Advertisment

ରହସ୍ୟମୟୀଙ୍କ ହନିଟ୍ରାପ୍‌ରେ ଯବାନ, ମିଠା ମିଠା କଥା କହି ହାତେଇଲେ ଗୁପ୍ତତଥ୍ୟ

ଜଣେ ଅପରିଚିତ ମହିଳା ସୋସିଆଲ ମିଡିଆରେ ଯବାନଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ସବୁ ସଂଗ୍ରହ କରିଥିବା ସୂଚନା ମିଳିଛି।

Indian Air Force jawan arrested for espionage

Indian Air Force jawan arrested for espionage

Advertisment

ଗୁପ୍ତତଥ୍ୟ ଲିକ୍‌ ଘଟଣାରେ ଭାରତୀୟ ବାୟୁସେନାର ଜଣେ ଯବାନଙ୍କୁ ଦିଲ୍ଲୀ ପୋଲିସ୍‌ର କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଯବାନ ହେଲେ କାନପୁରର ଦେବେନ୍ଦ୍ର ଶର୍ମା। ‘ହନିଟ୍ରାପ୍‌’ରେ ପଡ଼ି ଯବାନ ଜଣକ ଗୁପ୍ତତଥ୍ୟ ଲିକ୍‌ କରିଥିବା ସନ୍ଦେହ କରାଯାଉଛି। ଜଣେ ଅପରିଚିତ ମହିଳା ସୋସିଆଲ ମିଡିଆରେ ଯବାନଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ସବୁ ସଂଗ୍ରହ କରିଥିବା ସୂଚନା ମିଳିଛି। 

Advertisment

ସୁବ୍ରୋଟୋ ପାର୍କ ସ୍ଥିତ ଏୟାର ଫୋର୍ସ ରେକର୍ଡ ଅଫିସରେ ଆଡିମିନ୍‌ଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ୍‌ ଭାବେ ଦେବେନ୍ଦ୍ର ଶର୍ମା କାର୍ଯ୍ୟ କରୁଥିବା ପୋଲିସ୍‌ ସୂଚନା ଦେଇଛି। ଗୁପ୍ତତଥ୍ୟ ଲିକ୍‌ କରିଥିବା ନେଇ ମେ’ ୬ରେ ସୂଚନା ମିଳିବା ପରେ ତାଙ୍କୁ ଧଉଳା କୁଆନରୁ ଗିରଫ କରାଯାଇଥିଲା। ଏହାପରେ ଦେବେନ୍ଦ୍ର ଶର୍ମା ପଚରାଉଚରା ଜାରି ରହିଛି। 

କମ୍ପ୍ୟୁଟରରୁ ପ୍ରତିରକ୍ଷା ସଂସ୍ଥା ଗୁଡ଼ିକ ସମ୍ପର୍କରେ ଦେବେନ୍ଦ୍ର ଶର୍ମା ଗୁପ୍ତତଥ୍ୟ ଲିକ୍‌ କରିଥିବା ନେଇ ଭାରତୀୟ ବାୟୁସେନା ଅଭିଯୋଗ କରିଥିଲା। ଶତ୍ରୁ ଦେଶର ଏଜେଣ୍ଟଙ୍କୁ ସେ ତଥ୍ୟ ଲିକ୍‌ କରିଥିଲେ ଓ ଏଥିପାଇଁ ସେ ଟଙ୍କା ମଧ୍ୟ ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ୍‌ ଯବାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଫେସ୍‌ବୁକ୍‌ରେ ଜଣେ ଅପରିଚିତ ମହିଳାଙ୍କ ସହ ଦେବେନ୍ଦ୍ର ଶର୍ମାଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା। ଏହାପରେ ମହିଳା ଜଣକ ତାଙ୍କୁ ଲଗାତାର ଭାବେ ଫୋନ୍‌ କରି ତାଙ୍କ ସହ କଥା ହେଉଥିଲେ। ଦେବେନ୍ଦ୍ରଙ୍କ ଠାରୁ ଭାରତୀୟ ବାୟୁସେନା ସମ୍ପର୍କିତ ତଥ୍ୟ ହାସଲ କରିବା ପାଇଁ ସମ୍ପୃକ୍ତ ମହିଳା ତାଙ୍କୁ ଫୋନ୍‌ କରୁଥିଲେ। IAF ରାଡାର, ବରିଷ୍ଠ ଅଧିକାରୀଙ୍କ ପୋଷ୍ଟିଂ ଓ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଉକ୍ତ ମହିଳା ପ୍ରୟାସ କରୁଥିଲେ। 

ଘଟଣା ଜଣାପଡ଼ିବା ପରେ ଯବାନଙ୍କୁ ଗିରଫ କରାଯିବା ସହ ଯବାନଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଇଛି। ଆକାଉଣ୍ଟରେ କିଛି ଟ୍ରାନ୍‌ଜାକ୍ସନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ, ଯବାନଙ୍କୁ ହନିଟ୍ରାପ୍‌ରେ ପକାଇ ଗୁପ୍ତତଥ୍ୟ ହାତେଇଥିବା ମହିଳା ବ୍ୟବହାର କରିଥିବା ଫୋନ୍‌ ନମ୍ବର ପୋଲିସ୍‌ ହାତରେ ଲାଗିଛି। ଏହାପରେ ତାଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ସମସ୍ତ ଇଲେକ୍ଟ୍ରୋନିକ୍‌ ଉପକରଣ ଓ ଡକ୍ୟୁମେଣ୍ଟସ୍‌ ସବୁ ଜବତ କରାଯାଇଛି। 

Advertisment
Indian Air Force Honey Trapped Jawan Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ