Advertisment

ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ଟକ୍କର୍‌

ଦୀର୍ଘ ଦିନ ପରେ କ୍ରିକେଟ୍ ମଇଦାନରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଲିଗ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଦୁବାଇରେ ଅନୁଷ୍ଠିତ ହେବ। ଉଭୟ ଦଳ ଗୋଟିଏ ଗ୍ରୁପରେ ଥିବାରୁ ମୁହାଁମୁହିଁ ହେବେ। ବିଭିନ୍ନ କାରଣରୁ ଉଭୟ ଦେଶର କ୍ରିକେଟ୍ ଦଳ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବାର କିଛି ଦିନ ହୋଇଗଲାଣି।

ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ଟକ୍କର୍‌

Indian Cricket Team

Advertisment

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ କ୍ରିକେଟ୍ ମଇଦାନରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଲିଗ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଦୁବାଇରେ ଅନୁଷ୍ଠିତ ହେବ। ଉଭୟ ଦଳ ଗୋଟିଏ ଗ୍ରୁପରେ ଥିବାରୁ ମୁହାଁମୁହିଁ ହେବେ। ବିଭିନ୍ନ କାରଣରୁ ଉଭୟ ଦେଶର କ୍ରିକେଟ୍ ଦଳ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବାର କିଛି ଦିନ ହୋଇଗଲାଣି।

Advertisment

ସୂଚନା ମୁତାବକ ୟୁଏଇରେ ଚଳିତ ବର୍ଷ ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଭାରତ ବନାମ ପାକିସ୍ଥାନ ଟକ୍କରକୁ ନେଇ ସମସ୍ତଙ୍କ ନଜର ରହିବ। ଦୀର୍ଘ ଦିନ ପରେ ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭାଇରସ୍ ପରିସ୍ଥିତି ଯୋଗୁଁ ଟି -୨୦ ବିଶ୍ୱକପ୍ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତରିତ ହୋଇଥିଲା। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାରିଟି ସ୍ଥାନ ଯଥା ଦୁବାଇ, ଆବୁଧାବି, ଶାର୍‌ଜା, ଏବଂ ଓମାନରେ ଏହି ଟୁର୍ଣ୍ଣାମେଣ୍ଟ୍‌ ଅନୁଷ୍ଠିତ ହେବ।

ସୁପର ୧୨ରେ ଦୁଇଟି ଗ୍ରୁପ୍‌ ଅଛନ୍ତି, ଯେଉଁଥିରେ ୬ଟି ଦଳ ରହିଛି। ଗ୍ରୁପ୍-୨ରେ ଭାରତ, ପାକିସ୍ଥାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଓ ରାଉଣ୍ଡ-୧ ରୁ ଅନ୍ୟ ଦୁଇ ଯୋଗ୍ୟ ଦଳ ଥିବା ବେଳେ ଗ୍ରୁପ୍ -୨ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ରହିଛି।

Advertisment

ଏହି ମ୍ୟାଚ୍ ବିଶ୍ୱକପ୍‌ର ସେହି ସମୟରେ ହେବାକୁ ଯାଉଛି ଯେଉଁ ସମୟରେ ଭାରତ ଓ ପାକିସ୍ତାନର ସୈନ୍ୟବାହିନୀ ମଧ୍ୟରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମାକୁ କଡାକଡି ଭାବେ ପାଳନ କରାଯାଉଛି।

Cricket T20 India Vs Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ