Advertisment

ଡରାଇଲା ଏନସିଆର୍‌ବି ରିପୋର୍ଟ; ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ।

ଅଦ୍ୟତନ ହୋଇଛି
Student suicides: An epidemic sweeping India

Student suicides: An epidemic sweeping India

Advertisment

ଭାରତରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। । ଯାହାକି ଖୁବ୍ ଚିନ୍ତାର ବିଷୟ ।  ନିକଟରେ ଆସିଥିବା ଏକ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)  ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ଜନସଂଖ୍ୟା ବୃଦ୍ଧି ହାର, ଚାଷୀ ଏବଂ ଅନ୍ୟ ଆତ୍ମହତ୍ୟା ହାରଠାରୁ ଛାତ୍ରଛାତ୍ରୀଙ୍କ ବାର୍ଷିକ ଆତ୍ମହତ୍ୟା ହାର ଅଧିକ ରହିଛି ।

Advertisment

IC3 ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ;'ଛାତ୍ର ଆତ୍ମହତ୍ୟା: ଭାରତରେ ବ୍ୟାପିଥିବା ଏକ ମହାମାରୀ'ରେ ଉଲ୍ଲେଖ ଅଛିଯେ, ଗତ ୨୦ବର୍ଷ ମଧ୍ୟରେ ଛାତ୍ର ଆତ୍ମହତ୍ୟା ମାମଲା ବାର୍ଷିକ ୪ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହାକି ଜାତୀୟ ହାରର ଦୁଇଗୁଣ। ଅର୍ଥାତ ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ। ତେବେ ୨୦୨୧-୨୦୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ୬ପ୍ରତିଶତ ହ୍ରାସ ପାଇଥିବା ବେଳେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୭ପ୍ରତିଶତ ବୃଦ୍ଧି ପାଇଛି।

ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣା ଉଭୟ ଜନସଂଖ୍ୟା ବୃଦ୍ଧି ହାର ଏବଂ ସାମଗ୍ରିକ ଆତ୍ମହତ୍ୟା ହାରକୁ ଅତିକ୍ରମ କରୁଛି। ଗତ ଦଶନ୍ଧିରେ, ୦-୨୪ ବର୍ଷ ବୟସର ଜନସଂଖ୍ୟା ୫୮.୨ କୋଟିରୁ ୫୮.୧ କୋଟିକୁ ହ୍ରାସ ପାଇଥିବାବେଳେ ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା ୬,୬୫୪ ରୁ ୧୩,୦୪୪କୁ ବୃଦ୍ଧି ପାଇଛି।ଏହି ରିପୋର୍ଟରେ ଆହୁରି ଉଲ୍ଲେଖ ଅଛି ଯେ, ଛାତ୍ର ଆତ୍ମହତ୍ୟା ମାମଲା ଉଭୟ ଜନସଂଖ୍ୟା ବୃଦ୍ଧି ହାର ଏବଂ ସାମଗ୍ରିକ ଆତ୍ମହତ୍ୟା ଧାରାକୁ ଅତିକ୍ରମ କରୁଛି।

Advertisment

ଗତ ୧୦ବର୍ଷ ମଧ୍ୟରେ ଜନ୍ମରୁ ୨୪ବର୍ଷ ବୟସର ଜନସଂଖ୍ୟା ୫୮.୨କୋଟିରୁ ୫୮.୧କୋଟିକୁ ହ୍ରାସ ପାଇଥିବାବେଳେ ଛାତ୍ର ଆତ୍ମହତ୍ୟା ସଂଖ୍ୟା ୬୬୫୪ରୁ ୧୩୦୪୪କୁ ବୃଦ୍ଧି ପାଇଛି। ଆଇସିଥ୍ରୀ ଇନ୍‌ଷ୍ଟିଚ୍ୟୁଟ ଏକ ଭଲୁଣ୍ଟିୟର ସଂସ୍ଥାନ, ଯାହାକି ବିଶ୍ବରେ ସ୍କୁଲ ପ୍ରଶାସନଗୁଡ଼ିକୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରେ। ରିପୋର୍ଟ କହୁଛି ଯେ, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶରେ ଆତ୍ମହତ୍ୟା କରିଥିବା ଶିକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ । ସାରା ଦେଶରେ ଆତ୍ମହତ୍ୟା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ଏହି ସବୁ ରାଜ୍ୟର।

କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଛାତ୍ର ଆତ୍ମହତ୍ୟା ହାର ୨୯ପ୍ରତିଶତ ରହିଥିବା ବେଳେ ରାଜସ୍ଥାନର କୋଟା ସହରରୁ ପ୍ରତିଦିନ କୌଣସି ନା କୌଣସି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି। କୋଟା କୋଚିଂ ସେଣ୍ଟର ତାଲିକାର ଦଶମ ସ୍ଥାନରେ ରହିଛି। ଏହି ରିପୋର୍ଟ ଏନ୍‌ସିଆର୍‌ବିର ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି, ଯାହାକି ଦେଶର ପ୍ରତିଟି ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି।

Advertisment
NCRB Report Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ