Advertisment

ଦୁନିଆ ଦେଖୁଛି ଭାରତର ଯୁବଶକ୍ତିର ସାମର୍ଥ୍ୟ; ଦିନେ ଚାକିରି ଖୋଜୁଥିଲେ, ଏବେ ଚାକିରି ଦେଉଛନ୍ତି

ଭାରତ ପାଲଟିଛି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ। ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିଙ୍କ ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ। ମାତ୍ର ଏବେ ଚାକିରି ଦେବା ପନ୍ଥାକୁ ଆପଣାଇ ନେଇଛନ୍ତି ଭାରତର ଯୁବପିଢ଼ି।

Startup Ecosystem In India

Startup Ecosystem In India

Advertisment

ଭାରତ ପାଲଟିଛି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ। ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିଙ୍କ ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ। ମାତ୍ର ଏବେ ଚାକିରି ଦେବା ପନ୍ଥାକୁ ଆପଣାଇ ନେଇଛନ୍ତି ଭାରତର ଯୁବପିଢ଼ୀ। ନୂଆଦିଲ୍ଲୀରେ ଆୟୋଜିତ ଷ୍ଟାର୍ଟଅପ୍ ମହାକୁମ୍ଭରେ ଯୋଗଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପରେ ଦେଶର ଯୁବକମାନେ ଆଗକୁ ବଢିବାରେ ଲାଗିଛନ୍ତି। ଆଜି ଭାରତରେ ୧ ଲକ୍ଷ ୨୫ ହଜାର ଷ୍ଟାର୍ଟଅପ୍ ଥିବା ବେଳେ ଏଥିରେ ପ୍ରାୟ ୧୨ ଲକ୍ଷ ଯୁବକ ସିଧାସଳଖ ଭାବେ ଯୋଡି ହୋଇଛନ୍ତି।

Advertisment

ଭାରତ ପାଲଟିଛି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ। ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିଙ୍କ ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ। ମାତ୍ର ଏବେ ଚାକିରି ଦେବା ପନ୍ଥାକୁ ଆପଣାଇ ନେଇଛନ୍ତି ଭାରତର ଯୁବପିଢ଼ି। ନୂଆଦିଲ୍ଲୀରେ ଆୟୋଜିତ ଷ୍ଟାର୍ଟଅପ୍ ମହାକୁମ୍ଭରେ ଯୋଗଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପରେ ଦେଶର ଯୁବକମାନେ ଆଗକୁ ବଢିବାରେ ଲାଗିଛନ୍ତି। ଆଜି ଭାରତରେ ୧ ଲକ୍ଷ ୨୫ ହଜାର ଷ୍ଟାର୍ଟଅପ୍ ଥିବା ବେଳେ ଏଥିରେ ପ୍ରାୟ ୧୨ ଲକ୍ଷ ଯୁବକ ସିଧାସଳଖ ଭାବେ ଯୋଡି ହୋଇଛନ୍ତି।

ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିର ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ, ଏବେ ଚାକିରି ଦେଉଛନ୍ତି। ଚାକିରି ଖୋଜିବା ବଦଳରେ ସୃଷ୍ଟି କରୁଛନ୍ତି ଚାକିରି। ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଷ୍ଟାର୍ଟଅପ୍ ମହାକୁମ୍ଭରେ ଯୁବବର୍ଗଙ୍କୁ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଯୋଗୁଁ ଦେଶରେ ବଡ଼ ପରିବର୍ତ୍ତନ ଆସିଛି। ପ୍ରଥମେ ଚାକିରି କହିଲେ କେବଳ ସରକାରୀ ଚାକିରିକୁ ବୁଝାଯାଉଥିଲା। ମାତ୍ର ଆଜି କେବଳ ଚାକିରି ପଛରେ ନଧାଇଁ ଯୁବକମାନେ ନିଜେ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି। ପୂର୍ବରୁ ବ୍ୟବସାୟ ଲାଗି ଭାବିବା ଆଗରୁ ପ୍ରଥମେ ଲୋକେ ଟଙ୍କା କଥା ଭାବୁଥିଲେ। ମାତ୍ର ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଆଜି ସେ ଧାରଣା ଦୂରେଇ ଦେଇଛି।

Advertisment

ଆଜି ଭାରତ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ପାଲଟିଛି। ୨୦୧୪ରେ ଦେଶରେ ଶହେଟି ଷ୍ଟାର୍ଟଅପ୍ ନଥିଲା। ମାତ୍ର ଆଜି ଭାରତରେ ଲକ୍ଷେ ୨୫ ହଜାର ଷ୍ଟାର୍ଟଅପ୍ ରହିଛି। ଏଥିରେ ପ୍ରାୟ ୧୨ ଲକ୍ଷ ଯୁବକ ସିଧାସଳଖ ଭାବେ ଯୋଡି ହୋଇଛନ୍ତି ବୋଲି ମୋଦି କହିଛନ୍ତି।

ପ୍ରତିଟି କ୍ଷେତ୍ରରେ ଯୁବକମାନଙ୍କୁ ନୂଆ ଦିଗ ଦେଖାଇଛି ଷ୍ଟାର୍ଟଅପ୍। ନୂଆ ନୂଆ ଚିନ୍ତାଧାରା ଏବଂ ଟେକନୋଲଜିକୁ ନେଇ ଯୁବକମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ଲାଗିଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପରେ ଦେଶର ଯୁବକମାନେ ଦେଖାଇ ଦେଇଛନ୍ତି ସେମାନେ କଣ କରିପାରନ୍ତି। ଆଜି ମହାକାଶ ବିଜ୍ଞାନ କ୍ଷେତ୍ରରେ ୫୦ଟି ଷ୍ଟାର୍ଟଅପ୍ କାମ କରୁଛି। ଖାଲି ସେତିକି ନୁହେଁ, ଦେଶର ୪୫ ପ୍ରତିଶତ ଷ୍ଟାର୍ଟଅପ୍ ମହିଳାମାନେ ଚଳାଉଥିବା ମୋଦି କହିଛନ୍ତି।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଭେଟିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟଅପ୍ ବିଷୟରେ ପଚାରି ବୁଝିଛନ୍ତି। ଯୁବକ ଯୁବତୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ଷ୍ଟାର୍ଟଅପ୍ ବିଷୟରେ ବୁଝାଇଛନ୍ତି।

Startup Ecosystem In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ