Advertisment

ଏହି ୨ ସହରରେ ବଢ଼ୁଛି କରୋନା ସଂକ୍ରମଣ, ପୁଣି କଡ଼ାକଡ଼ି ହେବ କି କଟକଣା ?

ପୁଣି ଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

India Records Over 12,000 New Covid Cases

India Records Over 12,000 New Covid Cases

Advertisment

ପୁଣି ଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଓ ମୁମ୍ବାଇରେ ବଢ଼ୁଥିବା ପଜିଟିଭିଟି ରେଟ୍ ଏବେ ଅଧିକ ଚିନ୍ତା ବଢ଼ାଇଛି। ଦିନକରେ ମହାରାଷ୍ଟ୍ରରେ  ୪ ହଜାର ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ମୁମ୍ବାଇରୁ ୨ ହଜାର ୩୬୬ ପଜିଟିଭ୍ ବାହାରିଛନ୍ତି। 

Advertisment

ସେହିପରି ଦିଲ୍ଲୀରେ ଗତ ୧୦ ଦିନ ମଧ୍ୟରେ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ପଜିଟିଭିଟି ରେଟ୍ ବି ୧.୯୨% କୁ ବଢ଼ିଛି। ତେଣୁ ପୁଣି ଥରେ ମାସ୍କ ଓ କରୋନା କଟକଣା କଡ଼ାକଡ଼ି ହେବା ନେଇ ଅନୁମାନ କରାଯାଉଛି।

ଗତକାଲି ଦେଶରେ କରୋନା କେସ୍ ୧୨ ହଜାର ଟପିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୁରୁବାର ୧୧ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦୈନିକ ପଜିଟିଭିଟି ରେଟ୍ ୨.୩୫%କୁ ବଢ଼ିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭିଲାନ୍ସ ବଢ଼ାଇବା ସହ ଟେଷ୍ଟିଂକୁ ବଢ଼ାଇବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment
Coronavirus COVID Cases In India COVID Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ