Advertisment

India Pakistan Conflict 2025: ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ଏମିତି ଚରମସୀମାରେ ପହଞ୍ଚି ନଥିଲା ଯେମିତି ୨୦୨୫ ଅପରେସନ ସିନ୍ଦୂରରେ ହେଉଛି । କେମିତି ଗୋଟିଏ ପରେ ଗୋଟିଏ ରାତି ବିତିବ ସେ ନେଇ ଚିନ୍ତିତ ସୀମାନ୍ତବର୍ତ୍ତୀ ଅଂଚଳର ଲୋକେ ।

ଅଦ୍ୟତନ ହୋଇଛି
Tension

Tension

Advertisment

ଭାରତ ପୂର୍ବରୁ ଅନେକ ଥର ପାକିସ୍ତାନ ସହ ଯୁଦ୍ଧର ସାମନା କରିଛି । କିନ୍ତୁ ଅତି ଭୟଙ୍କର ହୋଇଛି ୨୦୨୫ ଭାରତ ପାକିସ୍ତାନ ଉତ୍ତେଜନା । ଥରୁଛି ଏଲଓସି । ୨୦୨୫ ଅପରେସନ ସିନ୍ଦୂର ପାକିସ୍ତାନର ନିଦ ହଜାଇ ଦେଇଛି । ଉଭୟ ଦେଶ ପରସ୍ପର ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରୁଛନ୍ତି । ଉଭୟ ଦେଶର ସୀମା ନିକଟରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୀମାନ୍ତବର୍ତ୍ତୀ ଲୋକଙ୍କୁ ଆତଙ୍କିତ କରିଦେଇଛି ଘନଘନ ମିସାଇଲ ମାଡର ଗର୍ଜନ, ଡ୍ରୋନ ଅକ୍ରମଣର ପ୍ରଚଣ୍ଡ ଶବ୍ଦ । ସେଠାକାର ଲୋକେ ବିଶ୍ୱାସ ମଧ୍ୟ କରି ପାରୁ ନାହାନ୍ତି ଯେ, ଏ ପରିଣାମ ଏତେ ଭୟଙ୍କର ହୋଇପାରେ!

Advertisment

ଜମ୍ମୁର ପୁଂଚ ଜିଲ୍ଲାର ଜଣେ ବାସିନ୍ଦା କହିଛନ୍ତି, ୧୯୭୧ ମସିହାରେ ହୋଇଥିବା ଯୁଦ୍ଧ ଏତେ ଭୟଙ୍କର ନଥିଲା । ୨୦୨୫ରେ ପରିସ୍ଥିତି ଭୟଙ୍କର ହୋଇଛି । ବହୁତ ଗୁଡିଏ ପରିବାର ସେମାନଙ୍କ ସଦସ୍ୟମାନଙ୍କୁ ନେଇ ସୁରକ୍ଷିତ ସ୍ଥାନକୁ ପଳାଇଲେଣି । ଭୋର ସମୟରେ ବି ରାତି କେମିତି କଟିବ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଆଗକୁ କଣ ଘଟିବ ତାହା ଆମେ କଳ୍ପନା କରି ପାରୁନୁ । ପ୍ରତ୍ୟେକ ମୁହୂର୍ତ୍ତ  ଆମକୁ ଆତଙ୍କିତ ଅବସ୍ଥାରେ ରହିବାକୁ ପଡୁଛି । ବହୁତ ଗୁଡିଏ ଧାର୍ମିକ ଅନୁଷ୍ଠାନ ଧ୍ୱଂସ ହୋଇଯାଇଛି ।

ପାକିସ୍ତାନ ଦୀର୍ଘ ସମୟ ଧରି ଟାର୍ଗେଟ କରି ଆସୁଛି । ତେଣୁ ତାକୁ ଉଚିତ୍ ଶିକ୍ଷା ଦେବା ଉଚିତ୍ । ପୂର୍ବରୁ ଯେତେଥର ବି ଯୁଦ୍ଧ ହୋଇଛି, ଆମେମାନେ ଆମର ସୁରକ୍ଷାକୁ ନେଇ ଚିନ୍ତିତ ନଥିଲୁ । କିନ୍ତୁ ଏଥର ଆମ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଯୁଦ୍ଧ ଆମ ଦ୍ୱାର ସାମନାରେ ଆସି ପହଞ୍ଚିଲାଣି । ଆମକୁ ବଞ୍ଚି ରହିବାକୁ ହେଲେ ଏଠାରେ ବଙ୍କର ଆବଶ୍ୟକ । ୧୯୭୧ ମସିହା ଯୁଦ୍ଧରେ ଏତେ ଗର୍ଜନ ଶୁଭୁନଥିଲା । ଅଧିକ ସଂଖ୍ୟାରେ ସେନା କର୍ମଚାରୀ ଥିଲେ । କିନ୍ତୁ ଏବେ ପରିସ୍ଥିତି ପୂରା ଭିନ୍ନ ।

Advertisment

ଅଧିକ ପଢ଼ନ୍ତୁ: କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

ନଜର ପକାନ୍ତୁ ଇତିହାସର ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବିଷୟରେ

ଇତିହାସ ସାକ୍ଷୀ ଅଛି ଭାରତ ସହିତ ପାକିସ୍ତାନର ଯୁଦ୍ଧ କେତେ ଭୟଙ୍କର । ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରଠାରୁ ହିଁ ଆରମ୍ଭ ହୋଇଛି ତିକ୍ତତା । ଯାହାର ପରିଣାମ ସ୍ୱରୂପ ହୋଇଛି ଯୁଦ୍ଧ । ଉଭୟ ଦେଶ ଅନେକ ଥର ଯୁଦ୍ଧ କରିଛନ୍ତି । କେତେବେଳେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶ କାଶ୍ମୀରକୁ ନେଇ ତ କେତେବେଳେ ଭାରତର ସବୁଠୁ ବଡ ଶତ୍ରୁ ସୀମା ପାର ଆତଙ୍କବାଦୀଙ୍କୁ ନେଇ । କିନ୍ତୁ ପ୍ରତ୍ୟେକ ଥର ପାକିସ୍ତାନକୁ ପରାଜୟର ସାମନା କରିବାକୁ ପଡିଛି । ୧୯୪୭ ମସିହାରେ ସ୍ୱତନ୍ତ୍ର ଇସଲାମିକ ରାଷ୍ଟ୍ର ଗଠନ ଦାବିରେ ପାକ୍ ସହ ତିକ୍ତତା ଆରମ୍ଭ ହୋଇଥିଲା । ଫଳ ସ୍ୱରୂପ ‘ହିନ୍ଦୁସ୍ତାନ’ ଓ ‘ପାକିସ୍ତାନ’ ଦୁଇଟି ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ରାଷ୍ଟ୍ର ଗଠନ ହୋଇଥିଲା । 

Advertisment

ପ୍ରଥମ କାଶ୍ମୀର ଯୁଦ୍ଧ (୧୯୪୭-୧୯୪୮)
୧୯୪୭-୧୯୪୮ରେ ପ୍ରଥମ କାଶ୍ମୀର ଯୁଦ୍ଧ ହୋଇଥିଲା । ଭାରତ ଓ ପାକିସ୍ତାନ କାଶ୍ମୀରକୁ ନେଇ ଭୟଙ୍କର ଭାବେ ଯୁଦ୍ଧ କରିଥିଲେ । କଥା ଯାଇ ପହଞ୍ଚିଥିଲା ଜାତିସଂଘରେ । ଜାତିସଂଘର ନିରାପତ୍ତା ପରିଷଦ ଏକ ରିଜୋଲ୍ୟୁସନ ପାସ୍ କରିଥିଲା । ଯେଉଁଥିରେ କାହା ପାଖରେ କେତେ ଭାଗ କାଶ୍ମୀର ରହିବ, ସେଥିପାଇଁ ନିୟନ୍ତ୍ରଣ ରେଖା ହୋଇଥିଲା । ଏହା ପରେ ଭାରତ ଅଧିନରେ ରହିଥିଲା କାଶ୍ମୀର ଉପତ୍ୟକା, ଜମ୍ମୁ ଏବଂ ଲଦାଖ । ସେହିପରି ପାକିସ୍ତାନ ହାତକୁ ଯାଇଥିଲା ଆଜାଦ କାଶ୍ମୀର ଏବଂ ଗିଲଗିଟ୍ ବାଲଟିସ୍ତାନ । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରକୁ କୁହାଗଲା ‘ପାକିସ୍ତାନ ଅଧିକୃତ କାଶ୍ମୀର’ ।

ଭାରତ- ପାକିସ୍ତାନ ଯୁଦ୍ଧ ୧୯୬୫

୧୯୬୫ ମସିହାରେ ଅପରେସନ ‘ଗିବ୍ରାଲ୍ଟର’ ଆରମ୍ଭ କରିଥିଲା ପାକିସ୍ତାନ । ଭାରତର ଜମ୍ମୁ ଏବଂ କାଶ୍ମୀରରେ ସେନା ବିରୋଧରେ ବିଦ୍ରୋହ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିବା ସହ ଅନୁପ୍ରବେଶ ଉଦ୍ୟମ କରିଥିଲା ପାକିସ୍ତାନ । ଭାରତ ପଶ୍ଚିମ ପାକିସ୍ତାନ ଉପରେ ପୂର୍ଣ୍ଣ ସାମରିକ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା । ୧୭ ଦିନର ଏହି ଯୁଦ୍ଧରେ ଉଭୟ ପକ୍ଷରୁ ହଜାର ହଜାର ଲୋକେ ପ୍ରାଣ ହରାଇଥିଲେ । ପରେ ସୋଭିଏତ ୟୁନିୟନ ଏବଂ ଆମେରିକାର ମଧ୍ୟସ୍ଥତା ପରେ ତାସକେଣ୍ଟ ଡିକ୍ଲାରେସନ ପାରିତ ହୋଇଥିଲା । ଯାହା ପରେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ବନ୍ଦ ହୋଇଥିଲା । 

ଅଧିକ ପଢ଼ନ୍ତୁ: ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା, ଜାଣନ୍ତୁ କେମିତି ଥିଲା ଅପରେସନର ୨୫ ମିନିଟ୍

ଭାରତ- ପାକିସ୍ତାନ ଯୁଦ୍ଧ ୧୯୭୧

୧୯୭୧ ମସିହାରେ ହୋଇଥିବା ଏହି ଯୁଦ୍ଧ ଭାରତ-ପାକିସ୍ତାନ-ବାଂଲାଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ୧୯୭୧ ମସିହାରେ ପାକିସ୍ତାନରୁ ଅଲଗା ହୋଇ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଦାବି କରୁଥିଲା ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ) । ପୂର୍ବ ପାକିସ୍ତାନରେ ଶେଖ୍ ମୁଜିବୁର ରେହମାନ କ୍ଷମତାକୁ ଆସିବା ପରେ ସହି ପାରିନଥିଲେ ପଶ୍ଚିମ ପାକିସ୍ତାନର କିଛି ନେତା । ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଏତେ ଭୟଙ୍କର ହୋଇଥିଲା ଯେ, ପୂର୍ବ ପାକିସ୍ତାନର ପ୍ରାୟ ୧ କୋଟି ନାଗରିକ ଭାରତର ଶରଣ ପଶିଥିଲେ ।

ଏମାନେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପାଖରେ ଚାପ ପକାଇଥିଲେ । ଭାରତ ଏଥିରେ ହସ୍ତକ୍ଷେପ କରି ବାଂଲାଦେଶ ଗଠନ ପାଇଁ ପୂର୍ବ ପାକିସ୍ତାନକୁ ସାହାଯ୍ୟ କରିଥିଲା । ଫଳ ସ୍ୱରୂପ ପାକିସ୍ତାନ ଏଥିରେ ଉତକ୍ଷିପ୍ତ ହୋଇ ଭାରତ ଉପରେ ଆକ୍ରମଣ କରିଥିଲା । ୧୯୭୧, ୧୬ ଡିସେମ୍ବରରେ ଆରମ୍ଭ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧ ରେ ବାଂଲାଦେଶ ଗଠନ ହୋଇଥିଲା ଏବଂ ଭାରତ ପାଖରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ ।

Indo-Pak War 1971 India-Pak War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ