Advertisment

ବିପଦ ବେଳେ ହାତ ଛାଡ଼ିଦେଲା ଚୀନ୍ ! ଶେଷରେ ଭାରତ ଶରଣରେ ଶ୍ରୀଲଙ୍କା

ଶ୍ରୀଲଙ୍କାରେ UPI ଆରମ୍ଭ କରିବାକୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଅର୍ଥନୈତିକ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ବୃଦ୍ଧି ଆଣିବ ବୋଲି କହିଛନ୍ତି ମୋଦି । ଭାରତର 'ପଡ଼ୋଶୀ ପ୍ରଥମ' ଏବଂ 'ସାଗର' ପ୍ରୟାସରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର

ଅଦ୍ୟତନ ହୋଇଛି
India, Sri Lanka

India, Sri Lanka

Advertisment

ଚୀନକୁ ଛାଡ଼ି ଭାରତ ଶରଣରେ ଶ୍ରୀଲଙ୍କା । ରାଷ୍ଟ୍ରପତି ହେବାର ପ୍ରାୟ ବର୍ଷେ ପରେ ଭାରତ ମାଟିରେ ପାଦ ପକାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବ୍ରିକ୍ରମସିଂହେ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦ୍ୱିପାକ୍ଷିକ ସଂପର୍କ ଉପରେ ଆଲୋଚନା କରିଛନ୍ତି । ଏଥିସହ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଏହି ଅବସରରେ ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଅଭୟବାଣୀ ଦେଇଛନ୍ତି ଯେ, ଭାରତ ସବୁବେଳେ ଶ୍ରୀଲଙ୍କା ସହ ଛିଡ଼ା ହୋଇଛି ।...

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଉଭୟ ଦେଶର ବାଣିଜ୍ୟ, ଅର୍ଥନୀତି ଓ ପର୍ଯ୍ୟଟନ ଆଦି କ୍ଷେତ୍ରକୁ ସୁଦୃଢ଼ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସଂକଟ ସ୍ଥିତିରେ ଶ୍ରୀଲଙ୍କା ସହିତ ଭାରତ ନିରନ୍ତର ଛିଡ଼ା ହୋଇଛି । ଶ୍ରୀଲଙ୍କା ବିଗତ ବର୍ଷରେ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଛି । ଯେହେତୁ ଆମେ ଶ୍ରୀଲଙ୍କାର ବନ୍ଧୁ ରାଷ୍ଟ୍ର, ତେଣୁ ସେମାନଙ୍କ ଅସୁବିଧା ବେଳେ କାନ୍ଧକୁ କାନ୍ଧ ଦେଇ ଚାଲିଛୁ ।

ଶ୍ରୀଲଙ୍କାରେ UPI ଆରମ୍ଭ କରିବାକୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଅର୍ଥନୈତିକ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ବୃଦ୍ଧି ଆଣିବ ବୋଲି କହିଛନ୍ତି ମୋଦି । ଭାରତର 'ପଡ଼ୋଶୀ ପ୍ରଥମ' ଏବଂ 'ସାଗର' ପ୍ରୟାସରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର । ଏହି ଦୃଷ୍ଟିରୁ ଉଭୟ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ମଧ୍ୟରେ ହୋଇଛି ଆଲୋଚନା । ତାସହ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗ ବୃଦ୍ଧି ପାଇଁ ମଧ୍ୟ ଆଲୋଚନା ହୋଇଛି । ଯାହାକି ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ଏଥିସହ ତାମିଲନାଡୁ ନାଗପଟିନ୍ନମ ଓ ଶ୍ରୀଲଙ୍କାର କାଙ୍କେସାନ୍ଥୁରାଇ ମଧ୍ୟରେ ଜଳପଥରେ ପର୍ଯ୍ୟଟକଙ୍କ ଯାତାୟତ ବ୍ୟବସ୍ଥା ପାଇଁ ଦୁଇ ଦେଶ ମଧ୍ୟରେ ସହମତି ରହିଛି । ଯାହା ଆଗକୁ ବାଟ କଢାଇନେବ । ମତ୍ସ୍ୟଜୀବୀଙ୍କ ଜୀବିକା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା କହିଛନ୍ତି ମୋଦି।...

Advertisment

ମୋଦିଙ୍କ ସହ ସାକ୍ଷାତ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି ଯେ, ସଂକଟ ସମୟରେ ଅମୂଲ୍ୟ ସମର୍ଥନ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତ୍ୟେକ ଭାରତୀୟଙ୍କୁ ଧନ୍ୟବାଦ ଦେଉଛି। ଅର୍ଥନୈତିକ ଏବଂ ପ୍ରଯୁକ୍ତି ବିଦ୍ୟା ସହଯୋଗ ଚୁକ୍ତି ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ବୃଦ୍ଧି କ୍ଷେତ୍ରରେ ଭାରତ-ଶ୍ରୀଲଙ୍କାକୁ ସହାୟତା କରିବ।

ମଲ୍ଟି ପ୍ରୋଜେକ୍ଟ ପେଟ୍ରୋଲିୟମ ପାଇପ ଲାଇନ ଦକ୍ଷିଣ ଭାରତରୁ ଶ୍ରୀଲଙ୍କାକୁ ଯୋଡ଼ି ହେବ। ଏଥିସହ ଭାରତର ବିଭିନ୍ନ ବଡ଼ ପଦକ୍ଷେପ ପାଇଁ ମୋଦିଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି। ଅର୍ଥନୀତି ଭିତ୍ତିଭୂମି କ୍ଷେତ୍ରରେ ତାଙ୍କ ନେତୃତ୍ୱରେ ଭାରତ ଆଗକୁ ଯାଇଛି । ତାସହ ଅଭିବୃଦ୍ଧି ଓ ଦେଶକୁ ସମୃଦ୍ଧ କରିବାରେ ବୈଷୟିକ ପ୍ରଗତି ହୋଇଛି । ବିଶ୍ୱାସ କରୁଛି, ଭାରତର ଅଭିବୃଦ୍ଧି ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳରେ ସ୍ଥିତ ଦେଶଙ୍କ ବିକାଶରେ ସହାୟକ ହେବ। ଏଭଳି କହି ଭାରତର ଆହୁରି ନିକଟତର ହେବାକୁ ଚେଷ୍ଟା କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ।...

Advertisment

ଭାରତ ଗସ୍ତ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ ସୁରକ୍ଷା ସମ୍ପର୍କିତ ଆଲୋଚନା କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏଥିସହ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ବି ଭେଟିଛନ୍ତି ରାନିଲ ୱିକ୍ରମସିଂଘେ ।

ଶ୍ରୀଲଙ୍କାର କଲମ୍ବୋ ପୋର୍ଟ ୱେଷ୍ଟ କଣ୍ଟେନର ଟର୍ମିନାଲର ଉନ୍ନତିକରଣ, ୫ଶହ ମେଗାୱାଟ୍ ୱିଣ୍ଡ୍ ପ୍ରୋଜେକ୍ଟ ଆଦି ସଂପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଶ୍ରୀଲଙ୍କାରେ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ ପାଇଁ ଅଦାନୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି।...

India Sri Lanka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ