Advertisment

କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି : ଦୋହା ଦେଇ ଫେରୁଛନ୍ତି ଆଉ ୧୩୫ ଭାରତୀୟ

କାବୁଲରୁ ଫେରୁଛନ୍ତି ୧୩୫ ଭାରତୀୟ । କାତାର ଦୋହା ଦେଇ ସମସ୍ତ ଭାରତୀୟ ସ୍ୱଦେଶ ଫେରୁଛନ୍ତି । ଭାରତୀୟମାନେ ଘରକୁ ଫେରୁଥିବା ନେଇ କାତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୧୩୫ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ୍ ଆଜି ରାତିରେ ଭାରତରେ ପହଞ୍ଚିବ ।

କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି : ଦୋହା ଦେଇ ଫେରୁଛନ୍ତି ଆଉ ୧୩୫ ଭାରତୀୟ

kabul

Advertisment

କାବୁଲ : କାବୁଲରୁ ଫେରୁଛନ୍ତି ୧୩୫ ଭାରତୀୟ । କାତାର ଦୋହା ଦେଇ ସମସ୍ତ ଭାରତୀୟ ସ୍ୱଦେଶ ଫେରୁଛନ୍ତି । ଭାରତୀୟମାନେ ଘରକୁ ଫେରୁଥିବା ନେଇ କାତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୧୩୫ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ୍ ଆଜି ରାତିରେ ଭାରତରେ ପହଞ୍ଚିବ । ଯାତ୍ରୀଙ୍କ ସୁରକ୍ଷିତ ଫେରିବା ନେଇ ଦୂତାବାସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ୮୭ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ଆଉ ଏକ ବିମାନ ଭାରତ ଫେରୁଛି । ଏହି ବିମାନ ଗତକାଲି ତାଜିକିସ୍ତାନରେ ପହଞ୍ଚିଥିଲା । ବର୍ତ୍ତମାନ ଯାତ୍ରୀଙ୍କୁ ନେଇ ବିମାନ ତାଜିକିସ୍ତାନ ଛାଡିଥିବା ଜଣାପଡିଛି ।

Advertisment

ବିମାନରେ ଦୁଇ ନେପାଳ ନାଗରିକ ମଧ୍ୟ ଅଛନ୍ତି । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିବ । ପ୍ରତିଦିନ ୨ଟି ଫ୍ଲାଇଟ୍ ଚଳାଇବ ଭାରତ, ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କାବୁଲରେ ପ୍ରାୟ ହଜାରେରୁ ଅଧିକ ଭାରତୀୟ ଫସି ରହିଥିବା ଜଣାପ଼ଡ଼ିଛି । ସେପଟେ କାବୁଲରେ ଅପହୃତ ହୋଇଛନ୍ତି ବୋଲି ଖବର ଆସିଥିବା ସବୁ ଭାରତୀୟଙ୍କୁ ଛାଡ଼ି ଦେଇଛି ତାଲିବାନ । ସେମାନେ କାବୁଲ ଏୟାରପୋର୍ଟ ଭିତରେ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି । ଖୁବ ଶୀଘ୍ର ସମସ୍ତଙ୍କୁ ଭାରତକୁ ଅଣାଯିବ ।

Advertisment

ସେହିପରି କାବୁଲରେ ପହଞ୍ଚି ସରକାର ଗଠନ ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର । ସେପଟେ ଆଫଗାନିସ୍ତାନ ଦଖଲ କରୁ କରୁ ଗଣମାଧ୍ୟମକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କଲାଣି ତାଲିବାନ। ଜଣେ ଜର୍ମାନ ସାମ୍ବାଦିକଙ୍କୁ ଖୋଜି ନ ପାଇବା ପରେ ତାଙ୍କ ସଂପର୍କୀୟଙ୍କୁ ହତ୍ୟା କରିବା ସାରା ବିଶ୍ୱକୁ ସ୍ତବ୍ଧ କରିଛି। ମହିଳା ଆଙ୍କରଙ୍କୁ ଜଣେ ତାଲିବାନ କମାଣ୍ଡର ସାକ୍ଷାତକାର ଦେଇ ନିଜ ଛବିକୁ ଅଲଗା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲା ସଂଗଠନ। କିନ୍ତୁ ଏହା ଧୂଆଁବାଣ ବୋଲି ପ୍ରମାଣିତ ହୋଇଛି। ସରକାରୀ ନ୍ୟୁଜ୍‌ ଚ୍ୟାନେଲ RTA ପାସ୍ତୋର ଜଣେ ମହିଳା ଆଙ୍କରଙ୍କୁ ଅଫିସରେ ପ୍ରବେଶ କରିବାକୁ ନ ଦେଇ ଫେରାଇ ଦିଆଯାଇଛି।

India Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ