Advertisment

ବିସ୍ମିତ କରିବେ ବାୟୁବୀର: ବଳ ଦେଖାଇବ ବାୟୁସେନା, ଚକିତ କରିବ ଲଢ଼ୁଆ ବିମାନ...

ବଳ ଦେଖାଇବ ବାୟୁସେନା... ବିସ୍ମିତ କରିବେ ବାୟୁବୀର... ଚକିତ କରିବ ଲଢ଼ୁଆ ବିମାନ। ୯୦ ତମ ବାୟୁସେନା ଦିବସ ଗାଜିଆବାଦ ହିନ୍ଦୋନ୍ ଏୟାବେସ୍‌ରେ ନୁହେଁ, ବରଂ ଚଣ୍ଡୀଗଡ଼ର ସୁଖ୍ନା ଲେକ୍‌ର ବିଶାଳ ହ୍ରଦର ସୁନୀଳ ଜଳରାଶି ଉପରେ ଆୟୋଜିତ ହେବ।

ଅଦ୍ୟତନ ହୋଇଛି
Indian Air Force Day 2022

Indian Air Force Day 2022

Advertisment

ବଳ ଦେଖାଇବ ବାୟୁସେନା... ବିସ୍ମିତ କରିବେ ବାୟୁବୀର... ଚକିତ କରିବ ଲଢ଼ୁଆ ବିମାନ। ଆଜି ୯୦ ତମ ବାୟୁସେନା ଦିବସ। ଏହି ଅବସରରେ ୮୦ରୁ ଅଧିକ ବାୟୁସେନା ଲଢ଼ୁଆ ବିମାନ ଓ ହେଲିକପ୍ଟର ଫ୍ଲାଏପାଷ୍ଟ୍‌ କରିବାକୁ ଥିବାବେଳେ ଅନେକ କିଛି ପ୍ରଥମ ଥର ହେବାକୁ ଯାଉଛି। ଯେମିତି ପ୍ରଥମ ଥର ପାଇଁ ବାୟୁସେନା ଦିବସ ସମାରୋହ ଦିଲ୍ଲୀରୁ ବାହାରି ଚଣ୍ଡୀଗଡ଼ରେ ଆୟୋଜିତ ହେବାକୁ ଯାଉଛି।  ଏହା କେତେ ବିଶାଳ, କେତେ ଚିତାକର୍ଷକ ଓ କେତେ ଭବ୍ୟ ତା’ର କିଛି ପୂର୍ବ ଝଲକ ଦେଖିବାକୁ ମିଳିଛି।

Advertisment

୯୦ ତମ ବାୟୁସେନା ଦିବସ ଗାଜିଆବାଦ ହିନ୍ଦୋନ୍ ଏୟାବେସ୍‌ରେ ନୁହେଁ, ବରଂ ଚଣ୍ଡୀଗଡ଼ର ସୁଖ୍ନା ଲେକ୍‌ର ବିଶାଳ ହ୍ରଦର ସୁନୀଳ ଜଳରାଶି ଉପରେ ଆୟୋଜିତ ହେବ। ଫ୍ଲାଏପାଷ୍ଟ୍‌ କରିବେ ବାୟୁସେନାର ୮୩ଟି ଏୟାରକ୍ରାଫ୍ଟ।  ପ୍ରଥମ ଥର ପାଇଁ ଏଥର ବାୟୁସେନା ପ୍ରତିଷ୍ଠା ଦିବସ ହିନ୍ଦୋନ୍ ବାୟୁସେନା ଘାଟି ବାହାରେ ହେବାକୁ ଯାଉଛି। 

Advertisment

ଗୋଟିଏ C-17 ଓ ୯ଟି ହକ୍-132ର ଗ୍ଲୋବ୍ ଫର୍ମେସନ୍ ରାଫେଲ୍, ସୁଖୋଇ-39 ଓ ତେଜସ୍‌ର ଟ୍ରାନ୍ସଫର୍ମର୍ ଫର୍ମେସନ୍, ସୂର୍ଯ୍ୟକିରଣ ଏରୋବେଟିକ୍ ଓ ଆକାଶଗଙ୍ଗା ସ୍କାଏଡାଇଭିଂ ଟିମ୍‌ର ନିପୁଣତା, ପାରାଟ୍ରୁପର୍‌ଙ୍କ କରିସ୍ମା, ଆଉ ଏସବୁ ସହ ଚିନୁକ୍, ଆପାଚେ, ମିରାଜ୍, ତେଜସ୍, ଜାଗୁଆର୍, ଡାକୋଟା, ଧ୍ରୁବ୍, MI-17, C-130J ଆଦିର ଜଲ୍ଓ୍ୱା ଦେଶବାସୀଙ୍କୁ ବାୟୁସେନାର ଶକ୍ତି ଓ ସାମର୍ଥ୍ୟ ସହ ପରିଚିତ କରାଇବ।

Advertisment

ଏକଲବ୍ୟ, ତ୍ରିଶୁଳ, ମେହର୍, ଶମ୍‌ଶେର୍‌, ବଜ୍ର, ସାରଙ୍ଗ ଆଦି ଫର୍ମେସନ ସହ ଦୁଇ ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ସ୍ମୃତିରେ ଏବର୍ଷ ୨ଟି ନୂଆ ଫର୍ମେସନ୍ ସେଖୋନ୍ ଓ ଅର୍ଜନ ବି ପ୍ରଦର୍ଶିତ ହେବ। ପରମବୀରଚକ୍ର ବିଜେତା ଫ୍ଲାଇଟ୍ ଲେଫ୍ଟନାଣ୍ଟ ନିର୍ମଳଜିତ୍‌ ସିଂ ସେଖୋନ୍ ଏବଂ ବାୟୁସେନାର ପ୍ରଥମ ଫାଇଭ୍ ଷ୍ଟାର୍ ଅଧିକାରୀ ମାର୍ଶଲ୍ ଅର୍ଜନ ସିଂଙ୍କ ନାମରେ ନାମିତ କରାଯାଇଛି।

ଚଳିତବର୍ଷ ଏୟାଫୋର୍ସ ଡେ’ରେ ଆଉ ୨ଟି ନୂଆ କଥା ମଧ୍ୟ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଜନସାଧାରଣଙ୍କ ଆଗରେ ନିଜ ବଳ ପ୍ରଦର୍ଶନ କରିବ ନୂଆ ସ୍ୱଦେଶୀ ହାଲୁକା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’।  ଏହାକୁ ଗତ ୩ ତାରିଖରେ ଯୋଧପୁରରେ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ କରାଯାଇଛି। ୩ଟି ‘ପ୍ରଚଣ୍ଡ’ ଫ୍ଲାଏପାଷ୍ଟ୍‌ରେ ସାମିଲ ହେବ।  ଏଥିସହ ବାୟୁସେନାର ନୂଆ ୟୁନିଫର୍ମ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶଲ ଭି.ଆର୍. ଚୌଧରୀ।

Air Force Day Indian Air Force Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ