Advertisment

ଭାରତର ପ୍ରତ୍ୟେକ ସହରକୁ କାଠମାଣ୍ତୁକୁ ଗଡିବ ଟ୍ରେନ୍!

ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଏହି ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ୨୩୭ ବିଲିୟନ ଟଙ୍କା ବ୍ୟୟର ପ୍ରସ୍ତାବ ଦିଆଯାଇଛି।

ଅଦ୍ୟତନ ହୋଇଛି
India-Nepal Railway

India-Nepal Railway

Advertisment

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଏହି ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ୨୩୭ ବିଲିୟନ ଟଙ୍କା ବ୍ୟୟର ପ୍ରସ୍ତାବ ଦିଆଯାଇଛି।

Advertisment

ବ୍ରଡ-ଗେଜ୍ ଟ୍ରାକର କାମ ସମାପ୍ତ ହେବା ପରେ ନେପାଳର ରାଜଧାନୀ କାଠମାଣ୍ଡୁ ସହିତ ଭାରତର ପ୍ରମୁଖ ସହର ସିଧାସଳଖ ଭାବେ ସଂଯୁକ୍ତ ହୋଇପାରିବ। ଏହି ଟ୍ରାକ୍ ନିର୍ମାଣ ହେତୁ ଭାରତ ସମେତ ଅନ୍ୟାନ୍ୟ ଦେଶ ମାନଙ୍କରୁ ଅତ୍ୟାବଶ୍ୟକ ସାମଗ୍ରୀ କାଠମାଣ୍ତୁକୁ ସିଧାସଳଖ ପହଞ୍ଚିପାରିବ । ପୂର୍ବରୁ ସମସ୍ତ ସାମଗ୍ରୀ ବିରଗଂଜ ଆସୁଥିଲା, ତା’ପରେ ନେପାଳକୁ ପଠାଯାଉଥିଲା। ତେବେ ଏନେଇ ଅନେକ ସମୟ ନଷ୍ଟ ହେଉଥିଲା । ଏହାକୁ ନଜରରେ ରଖି ଉଭୟ ଦେଶ ପକ୍ଷରୁ ଏହି ପ୍ରକଳ୍ପକୁ ନେଇ ଆଲୋଚନା କରାଯାଇଥିଲା । 

Advertisment

ରକ୍ସୋଲ ଏବଂ କାଠମାଣ୍ଡୁକୁ ସଂଯୋଗ କରିବା ପାଇଁ ଭାରତ ପକ୍ଷରୁ ଚାରୋଟି ରେଳ ଲାଇନ ପ୍ରସ୍ତାବ ଦିଆଯାଇଛି। ନେପାଳରୁ ଜମି ମଞ୍ଜୁର ହେବା ପରେ ପାଞ୍ଚ ବର୍ଷ ମଧ୍ୟରେ ଏହି ପ୍ରକଳ୍ପଟି ଶେଷ ହେବ ବୋଲି ସୂଚନା ମିଳିଛି । ନେପାଳରେ ଚୀନ୍‌ର ପ୍ରଭାବ ହ୍ରାସ କରିବା ଦିଗରେ ଏହି ୧୩୬ କିଲୋମିଟର ଲମ୍ୱା ଟ୍ରାକ୍‌ର ପ୍ରସ୍ତାବ ଦେଇଛି ଭାରତ। ଆସନ୍ତା ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପର ସମସ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟର ସମସ୍ତ ଦାୟିତ୍ୱ ଭାରତ ବହନ କରିବ।

ଜୟନଗରରୁ କୁର୍ଥା ଯାଏଁ ଲମ୍ବିଥିବା ଏହି ଟ୍ରାକରେ ଖୁବ ଶୀଘ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଯିବ। ଏଥିପାଇଁ ଷ୍ଟାଣ୍ତାର୍ଡ ଅପରେଟିଂ ପକ୍ଷରୁ ସ୍ୱୀକୃତି ଦିଆଯାଇଛି। ଜୟନଗର (ଭାରତ) ରୁ କୁର୍ଥା (ନେପାଳ) ପର୍ଯ୍ୟନ୍ତ ରେଳ ଲାଇନର ଲମ୍ବ ୩୪ କିଲୋମିଟର ରହିଛି । ଏହି ରେଳ ଟ୍ରାକରେ ଟ୍ରେନ୍ ଚଳାଚଳ ହେଲେ ଉଭୟ ଭାରତ ଏବଂ ନେପାଳର ଲକ୍ଷ ଲକ୍ଷ ନାଗରିକ ଉପକୃତ ହେବେ।

Advertisment
Railway Track India-Nepal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ