Advertisment

ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ ?

ଭାରତ-ଚୀନ ସୀମାରେ ଥିବା ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗସ ଅଞ୍ଚଳ ବା ପାଟ୍ରୋଲିଂ ପଏଣ୍ଟ-୧୫ରୁ ଉଭୟ ଦେଶ ନିଜ ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ସେହି ଅଞ୍ଚଳରେ ଥିବା ଅସ୍ଥାୟୀ ଶିବିରକୁ ହଟାଯାଇ ପଛକୁ ଫେରିଛନ୍ତି ଦୁଇ ଦେଶର ସେନା।

ଅଦ୍ୟତନ ହୋଇଛି
India-China Dispute

India-China Dispute

Advertisment

ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ ? ସ୍ୱାଭାବିକ ହେବ କି LAC ସ୍ଥିତି ? ପ୍ରାୟ ୨୮ ମାସରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ପରେ ଏବେ ପରିସ୍ଥିତିରେ ସୁଧାର ଆସୁଥିବା ଦେଖିବାକୁ ମିଳିଛି।

Advertisment

ଭାରତ-ଚୀନ ସୀମାରେ ଥିବା ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗସ ଅଞ୍ଚଳ ବା ପାଟ୍ରୋଲିଂ ପଏଣ୍ଟ-୧୫ରୁ ଉଭୟ ଦେଶ ନିଜ ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ସେହି ଅଞ୍ଚଳରେ ଥିବା ଅସ୍ଥାୟୀ ଶିବିରକୁ ହଟାଯାଇ ପଛକୁ ଫେରିଛନ୍ତି ଦୁଇ ଦେଶର ସେନା।  ଏହାପରେ ଦୁଇ ଦେଶ ପକ୍ଷରୁ ମିଳିତ ଯାଞ୍ଚ କରାଯାଇଛି। ଏହାସହ ସମ୍ପୃକ୍ତ ଅଞ୍ଚଳକୁ ନୋ ପାଟ୍ରୋଲିଂ ବଫର ଜୋନ୍‌ ଘୋଷଣା କରାଯାଇଛି।

ଅନ୍ୟପକ୍ଷେ, ଦୀପସାଙ୍ଗ୍ ଓ ଡେମଚୁକ୍ ଅଞ୍ଚଳ ଉପରେ ଏବେ ନଜର।  ଏହି ଅଞ୍ଚଳରେ ଏବେ ବି ଉଭୟ ପକ୍ଷର ସୈନ୍ୟ ମୁତୟନ ଅଛନ୍ତି।  ଏଯାବତ୍ ଏଲ୍ଏସି ନିକଟ ବିବାଦୀୟ ଅଞ୍ଚଳ ଗଲୱାନ ଭ୍ୟାଲି, ପ୍ୟାଙ୍ଗଙ୍ଗ୍, ଗୋଗ୍ରା ସ୍ପଟ ଓ ପାଟ୍ରୋଲିଂ ପଏଣ୍ଟ ୧୫ରୁ ଚାରିଟି ପର୍ଯ୍ୟାୟରେ ସୈନ୍ୟ ପ୍ରତ୍ୟାହାର ହୋଇଛି। 

Advertisment

ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ୨୦୨୦ ମସିହା ମେ’ ପରଠାରୁ ସମ୍ପର୍କରେ ତିକ୍ତତା ଆସିଛି। ଏହାର ସମାଧାନ ପାଇଁ ୨୦୨୦ରେ ୮ଥର ଓ ୨୦୨୧ରେ ୫ଥର ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହୋଇସାରିଛି।  ଚଳିତ ବର୍ଷଠୁ ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଆଲୋଚନା ହୋଇସାରିଛି। ମୋଟ୍ ୧୬ଟି ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଏବେ ବି ଅନେକ ଅଞ୍ଚଳରେ ଅଡ଼ୁଆ ତୁଟିନି।  

India China Dispute Hot Springs Region
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ