Advertisment

୧୦୦ କୋଟି ନିବେଶକ ହାତେଇବାକୁ ବସିଲାଣି କ୍ରିପ୍ଟୋକରେନ୍ସି

ଆପଣ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଁଛନ୍ତି କି? ଜାଣିଛନ୍ତି କି କ୍ରିପ୍ଟୋକରେନ୍ସିରେ କେମିତି ହେଉଛି କାରବାର? ବ୍ୟାଙ୍କ ଏବଂ ମ୍ୟୁଚୁଆଲ୍ ଫଣ୍ଡଠାରୁ କ୍ରିପ୍ଟୋକରେନ୍ସିରେ କେମିତି ମିଳୁଛି ଅଧିକ ରାଶି ରିଟର୍ଣ୍ଣ? କଣ ରହିଛି ଏହା ପଛର ଗୁଢ଼ ରହସ୍ୟ? ଏଥର ବଜେଟ୍ ୨୦୨୨-୨୩ରେ ଭାରତ ସରକାର କ୍ରିପ୍ଟୋ କରେନ୍ସି କାରବାରକୁ କରିବେ କି ବୈଧ୍ୟ ଘୋଷଣା?

ଅଦ୍ୟତନ ହୋଇଛି
Crypto Currency

Crypto Currency

Advertisment

ଯେଉଁମାନେ ପୁଞ୍ଜିବଜାରରେ ଟଙ୍କା ଖଟେଇ ମୋଟା ଅଙ୍କର ସୁଧ ହାତୋଉଛନ୍ତି, ସେମାନଙ୍କର ନଜର ଏବେ କ୍ରିପ୍ଟୋକରେନ୍ସି ଉପରେ। କାହିଁକି ନା ବର୍ତ୍ତମାନର ସ୍ଥିତି ଯାହା ହେଲାଣି ବ୍ୟାଙ୍କ ଖାତାରେ ଟଙ୍କା ଜମାରଖିବାଟା ମାଟି ତଳେ ଗାତ କରି ପୋତିବା ସହ ସମାନ ହୋଇଯାଇଛି। ନିଜ ସେଭିଙ୍ଗ୍ ଖାତାରେ ଯେଉଁ ଟଙ୍କା ଆପଣ ରେଗୁଲାର ଖର୍ଚ ପାଇଁ ରଖୁଛନ୍ତି ସେଥିରେ ବ୍ୟାଙ୍କ ଆପଣଙ୍କୁ କେତେ ସୁଧ ଦେଉଛି ଆପଣ ତାହା ବେଶ୍ ଭଲ ଭାବରେ ଜାଣନ୍ତି।

Advertisment

ତେଣୁ ଅଧିକ ସୁଧ ଆଶା କରୁଥିବା ନିବେଶକମାନେ ସଦାବେଳେ Capital Market ଏବଂ money Market କୁ ଚାହିଁ ବସିଛନ୍ତି। ସେୟାର ବଜାର କେତେବେଳେ ମାନ୍ଦା ରହୁଛି ଆଉ କେତେବେଳେ ଭଲ ପ୍ରଦର୍ଶନ କରୁଛି ତାହାକୁ ଚାତକ ପରି ଚାହିଁ ରହୁଛନ୍ତି ନିବେଶକ। ଗତ କିଛିବର୍ଷ ମଧ୍ୟରେ ବିଟ୍ କଏନ୍ ଭଳି ଏକାଧିକ କ୍ରିପଟୋକରେନ୍ସି ବଜାରରେ ଉଭା ହୋଇଛନ୍ତି। ଯୁବପିଢି ଯେଉଁ ମାନେ ଏ କାରବାର ବାବଦରେ ଅଳ୍ପେବହୁତେ ଜାଣଲେଣି, ସେମାନେ ଦିନରାତି ମୋବାଇଲ୍ ଖୋଲି ବସୁଛନ୍ତି।

ଆକଳନ କରାଗଲାଣି ଯେ ବର୍ଷ ୨୦୨୩ ଶେଷ ବେଳକୁ ସାରା ବିଶ୍ୱରେ କ୍ରିପ୍ଟୋକରେନ୍ସି ନିବେଶକଙ୍କ ସଂଖ୍ୟା ୧୦୦ କୋଟି ପାର୍ କରିବ। ଯଦି ଏହି ଆକଳନ ସତ ହୁଏ ତେବେ ଗତ ବର୍ଷ ତୁଳନାରେ ଏହା ୩ଗୁଣା ଅଧିକ ରହିବ । ଟ୍ରେଡିଂ ପ୍ଲାଟଫର୍ମ କ୍ରିପ୍ଟୋ ଡଟ୍ କମ୍ ଏଭଳି ଆକଳନ କରିଛି।

Advertisment

ଏବେ ନିବେଶ ବିଶେଷଜ୍ଞ ମାନେ କହିବାକୁ ବସିଲେଣି ଯେ, ଏଣିକି କ୍ରିପ୍ଟୋ କରେନ୍ସିକୁ ସରକାର ବୈଧ୍ୟ ଘୋଷଣା କରିବା ସମୟ ଆସିଗଲାଣି। ଏଣିକି ଏହାକୁ ମେନଷ୍ଟ୍ରିମର କରେନ୍ସି ବୋଲି ଅସ୍ୱୀକାର କରାଯାଇପାରିବନି। ଅନ୍ୟପକ୍ଷରେ ନିବେଶକଙ୍କ ଠାରୁ ଆରମ୍ଭ କରି ଟ୍ରେଡିଂ ପ୍ଲାଟଫର୍ମ ଗୁଡିକ ଏଥରର ବଜେଟକୁ ଚାହିଁ ବସିଛନ୍ତି। ଯଦି ସରକାର ଏଥର ବଜେଟ୍ ରେ କ୍ରିପ୍ଟୋ କରେନ୍ସିକୁ ଆଇନସମ୍ମତ ବୋଲି ଘୋଷଣା କରନ୍ତି ତାହାଲେ ପୁ୍ଞ୍ଜିବଜାରରେ ଏହା ଏକ ନୂଆ ଧାରା ସୃଷ୍ଟି କରିବ।

Crypto Currency
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ