ଏଣିକି ସାବାଡ୍‌ ହେବେ ଡ୍ରଗ୍ସ ମାଫିଆ; ଆକଶରୁ ନଜର ରଖିବ କୋଷ୍ଟଗାର୍ଡ

ଡ୍ରଗ୍ସ କାରବାରକୁ ଆକାଶ ମାର୍ଗରୁ ନଜର ରଖିବ କୋଷ୍ଟଗାର୍ଡ ।

Indian Coast Guard chief lands Dhruv Mark III chopper on moving warship | Watch

ଡ୍ରଗ୍ସ କାରବାରକୁ ଆକାଶ ମାର୍ଗରୁ ନଜର ରଖିବ କୋଷ୍ଟଗାର୍ଡ । ବିଦେଶୀ ସ୍ମଗଲରଙ୍କୁ ମୁହଁତୋଡ଼ ଜବାବ ଦେବେ କୋଷ୍ଟଗାର୍ଡର ସାହସୀ ଯବାନ । ସମୁଦ୍ର ମଝିରେ ତତ୍‌କ୍ଷଣା ଆକ୍ସନ୍ ନେବ କୋଷ୍ଟଗାର୍ଡ । କାରଣ ଏବେ କୋଷ୍ଟଗାର୍ଡରେ ଆଡଭାନ୍ସ ଲାଇଟ୍ ହେଲିକର ଧ୍ରୁବ୍ MK III ସାମିଲ ହୋଇଛି ।

ଆଡଭାନ୍ସ ଲାଇଟ୍ ହେଲିକର ଧ୍ରୁବ୍ MK III ଦେଖିବାକୁ ଯେତେ ଆକର୍ଷଣୀୟ ଶତ୍ରୁ ପାଇଁ ସେତେ ଖତରନାକ୍ । ସମୁଦ୍ର ମଝିରେ ଯେକୌଣସି ମୂହୁର୍ତ୍ତରେ ଏହାକୁ ଲ୍ୟାଣ୍ଡ କରି ହେବ । ଶତ୍ରୁ କିଛି ଭାବିବା ପୂର୍ବରୁ ଧ୍ରୁବ୍ MK III ଆଟାକ୍ କରିବାରେ ସକ୍ଷମ ହୋଇପାରିବ ।

ତେବେ ସବୁଠୁ ବଡ଼ କଥା ହେଉଛି ଏଥିରେ ୧୨.୭ ଏମ୍ଏମ୍ ରାଇଫଲ ଖଞ୍ଜା ଯାଇଛି । ଯାହା ୧୮ ଶହ ମିଟର ରେଞ୍ଜ ଯାଏଁ ଫାୟାର କରିପାରିବ ଗୁଜରାଟ ପୋରବନ୍ଦର ଉପକୂଳରେ କୋଷ୍ଟଗାର୍ଡ ଡିଜି ଭି.ଏସ୍. ପଠାନିଆ ହେଲିକରକୁ ଉଡ଼ାଇ ପହଞ୍ଚିଥିଲେ ।

କୋଷ୍ଟଗାର୍ଡରେ ସାମିଲ ହେବା ପରେ ଧ୍ରୁବ୍ MK IIIକୁ ନିଜେ ଡିଜି ଉଡ଼ାଇଥିଲେ । ଏହାପରେ ଅତ୍ୟାଧୁନିକ ରାଇଫଲ୍‌ର ରେଞ୍ଜକୁ ବି ପରଖିଥିଲେ । ପର୍ଯ୍ୟାୟକ୍ରମେ ବେଙ୍ଗାଲୁରୁ ହାଲ୍ କୋଷ୍ଟଗାର୍ଡକୁ ୧୩ଟି ଧ୍ରୁବ୍ MK III ହେଲିକର ଦେବାକୁ ଯୋଜନା ହୋଇଛି ।