Advertisment

ଭାରତରେ ବି ଜୀବନ ନେଲା H3N2 ଭାଇରସ୍‌: ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ...

ଭାରତରେ H3N2 ଭାଇରସ୍‌ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଏଥିରେ ଆକ୍ରାନ୍ତ ହୋଇ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
India's 1st H3N2 Influenza Deaths

India's 1st H3N2 Influenza Deaths

Advertisment

ଭାରତରେ ବି ଜୀବନ ନେଲା H3N2 ଭାଇରସ୍‌। ଭାରତରେ ଏହି ଭାଇରସ୍‌ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଏଥିରେ ଆକ୍ରାନ୍ତ ହୋଇ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ହରିୟାଣା ଏବଂ କର୍ଣ୍ଣାଟକରେ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ଜଣାପଡ଼ିଛି।

Advertisment

ବର୍ତ୍ତମାନ ଦେଶରେ H3N2 ଭାଇରସ୍‌ରେ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। । H1N1 ଭାଇରସର ୮ଟି କେସ୍  ମଧ୍ୟ ଚିହ୍ନଟ ହୋଇଛି । ଦେଶରେ ବର୍ତ୍ତମାନ ଥଣ୍ଡା ଜ୍ୱର ବଢ଼ିଥିବା ରିପୋର୍ଟ କହୁଛି। ଏଥିମଧ୍ୟରୁ ଅଧିକାଂଶ ରୋଗୀ H3N2 ଭାଇରସ୍‌ରେ ଆକ୍ରାନ୍ତ। H3N2 ଭାଇରସ୍‌ ହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା । ଏଥିରେ ଆକ୍ରାନ୍ତ ହେବା ପରେ ଅନେକ ମେଡିକାଲରେ ଭର୍ତ୍ତି ହେଉଛନ୍ତି । 

ଜ୍ୱର ଜନିତ ମାମଲାରେ ଏହି ଭାଇରସ୍‌ରେ ଆକ୍ରାନ୍ତ ରୋଗୀ ଅଧିକ ମାତ୍ରାରେ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏହି ଭାଇରସ୍‌ରେ ସଂକ୍ରମିତଙ୍କ କରୋନା ରୋଗୀଙ୍କ ଭଳି ସମାନ ଲକ୍ଷଣ ପରିଲକ୍ଷିତ ହେଉଛି । ଏହି ଭାଇରସ୍ ଦ୍ୱାରା ତଣ୍ଟି ଦରଜ, କାଶ, ଦେହ ବିନ୍ଧା ହେବା ସହ ନାକରୁ ପାଣି ବାହାରିଥାଏ । ଏହି ଭାଇରସ୍‌ର ମ୍ୟୁଟେନସ ବାରମ୍ବାର ହେଉଥିବାରୁ ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବାର ଜଣାପଡ଼ିଛି ।

Advertisment

ପୂର୍ବରୁ ଡାଇବେଟିସ୍, ରକ୍ତଚାପ ପରି ରୋଗରେ ପୀଡ଼ିତଙ୍କ ପ୍ରତି ଏହି ଭାଇରସ୍ ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି। H3N2 ଭାଇରସ୍‌କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ