋଇଉଠିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାଘପାଟ ଅଞ୍ଚଳର ଯମୁନା ନଦୀରେ,  ଯାହାକୁ ଉପସ୍ଥିତ ଲୋକ ଭିଡିଓ ସୁଟିଂ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପଛର ପ୍ରକୃତ କାରଣ କଣ ଆସନ୍ତୁ ଜାଣିବା। 

Advertisment

ରାତି ପାହିବାକୁ ଥିଲା, ସମୟ ପାଖାପାଖି ଭୋର୍ ୩ଟା ହେବ। ଉତ୍ତରପ୍ରଦେଶର ବାଘପାଟ ଜିଲ୍ଲା ଜଗୋସ ଗାଁ ନିକଟରେ ଥିବା ଯମୁନା ନଦୀ ନିକଟରେ କିଛି ଲୋକ ଉପସ୍ଥିତ ରହି ନଦୀର ପାଣି ପବନକୁ ଉପଭୋଗ କରୁଥିଲେ। ହେଲେ ଅଚାନକ ନଦୀ ଗର୍ଭରେ କିଛି ଏପରି ଘଟିଲା, ଯାହାକୁ ସେମାନେ ଦେଖି ଭୟଭୀତ ହୋଇଗଲେ। ହଠାତ୍‌ ଶାନ୍ତ ନଦୀରୁ ପାଣି ୧୫ରୁ ୨୦ ଫୁଟ ଉପରକୁ ଉଠିବାରେ ଲାଗିଲା। 

ଲୋକଙ୍କ କହିବାନୁସାରେ ସେମାନେ ସକାଳେ ନଦୀକୂଳରେ ବସିଥିବା ବେଳେ ଏଭଳି ଘଟଣା ଦେଖିଥିଲେ। ଏହା ପରେ ସେମାନେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଖବର ଜଣାପଡ଼ିବା ପରେ ଘଟଣାସ୍ଥଳକୁ ପୋଲିସ ଓ SDM ପହଞ୍ଚିଥିଲେ। ଘଟଣାର ଅନୁଧ୍ୟାନ କରାଯିବା ପରେ ଖବର ପଛର ସତ ପଦାକୁ ଆସିଥିଲା। 

Advertisment

ଯମୁନା ନଦୀ ତଳେ ଦରୀ-ପାନିପଥ ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଯାଇଥିବା ବେଳେ କୌଣସି କାରଣରୁ ଏହା ଫାଟିଯାଇଥିଲା। ଫଳରେ ଗ୍ୟାସ୍‌ ପାଇପ୍‌ରେ ଲିକ୍‌ ହେବାରୁ ପାଣି ବହୁତ ଜୋର୍‌ରେ ଉରକୁ ଉଠିଥିଲା। Indian Oil Corporation (IOC)କୁ ଏନେ ଅବଗତ କରାଯିବା ପରେ IOC କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଗ୍ୟାସ୍‌ ଏରିଆକୁ ବନ୍ଦ କରିବା ସହ ପ୍ଲଗିଂ(ସଜାଡ଼ିବା) କରିଥିଲେ। ଏହାସହ ଉପର ଓ ତଳେ ଯାଇଥିବା ଦୁଇଟି ଭାଲଭ୍‌କୁ ବନ୍ଦ କରିବା ପରେ ସ୍ଥିତିରେ ସୁଧାର ଆସିଥିବା କର୍ତ୍ତୃପକ୍ଷ କହିଛନ୍ତି।

Advertisment

Sub-Divisional Magistrate (SDM) କହିଛନ୍ତି ଯେ ବୁଧବାର ଭୋର୍‌ ସମୟରେ ଆମେ ଏ ଘଟଣା ସମ୍ପର୍କ ଖବର ପାଇବା ପରେ ତୁରନ୍ତ ସେଠାକୁ ଗୋଟିଏ ଟିମ୍‌ ଯାଇଥିଲେ। ସକାଳ ୭.୪୫ ସୁଧ୍ୟା ସ୍ଥିତିକୁ ଆୟତ୍ତ କରାଯାଇଥିଲା। 

IOC ୱେବସାଇଟ୍‌ରେ ଉପଲବ୍ଧ ସୂଚନା ଅନୁସାରେ ୨୦୧୦ରେ DDPL ୧୩୨ କିମି ପର୍ଯ୍ୟନ୍ତ ପାଇପଲାଇନ୍‌ ଯାଇଥିଲା। ଏହା GAILର Hazira-Vijaipur-Jagdishpur Pipeline(HVJPL)କୁ ସଂଯୋଗ କରିଛି। ଏହା HVJPLରୁ ପ୍ରାକୃତିକ ଗ୍ୟାସ୍‌ IOCର Panipat Refineryକୁ ଟ୍ରାନ୍ସପୋର୍ଟ କରାଯାଇ ଉତ୍ତରପ୍ରଦେଶ ହରିୟାଣା ଗ୍ରାହକଙ୍କୁ ଯୋଗାଇଥାଏ। 

Yamuna River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ