Advertisment

ଭୁଲରେ ଫାୟାର ହୋଇଗଲା, ଭାରତରୁ ଯାଇ ପାକିସ୍ତାନରେ ପଡିଲା..

ହରିୟାଣାର ଶିର୍ସାରୁ ଭୁଲ୍‌ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା ଏହି ମିଜାଇଲ ।

ଅଦ୍ୟତନ ହୋଇଛି
Missile Misfire

Missile Misfire

Advertisment

ଭାରତରୁ ଭୁଲ୍‌ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ହରିୟାଣାର ଶିର୍ସାରୁ ଭୁଲ୍‌ରେ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା ଏହି ମିଜାଇଲ । ତେବେ ମିଜାଇଲରେ କୌଣସି ବିସ୍ଫୋରକ ନଥିବାରୁ କିଛି କ୍ଷତି ହୋଇନାହିଁ ।

Advertisment

ମିଜାଇଲ ଭୁଲ୍‌ରେ ପଳାଇଥିବା ସ୍ୱୀକାର କରିଛି ଭାରତୀୟ ସେନା । ଭୁଲ୍‌ରେ ମିଜାଇଲ ପଳାଇବା ନେଇ କୋର୍ଟ ଅଫ୍ ଇନକ୍ୱାରୀ ଆଦେଶ ହୋଇଛି । ତେବେ ଏହା ଭୁଲବଶତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ କୌଣସି ଯାନ୍ତ୍ରିକ କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା। ଏଥିରେ ଆମେ ଦୁଃଖ ପ୍ରକାଶ କରୁଛୁ।

ଗତ ମାର୍ଚ୍ଚ ୯ ତାରିଖରେ ସେନା ପକ୍ଷରୁ ରୁଟିନ୍‌ ମେଣ୍ଟନାସ୍‌ ଚେକିଂ ଚାଲୁଥିଲା। ତେବେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଘଟି କ୍ଷେପଣାସ୍ତ୍ରଟି ଫାୟାରିଂ ହୋଇ ଯାଇଥିଲା । ଏହି ଘଟଣାକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି।

Advertisment

ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି। କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିରେ ଲ୍ୟାଣ୍ଡ କରିଥିବା ଜଣାପଡ଼ିଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ଏହି ଅବାଞ୍ଝିତ ତ୍ରୁଟି ପାଇଁ ଆମେ ଦୁଃ‍ଖିତ ବୋଲି ପ୍ରତି ରକ୍ଷାମନ୍ତ୍ରଣାଳୟ କହିଛି । ତେବେ ସୌଭାଗ୍ୟବସତଃ କୌଣସି ଧନ ଜୀବନ ନଷ୍ଟ ହୋଇ ନାହିଁ ବୋଲି କୁହାଯାଇଛି।

Pakistan Missile Misfire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ