Advertisment

ବଦମାସି କରିବ ତ ବଜ୍ର ପ୍ରହାର ଖାଇବ ଚାଇନା

ଡ୍ରାଗନ୍ ବଦମାସି କଲେ ମିଳିବ ବଜ୍ର ପ୍ରହାର। ଲଦାଖରେ ଭାରତୀୟ ସେନାକୁ ମିଳିଲା ବଜ୍ରର ବଳ। ପ୍ରଥମ ଥର ପାଇଁ ସେଠାରେ ମୁତୟନ ହେଲା K-9 ବଜ୍ର ରେଜିମେଣ୍ଟ୍ । ଏହି ବିଶାଳ ଯୁଦ୍ଧାସ୍ତ୍ରଗୁଡ଼ିକ ହେଉଛି K9 ବଜ୍ର ସେଲ୍ଫ ପ୍ରୋପେଲ୍ଡ୍ ହାଓ୍ୱିଟର

China

China

Advertisment

ନୂଆଦିଲ୍ଲୀ: ଡ୍ରାଗନ୍ ବଦମାସି କଲେ ମିଳିବ ବଜ୍ର ପ୍ରହାର। ଲଦାଖରେ ଭାରତୀୟ ସେନାକୁ ମିଳିଲା ବଜ୍ରର ବଳ। ପ୍ରଥମ ଥର ପାଇଁ ସେଠାରେ ମୁତୟନ ହେଲା K-9 ବଜ୍ର ରେଜିମେଣ୍ଟ୍ । ଏହି ବିଶାଳ ଯୁଦ୍ଧାସ୍ତ୍ରଗୁଡ଼ିକ ହେଉଛି K9 ବଜ୍ର ସେଲ୍ଫ ପ୍ରୋପେଲ୍ଡ୍ ହାଓ୍ୱିଟର। ଏହା ଟ୍ୟାଙ୍କ୍ ଭଳି ମଜବୁତ୍ ଓ ତୋପ ଭଳି ଶକ୍ତିଶାଳୀ। ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୦ କିଲୋମିଟର। ଏହି ଓ୍ୱାର୍ ମେସିନ୍ ସାଧାରଣତଃ ସମତଳ ଅଞ୍ଚଳରେ ଯୁଦ୍ଧ ଲଢ଼ିବା ପାଇଁ ନିର୍ମିତ ହୋଇଛି। ତେବେ ଲଦାଖର ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରୁ ରଖି, ଏହାକୁ ପ୍ରଥମ ଥର ପାଇଁ ଅତି ଉଚ୍ଚ ପାର୍ବତ୍ୟାଞ୍ଚଳରେ ମୁତୟନ କରାଯାଇଛି ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରଓ୍ୱାଣେ।

Advertisment

ଗଲ୍ଓ୍ୱାନ ସଂଘର୍ଷର ପରେ ପ୍ରାୟ ବର୍ଷେ ଭିତରେ ଭାରତ ଓ ଚୀନ୍ ମଧ୍ୟରେ ୧୨ଟି ପର୍ଯ୍ୟାୟରେ ସେନାସ୍ତରୀୟ କଥାବାର୍ତ୍ତା ହେଲାଣି। ପାଙ୍ଗଙ୍ଗ୍ ହ୍ରଦ ଓ ଗୋଗ୍ରା ଅଞ୍ଚଳରୁ ଚୀନ୍ ସୈନ୍ୟ ପ୍ରତ୍ୟାହାର କରିଥିଲେ ବି, ହଟ୍ ସ୍ପ୍ରଙ୍ଗ, ଡେପ୍ସାଙ୍ଗ, ଡେମ୍ଚୌକ୍ ଆଦି ସ୍ଥାନରୁ ସୈନ୍ୟ ହଟାଇବା ପରିବର୍ତ୍ତେ ବଢ଼ାଇ ବଢ଼ାଇ ଚାଲିଛି। ଅକ୍ଟୋବର-ନଭେମ୍ବରରୁ ତୁଷାରପାତ ଆରମ୍ଭ ହେବା ପୂର୍ବରୁ LAC କଡ଼େ କଡ଼େ ୮୦ରୁ ଅଧିକ ସେନା ଶିବିର, ହେଲିପ୍ୟାଡ୍ ଓ ଏୟାର୍ଷ୍ଟ୍ରିପ୍ ଆଦି ମଧ୍ୟ ନିର୍ମାଣ କରୁଛି ଡ୍ରାଗନ୍ । ତେବେ ଭାରତ ବି ସମାନ ଧରଣର ପ୍ରସ୍ତୁତି ଜାରି ରଖିଛି। ଏବେ ସୀମାର ଉଭୟ ପଟେ ଦୁଇ ଦେଶର ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ ଅଛନ୍ତି। ନର୍ଦ୍ଦର୍ଣ୍ଣ ଫ୍ରଣ୍ଟରୁ ଇଷ୍ଟର୍ଣ୍ଣ କମାଣ୍ଡ୍ ଯାଏଁ ଚୀନ୍ର ସୈନ୍ୟ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି। ତେବେ ଯେକୌଣସି ପ୍ରତିକୂଳ ସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି ଜେନେରାଲ୍ ନରଓ୍ୱାଣେ କହିଛନ୍ତି । ସୂଚନା ଦେଇଛନ୍ତି, ଆସନ୍ତା ସପ୍ତାହରେ ଚୀନ୍ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ।

Advertisment

ଗତ ଅଗଷ୍ଟ ୩୦ରେ ପ୍ରାୟ ଶହେ ଚୀନ୍ ସୈନ୍ୟ LAC ଡେଇଁ ଉତ୍ତରାଖଣ୍ଡ ବାରାହୋଟି ଅଞ୍ଚଳର ପ୍ରାୟ ୫ କିଲୋମିଟର ଭିତରକୁ ପଶିଆସିଥିଲେ। ବିନା କୌଣସି ସଂଘର୍ଷରେ ସେମାନେ ଫେରିଯାଇଥିଲେ ବି, ଏହା ଚୀନର ଆଭିମୁଖ୍ୟକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏପଟେ ପାକିସ୍ତାନ ମଧ୍ୟ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରିଥିବା ଏବଂ ସୀମା ଅନୁପ୍ରବେଶକୁ ସହଯୋଗ କରୁଥିବା କହିଛନ୍ତି ଜେନେରାଲ୍ ନରଓ୍ୱାଣେ। ସେପଟେ ଗାନ୍ଧି ଜୟନ୍ତୀ ଅବସରରେ ଲଦାଖରେ ଲେହରେ ଉଚ୍ଚ ପର୍ବତ ଶିଖରରେ ଉନ୍ମୋଚିତ ହୋଇଛି ବିଶ୍ୱର ସର୍ବବୃହତ୍ ଜାତୀୟ ପତାକା। ୨୨୫ ଫୁଟ୍ ଲମ୍ବ, ୧୫୦ ଫୁଟ୍ ଓସାର ଓ ହଜାରେ କେଜି ଓଜନର ଏହି ଖଦି ତ୍ରିରଙ୍ଗାକୁ ଜେନେରାଲ୍ ନରଓ୍ୱାଣେଙ୍କ ଉପସ୍ଥିତିରେ ଉନ୍ମୋଚିତ କରିଛନ୍ତି ଲଦାଖ ଉପରାଜ୍ୟପାଳ ଆର୍.କେ. ମାଥୁର। ଏହି ବିଶାଳ ତ୍ରିରଙ୍ଗାକୁ ୨ହଜାର ଫୁଟ୍ ଉଚ୍ଚତାକୁ ବୋହି ନେବା ପାଇଁ 57 ଇଞ୍ଜିନିୟର୍ ରେଜିମେଣ୍ଟ୍ର ୧୫୦ଜଣ ଯବାନଙ୍କୁ ୨ଘଣ୍ଟା ସମୟ ଲାଗିଥିଲା।

K9-Vajra India-China Border Tension
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ