ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ; ୭ ହଜାର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା...୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ ପଜିଟିଭ୍ ଚିହ୍ନଟ..

India Reports 7,240 New Covid Cases, Nearly 40% Jump For 2nd Straight Day

ଦେଶରେ ପୁଣି କରୋନା ଗ୍ରାଫ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ୭ହଜାର ୨୪୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାରରେ ଏକାଥରକେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । କେବଳ ମହାରାଷ୍ଟ୍ରରୁ ୨୭ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଏହାସହ ଦେଶରେ ୨୪ ଘଣ୍ଟାରେ କରୋନାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୯୮ରେ ପହଞ୍ଚିଛି ।

ଅନ୍ୟପକ୍ଷେ, ରାଜ୍ୟରେ ପୁଣି ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।୧୮ ବର୍ଷରୁ କମ୍ ବର୍ଗ ମଧ୍ୟରେ ୨ଜଣ, କ୍ୱାରେଣ୍ଟିନ୍‌ରୁ ୧୮, ଲୋକାଲରୁ ୧୩ ଚିହ୍ନଟ ହୋଛନ୍ତି । ଏଥିମଧ୍ୟରେ କଟକରୁ ସର୍ବାଧିକ ୧୬ ଓ ଖୋର୍ଦ୍ଧାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।