Advertisment

Good News: ଖୁବ୍‌ଶୀଘ୍ର ହ୍ୱାଟ୍ସଆପ୍‌ରେ ୟୁଜର୍ସଙ୍କୁ ମିଳିବ ଏହି ସୁବିଧା

କେନ୍ଦ୍ର ସରକାର India Post Payments Bank(IPPB) ଓ WhatsApp ମଧ୍ୟରେ ଟାଇଅପ୍‌ କରିବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ୱାରା ୟୁଜର୍ସଙ୍କ ପାଇଁ ଅନେକ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସସିଆଲ୍‌ ସେବା ଉପଲ୍ଲବ୍ଧ କରାଯିବ ବୋଲି ଜଣାପଡ଼ିଛି।

India Post Coming To Whatsapp

India Post Coming To Whatsapp

Advertisment

କେନ୍ଦ୍ର ସରକାର India Post Payments Bank(IPPB) ଓ WhatsApp ମଧ୍ୟରେ ଟାଇଅପ୍‌ କରିବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ୱାରା ୟୁଜର୍ସଙ୍କ ପାଇଁ ଅନେକ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସସିଆଲ୍‌ ସେବା ଉପଲ୍ଲବ୍ଧ କରାଯିବ ବୋଲି ଜଣାପଡ଼ିଛି। ଏକ ରିପୋର୍ଟ ଅନୁସାରେ, ସରକାର ଏହାଦ୍ୱାରା ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରବାକୁ ଚାହୁଁଛନ୍ତି। 

Advertisment

Economic Timesର ରିପୋର୍ଟ ଅନୁସାରେ, ଡିଜିଟାଲେଇଜେସନକୁ ପ୍ରୋତ୍ସାହନ ଦେବା ଲାଗି ଖୁବ୍‌ଶୀଘ୍ର ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଓ ହ୍ୱାଟ୍ସଆପ୍‌ ମଧ୍ୟରେ ପାର୍ଟନରଶିପ୍‌ ହୋଇପାରେ। ଏହାଦ୍ୱାରା  India Post Payments Bankର ଗ୍ରାହକ ଉତ୍ତମ ସେବା ପାଇପାରିବେ। ଫଳରେ ଛୋଟ କାମ ପାଇଁ ଗ୍ରାହକଙ୍କୁ ଆଉ ବ୍ୟାଙ୍କ ଦୌଡ଼ିବାକୁ ପଡ଼ିବନି। ୟୁଜର୍ସଙ୍କୁ ଆକାଉଣ୍ଟ ବାଲାନ୍ସ ଚେକ୍‌ କରିବାଠୁ ଆରମ୍ଭ କରି ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସମସ୍ତ ଅପ୍‌ସନ୍‌ ମିଳିବ। 

୨୦୧୮ ମସିହାରେ India Post Payments Bank ଲଞ୍ଚ୍‌ ହୋଇଥିଲା। ଏହା ହେଉଛି ପବ୍ଲିକ୍‌ ଲିମିଟେଡ୍‌ ବ୍ୟାଙ୍କ, ଯେଉଁଥିରେ କେନ୍ଦ୍ର ସରକାରଙ୍କ ୧୦୦% ଷ୍ଟେକ୍ ରହିଛି। ଏଥିରେ ଡିପାର୍ଟମେଣ୍ଟ ଅଫ୍‌ ପୋଷ୍ଟ୍‌ ଅନ୍ତର୍ଗତ ପେମେଣ୍ଟ ବ୍ୟାଙ୍କ ଆଧାରରେ ସେଟ୍‌ଅପ୍‌ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି, ୬୦ ଦିନ ପର୍ଯ୍ୟନ୍ତ ଏହି ପାଇଲଟ୍‌ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ। ଏଥିରେ IPPB ସେବା ଭଳି ବାଲାନ୍ସ ଚେକ୍‌ କରିବା, ନୂଆ ଆକାଉଣ୍ଟ ଖୋଲିବା, ପିନ୍‌ କିମ୍ବା ପାସ୍‌ୱର୍ଡ ଚେକ୍‌ ଇତ୍ୟାଦିକୁ ସାମିଲ କରାଯାଇଛି। 

Advertisment

ରିପୋର୍ଟରେ ଆହୁରି କୁହାଯାଇଛି ଯେ, କିଛି ଗ୍ରାହକଙ୍କୁ ବିଶେଷ ସୁବିଧା ମିଳିବ। ଏହି ସେବାରେ ଟଙ୍କା ଉଠାଣ, ଆଧାରରୁ ଆଧାର ଟ୍ରାନ୍ସଫର୍‌, ପ୍ୟାନ୍‌ ନମ୍ବର ଅପଡେଟ୍‌, ଆଧାର ନମ୍ବର ଓ ଆକାଉଣ୍ଟ ମ୍ୟାନେଜ୍‌ ଇତ୍ୟାଦି କରିପାରିବେ। ଏବେ ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ ବ୍ୟାଙ୍କର ଗ୍ରାହକ ଅନ୍‌ଲାଇନ୍‌ ସେବା କିମ୍ବା ଡିଜିଟାଲ୍‌ ବ୍ୟାଙ୍କିଙ୍ଗକୁ IPPB ୱେବ୍‌ସାଇଟ୍‌ କିମ୍ବା ମୋବାଇଲ୍‌ ଆପ୍‌ ମାଧ୍ୟରେ access କରିପାରିବେ। 

WhatsApp India Post India Post Payments Bank
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ