Advertisment

ରାସ୍ତାଘାଟରେ ଅଳିଆ ଆବର୍ଜନା ନପକାଇବାକୁ ବାୟୁସେନାର ଅନୁରୋଧ

ନାଗରିକଙ୍କୁ ବାୟୁ ସେନାର ପରାମର୍ଶ । ରାସ୍ତା ଘାଟରେ ଅବା ଖୋଲା ସ୍ଥାନରେ ଆବର୍ଜନା ଓ ଖାଇବା ଜିନିଷ ନ ପକାଇବାକୁ ଗାଜିଆବାଦ ଓ ତାର ନିକଟସ୍ଥ ଅଞ୍ଚଳର ନାଗରିକମାନଙ୍କୁ ବାୟୁସେନା ପକ୍ଷରୁ ଅନୁରୋଧ କରାଯାଇଛି । ରାତା ଘାଟ ତଥା ଖୋଲାସ୍ଥାନରେ ଖାଇବା ଜିନିଷ ପକାଇବାରୁ ସେଠାରେ ବିଭିନ୍ନ ପକ୍ଷୀ ଜମା ହେଉଛନ୍ତି । ଯାହା ଦ୍ୱାରା ବାୟୁସେନା ଦିବସରେ ହେବାକୁ ଥିବା ସେନା ଅଭ୍ୟାସ ସମୟରେ ସେମାନଙ୍କ ପାଇଁ ବାଧା ସୃଷ୍ଟି ହେଉଛି । ଫଳରେ ଏହା ବିମାନ ପାଇଁ ବିପଦଜନକ ହୋଇଥାଏ ।

ଅଦ୍ୟତନ ହୋଇଛି
Indian Air Force Requests Citizens Not To Throw Garbage And Food Items In The Open

Indian Air Force Requests Citizens Not To Throw Garbage And Food Items In The Open

Advertisment

ନୂଆଦିଲ୍ଲୀ: ନାଗରିକଙ୍କୁ ବାୟୁ ସେନାର ଅନୁରୋଧ । ରାସ୍ତା ଘାଟରେ ତଥା ଖୋଲା ସ୍ଥାନରେ ଅଳିଆ ଆବର୍ଜନା ନପକାଇବାକୁ ଦିଲ୍ଲୀ, ଗାଜିଆବାଦ ଓ ତାର ନିକଟସ୍ଥ ଅଞ୍ଚଳର ଜନସାଧାରଣଙ୍କୁ ବାୟୁସେନା ପକ୍ଷରୁ ଅନୁରୋଧ କରାଯାଇଛି । ରାସ୍ତାଘାଟ ତଥା ଖୋଲାସ୍ଥାନରେ ଖାଇବା ଜିନିଷ ପକାଇବାରୁ ସେଠାରେ ବିଭିନ୍ନ ପକ୍ଷୀ ଜମା ହେଉଛନ୍ତି । ଫଳରେ ବାୟୁସେନା ଦିବସରେ ହେବାକୁ ଥିବା ସେନା ଅଭ୍ୟାସ ସମୟରେ ସେମାନଙ୍କ ପାଇଁ ବାଧା ସୃଷ୍ଟି ହେଉଛି । ଆଉ ଏହା ବିମାନ ପାଇଁ ବିପଦଜ୍ଜନ ହୋଇଥାଏ ।

Advertisment

ପ୍ରତିବର୍ଷ ଅକ୍ଟୋବର ୮କୁ ବାୟୁ ସେନା ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୮ ତାରିଖ ସକାଳ ୮ଟାରେ ବିମାନର ଷ୍ଟଣ୍ଟ ଆରମ୍ଭ ହେବ ଏବଂ ଆକାଶ ଗଙ୍ଗା ଦଳର ସାହସୀ AN-32 ବିମାନ ରଙ୍ଗୀନ ପାରାଚ୍ୟୁଟ୍ ସହିତ ଅବରତଣ କରିବେ । ବାୟୁସେନାର ଅନୁସାରେ ପକ୍ଷୀମାନଙ୍କ କାରଣରୁ ତଳ ସ୍ତରରେ ବିମାନ ଉଡ଼ାଣ ବିପଦଜ୍ଜନକ ଅଟେ । ଖୋଲା ସ୍ଥାନରେ ଖାଦ୍ୟ ପଦାର୍ଥ ଫୋପାଡ଼ୁଥିବା ଯୋଗୁଁ ପକ୍ଷୀମାନେ ଜମା ହୁଅନ୍ତି । ବିମାନ ଓ ପାଇଲଟର ସୁରକ୍ଷା ପାଇଁ ଦିଲ୍ଲୀ, ଗାଜିଆବାଦ ଏବଂ ଏହାର ଆଖପାଖର ସମସ୍ତ ନାଗରିକଙ୍କୁ ସଚେତନ ହେବା ସହ ଖୋଲା ସ୍ଥାନରେ ଖାଦ୍ୟ ସାମଗ୍ରୀ ଏବଂ ଆବର୍ଜନାକୁ ନପକାଇବାକୁ ଅନୁରୋଧ କରାଯାଇଛି ।

ଏହାସହ ଯଦି କୌଣସି ଖୋଲା ସ୍ଥାନରେ ପଶୁ ପକ୍ଷୀଙ୍କ ମୃତଦେହ ପଡିରହିଛି, ତେବେ ନିକଟସ୍ଥ ୟୁନିଟ୍ କିମ୍ବା ପୋଲିସ୍ ଷ୍ଟେସନକୁ ଜଣାଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଯାହାଦ୍ୱାରା ସେହି ସ୍ଥାନକୁ ତୁରନ୍ତ ସଫା କରାଯାଇପାରି । ଏହାସହ 9434378478 ଫୋନ୍ ନମ୍ବରରେ କଲ କିମ୍ବା SMS କରି ପଶୁପକ୍ଷୀଙ୍କ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ବାୟୁସେନାର ବୟାନ୍‌ ଅନୁସାରେ, ବାୟୁ ସେନା ଯେଉଁ ତଳିଆ ସ୍ଥାନରେ ଉଡାଣ ଭରିବ, ସେଥିମଧ୍ୟରୁ ବଜିରପୁର ବ୍ରିଜ୍- କରୱାଲନଗ, ଫଜଲପୁର-ହିଣ୍ଡନ୍, ଶାମଲି-ଜିଭାନା-ଚନ୍ଦିନଗର-ହିଣ୍ଡନ୍ ଆଦି ସାମିଲ ରହିଛି  ।

Advertisment
India Indian Air Force
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ