Advertisment

ଭାରତୀୟଙ୍କ ପାଇଁ ମୋଦି ନେଲେ ବଡ଼ ନିଷ୍ପତ୍ତି... ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାକୁ ଯିବ ସି-୧୭ ଗ୍ଲୋବମାଷ୍ଟର

ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଏମିତି କହିଛି ଭାରତୀୟ ଦୂତାବାସ। ବଡ଼ ବିପଦ ଆଶଙ୍କାରେ ଯେଉଁମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡିବାକୁ କୁହାଯାଇଛି। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ...

Indian air force s c 17 globemaster deployed to repatriate Indians from Ukraine

Indian air force s c 17 globemaster deployed to repatriate Indians from Ukraine

Advertisment

ବଢିଲା ବିପଦ। ଆଉ ଚୁପ ହୋଇ ବସିବନି ଭାରତ। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଅଭିଯାନ ହେବ ଜୋରଦାର। ଏମିତି ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବ ଭାରତୀୟ ବାୟୁସେନା।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାକୁ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ‘ଅପରେସନ୍ ଗଙ୍ଗା’ ମିଶନରେ ବାୟୁସେନା ସାମିଲ ହେଲେ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚି ପାରିବ। ଭାରତୀୟ ବାୟୁସେନାର ସି -୧୭ ବିମାନ ଅପରେସନ୍ ଗଙ୍ଗା ମିଶନରେ ସାମିଲ ହୋଇଛି ବୋଲି ଜଣାପଡିଛି।

ସୂଚନା ଅନୁସାରେ, ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶର ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ ୬ଟି ବିମାନ ଭାରତୀୟଙ୍କୁ ଆଣିଥିବା ବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଶିଥିବା ଲୋକମାନଙ୍କୁ ସି-୧୭ ଗ୍ଲୋବ ମାଷ୍ଟର ବିମାନ ମାଧ୍ୟମରେ ଭାରତକୁ ଆଣିବାକୁ ଯୋଜନା ହେଉଛି।

Advertisment

ଅନ୍ୟପକ୍ଷେ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ବଢି ବଢି ଚାଲିଛି। ଆଗକୁ ଆସୁଥିବା ବଡ଼ ବିପଦ ଆଶଙ୍କା କରିଛି ୟୁକ୍ରେନ। ତୁରନ୍ତ କିଭ ସହର ଛାଡିବାକୁ ଭାରତୀୟ ଦୂତାବାସ ଅପିଲ କରିଛି। ଯେଉଁ ଭାରତୀୟମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡି ଚାଲି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ