Advertisment

କଡ଼ା ଶବ୍ଦରେ ପାକିସ୍ତାନକୁ ଶୁଣାଇଲା ଭାରତ- ‘ଆତଙ୍କବାଦ ବନ୍ଦ କର, ଅଧିକୃତ କାଶ୍ମୀର ଖାଲି କର’

ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ସୀମାପାର ଆତଙ୍କବାଦ ବନ୍ଦ କରିବା ସହ ଭାରତର ଅଧିକୃତ ଅଞ୍ଚଳକୁ ଖାଲି କରିବାକୁ ଇସଲାମାବାଦକୁ କହିଛି ଭାରତ।

ଅଦ୍ୟତନ ହୋଇଛି
India tells Pakistan to first clear up its own human rights records before pointing fingers

India tells Pakistan to first clear up its own human rights records before pointing fingers

Advertisment

ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ନିଜ ମାଟିରୁ ଆତଙ୍କବାଦ ବନ୍ଦ କରିବା ସହ ଅଧିକୃତ କାଶ୍ମୀର ଖାଲି କର। ଏଭଳି କଡ଼ା ଶବ୍ଦରେ ପାକିସ୍ତାନକୁ ଶୁଣାଇଛି ଭାରତ।

Advertisment

ଜାତିସଂଘ ସାଧାରଣ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ପାକିସ୍ତାନକୁ କଡ଼ା ନିନ୍ଦା କରିଛି ଭାରତ। ସୀମାପାର ଆତଙ୍କବାଦ ବନ୍ଦ କରିବା ସହ ଭାରତର ଅଧିକୃତ ଅଞ୍ଚଳକୁ ଖାଲି କରିବାକୁ ଇସଲାମାବାଦକୁ କହିଛି ଭାରତ।

ଆନ୍ତର୍ଜାତିକ ଫୋରମର ସହାୟତା ନେଇ ଭାରତ ବିରୋଧରେ ଅପପ୍ରଚାର କରିବା ପାକିସ୍ତାନ ବନ୍ଦ କରୁ। ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛ୍ୟେଦ ଅଙ୍ଗ। ଏହାସହ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନ ବନ୍ଦ କରୁ ବୋଲି ଭାରତ କହିଛି। ଅଯଥା କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁଣ୍ଡ ନ ଖେଳାଇ ମୁମ୍ବାଇ ଆକ୍ରମଣ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ କଡ଼ା ଶବ୍ଦରେ ପାକିସ୍ତାନକୁ ଏଭଳି କିଛି ଭାରତ କହିଛି।

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ମୁମ୍ବାଇ ସହର ଭିତରେ ପଶି ୨ ଜଣ ପାକିସ୍ତାନ ନାଗରିକ ସହରର ଲ୍ୟାଣ୍ଡ୍‌ମାର୍କ ହୋଟେଲ କୁହାଯାଉଥିବା ତାଜ୍‌ ହୋଟେଲ ଉଡ଼ାଇ ଦେବା ନେଇ ଧବକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ମୁମ୍ବାଇ ପୋଲିସ୍‌ର ମୁଖ୍ୟ କଣ୍ଟ୍ରୋଲ ରୁମ୍‌କୁ ଏହି ଅଜଣା କଲ୍‌ ଆସିଥିଲା। ଅପର ପାର୍ଶ୍ୱ କଲ୍‌ରେ ଥିବା ବ୍ୟକ୍ତି ଜଣକ ଦାବି କରିଥିଲେ ଯେ, ସମୁଦ୍ର ଦେଇ ପାକିସ୍ତାନର ୨ ଜଣ ବ୍ୟକ୍ତି ଭାରତକୁ ପ୍ରବେଶ କରି ତାଜ୍‌ ହୋଟେଲ ଉଡ଼ାଇ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ