ନୌସେନାକୁ ରାଫେଲ୍ ପାୱାର
ନୌସେନାକୁ ମିଳିବ ଶକ୍ତି । ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ ପାଇଁ ଭାରତର ବଡ଼ ଡିଲ୍ । ନୌସେନା ପାଇଁ ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବାକୁ ଫ୍ରାନ୍ସ ସହିତ ଚୁକ୍ତିକୁ ଅନୁମୋଦନ ମିଳିଛି । ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି । ଭାରତୀୟ ନୌସେନା ପାଇଁ ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ। ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ ।
ଅଧିକ ପଢ଼ନ୍ତୁ: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ
ରାଫେଲ-ଏମ୍ ଜେଟ୍ ଗୁଡ଼ିକ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ କମ୍ପାନୀ ଦ୍ୱାରା ନିର୍ମିତ ଭାରତୀୟ ବାୟୁସେନାର ରାଫେଲ୍ ବିମାନ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତାରେ ସଜ୍ଜିତ । ଏହି ବିମାନ ଆସିବା ପରେ ସାମୁଦ୍ରିକ ଅଂଚଳରେ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଇବ । ଏହି ଜେଟ୍ ଗୁଡ଼ିକ ବିମାନବାହକ ଜାହାଜରେ ମଧ୍ୟ ବ୍ୟବହୃତ ହେବ ଯାହା ଭାରତୀୟ ନୌସେନାର ରଣନୈତିକ ଶକ୍ତିକୁ ମଧ୍ୟ ବୃଦ୍ଧି କରିବ। ରାଫେଲ ମରିନ ହେଉଛି ଫ୍ରାନ୍ସର ଡାସୋ ଏଭିଏସନ ଦ୍ୱାରା ନିର୍ମିତ ଏକ ଅତ୍ୟାଧୁନିକ ମଲ୍ଟିରୋଲ ଫାଇଟର ଜେଟ, ଯାହା ବିଶେଷ ଭାବେ ନୌସେନାର ବିମାନବାହୀ ଜାହାଜ ଉପରୁ ଅପରେଟ କରିବା ପାଇଁ ଡିଜାଇନ କରାଯାଇଛି । ଏହା ଭାରତୀୟ ନୌସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହେବାକୁ ଯାଉଛି, ଯାହା ଭାରତର INS ବିକ୍ରାନ୍ତ ଏବଂ INS ବିକ୍ରମାଦିତ୍ୟ ଜାହାଜରୁ କାର୍ଯ୍ୟ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744243504.jpg)