Advertisment

ଯେସାକୁ ତେସା, କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ

କାନାଡାକୁ ଭାରତର ମୁହଁତୋଡ ଯବାବ.. ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ

ଅଦ୍ୟତନ ହୋଇଛି
India Expels Top Canadian Diplomat

India Expels Top Canadian Diplomat

Advertisment

ଯେସାକୁ ତେସା ନୀତି ଆପଣାଇଲା ଭାରତ । ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର ପରେ କାନାଡ଼ା ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ । ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ କାନାଡ଼ା କୁଟନୀତିଜ୍ଞଙ୍କୁ ୫ ଦିନରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଭ୍ୟନ୍ତରୀଣ ବ୍ୟାପାର ଓ ଭାରତ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ଏହାପୂର୍ବରୁ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ହତ୍ୟା ପାଇଁ ଭାରତକୁ ଦାୟୀ କରି ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର ।

Advertisment

ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ କରି ଆଜି ପ୍ରଥମେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର । ତେବେ କାନାଡ଼ାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଭାରତ ଖଣ୍ଡନ କରିଥିଲା । କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ, ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।

୧୯ ଜୁନରେ ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ଲଣ୍ଡନ ପୋଲିସ୍‌ ଗୁଳିରେ ଟଳି ପଡ଼ିଥିଲା । ହରଦୀପ ସିଂ ଭାରତରେ ବହୁ ହିଂସାତ୍ମକ ଘଟଣାରେ ସମ୍ପୃକ୍ତ ଥିବା ବେଳେ ଫେରାର ହୋଇ କାନାଡ଼ାରେ ବସବାସ କରୁଥିଲା । ସେଠାରେ ଫାୟାରିଂରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଭାରତ ସରକାର ହରଦୀପ ସିଂଙ୍କୁ ‘ୱାଣ୍ଟେଡ ଟେରୋରିଷ୍ଟ’ ବୋଲି ଘୋଷଣା କରିଥିଲେ। ଏପରିକି ଭାରତ ସରକାରଙ୍କ ପକ୍ଷରୁ ଏକ ୪୦ ଜଣିଆ ଆତଙ୍କବାଦୀଙ୍କ ଲିଷ୍ଟରେ ହରଦୀପ ସିଂଙ୍କ ନାଁ ବି ସାମିଲ ଥିଲା।

Advertisment

୨୦୨୨ ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଦରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲେ। ହରଦୀପ ସିଂଙ୍କ ନେତୃତ୍ୱରେ ଖଲିସ୍ତାନ ଟାଇଗର ଫୋର୍ସ(KTF ) ଏହି କାଣ୍ଡ ଘଟାଇଥିଲା । ଏହି ଘଟଣାରେ NIA (ଜାତୀୟ ସୁରକ୍ଷା ଏଜେନ୍ସି) ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।

India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ