ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଛି । ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ଲାଗିଲା ରୋକ୍ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ବୃଦ୍ଧି କରିଛନ୍ତି । ନିୟମିତ ନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବଢ଼ିଛି ।

ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ଲାଗିଲା ରୋକ୍

News Summary

ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ଲାଗିଲା ରୋକ୍

ଅନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି ପ୍ରତିବନ୍ଧିକ ନାହିଁ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଛି । ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ଲାଗିଲା ରୋକ୍ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ବୃଦ୍ଧି କରିଛନ୍ତି । ନିୟମିତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବଢ଼ିଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନିୟମିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । କଟକଣା ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ । ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି କଟକଣା ଲଗାଯାଇ ନାହିଁ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଡିଜିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ କେବଳ ଯାତ୍ରୀବାହୀ ବିମାନରେ କଟକଣା ଲାଗିଛି, ଅନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ । ଏହା ବ୍ୟତୀତ ଯେଉଁ ରୁଟରେ ବିମାନଟି ଡିଜିସିଏର ଅନୁମୋଦନ ମିଳିଛି, ତାହା ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହା ସହିତ ଯେଉଁ ରୁଟରେ ମଞ୍ଜୁରୀ ପରେ ବିମାନ ଚାଲୁଛି, ସେଗୁଡିକ ମଧ୍ୟ ଜାରି ରହିବ ।

ସେପଟେ ପାର୍ବଣ ଋତୁରେ ଗହଳିର ସମ୍ଭାବନା ଥିବାରୁ ଗତକାଲି କରୋନା ଗାଇଡଲାଇନକୁ ୩୦ ଯାଏଁ କଟକଣା ବଢ଼ାଇଛନ୍ତି କେନ୍ଦ୍ର ସରକାର । ସମଗ୍ର ଦେଶରେ କୋଭିଡ୍ -19 ପ୍ରୋଟୋକଲ୍ ଉଲ୍ଲଂଘନ ହେଉଥିବାରୁ କେନ୍ଦ୍ର ଚେତାବନୀ ଦେଇଛନ୍ତି । ଯେଉଁଠାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି, ସେହି ଅଞ୍ଚଳରେ ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟମିତ ମନିଟରିଂ ଜାରି ରଖିବା ଆବଶ୍ୟକ ବୋଲି ଗତକାଲି ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ ପ୍ରୋଟୋକଲ ସହ ଜଡିତ ଆବଶ୍ୟକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି ।