Advertisment

ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଅଦ୍ୟତନ ହୋଇଛି
undefined

India remembers former PM Atal Bihari Vajpayee on his death anniversary

Advertisment

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୬ ମସିହାରେ ୧୩ ଦିନ ଓ ୧୯୯୮ ମସିହାରେ ୧୩ ମାସ  ପରେ ୧୯୯୯ ମସିହାରେ ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ଅଟଳ ବିହାରୀ ବାଜପେୟୀ। ଏହାସହ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ।

Advertisment

୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତ ପୋଖରାନରେ ଆଣବିକ ପରୀକ୍ଷଣ କରିଥିଲା। ପଡୋଶୀ ରାଷ୍ଟ୍ରମାନଙ୍କ ସୁସମ୍ପର୍କ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ। ଲାହୋରକୁ ବସ୍‌ରେ ଯାଇ ତତ୍କାଳୀନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ଆଲୋଚନା କରିଥିଲେ। ଏପରିକି କାର୍ଗିଲ ଯୁଦ୍ଧ ପରେ ତତ୍‌କାଳୀନ ପାକିସ୍ତାନ ମୁଖ୍ୟ ପରଭେଜ ମୁସାରଫଙ୍କୁ ଆଗ୍ରା ଶିଖର ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ।

ବାଜପେୟୀଙ୍କ ପୂଣ୍ୟତିଥି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରମୁଖ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

Advertisment

ଜାତୀୟ ରାଜପଥ ବିକାଶ ପ୍ରକଳ୍ପ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ତାଙ୍କରି ସମୟରେ ଆରମ୍ଭ କରାଯାଇଥିଲା। କବିତା, ଅଭିଭାଷଣ, ହସ ହସ ଚେହେରା ଓ ବିଚାରଧାରା ପାଇଁ ସେ ବେଶ୍ ଲୋକପ୍ରିୟ ଥିଲେ। ୧୯୫୧ ମସିହରେ ଭାରତୀୟ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ବାଜପେୟୀ।୧୯୫୫ରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ଅଟଳ ବିହାରୀ ବାଜପେୟୀ। ଏହାପରେ ୧୯୫୭ରେ ନିର୍ବାଚନ ଜିତି ସାଂସଦ ହୋଇଥିଲେ।

ବାଜପେୟୀ ମୋଟ୍ ୧୦ ଥର ଲୋକସଭା ସାଂସଦ ହୋଇ ଥିବାବେଳେ ୨ ଥର ରାଜ୍ୟସଭା ସାସଂଦ ହୋଇଥିଲେ। ୨୦୧୫ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୨୪ ଡିସେମ୍ବର ୨୫ ତାରିଖରେ ଗ୍ୱାଲିୟରର ଜନ୍ମିତ ବାଜପେୟୀଙ୍କ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ପରଲୋକ ହୋଇଥିଲା।

Advertisment
Atal Bihari Vajpayee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ