brahmos missile
ଫିଲିପାଇନ୍ସକୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲ ରପ୍ତାନୀ କରିବ ଭାରତ । ଏନେଇ ଫିଲିପାଇନ୍ସ ସହ ୨ ହଜାର ୭୭୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷରିତ ହୋଇଛି । ଦକ୍ଷିଣ ଚିନ୍ ସାଗରକୁ ନେଇ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ତିକ୍ତତା ଲାଗି ରହିଛି । ଏଭଳି ସ୍ଥଳେ ଫିଲିପାଇନ୍ସ ଚୀନକୁ ଚେକ୍ ଦେବାକୁ ଚାହୁଁଥିବାରୁ ଏହି ଦେଶକୁ ବ୍ରହ୍ମୋଷ କ୍ଷେପଣାସ୍ତ୍ର ରପ୍ତାନୀ ପାଇଁ ନିଷ୍ପତ୍ତି ନେଇଛି ଭାରତ ।
ଯାହାକି ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କ୍ଷେତ୍ରରେ ଭାରତର କୁଟନୈତିକ ଷ୍ଟ୍ରାଟେଜି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ତଟ ସୁରକ୍ଷା ଲାଗି ଫିଲିପାଇନ୍ସ ନୌସେନା ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର କିଣିବ । ତେବେ ବ୍ରହ୍ମୋଷର ରପ୍ତାନୀ କ୍ଷେତ୍ରରେ ଏହା ପ୍ରଥମ ଡିଲ । ରୁଷ ସହ ମିଳିତ ଭାବେ ବ୍ରହ୍ମୋଷ କ୍ଷେପଣାସ୍ତ୍ର ତିଆରି କରୁଛି ଭାରତ ।
୨୯୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ଥିବା ବ୍ରହ୍ମୋଷ ବିକ୍ରି ପାଇଁ ଫିଲିପାଇନ୍ସ ସହ ଡିଲ ପରେ ଭିଏତନାମ, ଇଣ୍ଡେନେସିଆ ଭଳି ଅନ୍ୟ ଏସୀୟ ଦେଶଗୁଡ଼ିକ ସହ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଡିଲ୍ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643421684.jpg)