Advertisment

ଏଣିକି ପାଣିରେ ଚାଲିବ ଟ୍ରେନ୍‌ ଓ କାର୍‌?

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନ କ୍ଷେତ୍ର, ଦେଶକୁ ଦୀର୍ଘ ଲମ୍ଫ ଦେବାରେ ସାହାଯ୍ୟ କରିବ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲର ଚାହିଦା ହ୍ରାସ ହେଲେ ଅଶୌଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। କେବଳ ଏତିକି ନୁହେଁ, ସବୁଜ ହାଇଡ୍ରୋଜେନକୁ ଇନ୍ଧନ ଭାବରେ ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣର ମାତ୍ରା କମିବ

ଅଦ୍ୟତନ ହୋଇଛି
’ଏହା ହିଁ ସମୟ, ସଠିକ୍ ସମୟ ଅଟେ’ : ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନୂତନ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

PM Modi

Advertisment

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଦେଶ। ସବୁ ଆଡ଼େ ଉତ୍ସବର ମାହୋଲ। ଆଉ ଆଜି ସକାଳେ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି ଜାତୀୟ ହାଇଡ୍ରୋଜେନ୍ ମିଶନ୍ ଘୋଷଣା କରିଛନ୍ତି। ଏହି ମିଶନ ଅଧୀନରେ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ହବ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମୋଦି କହିଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସବୁଜ ଶକ୍ତିକୁ ଭବିଷ୍ୟତର ଇନ୍ଧନ ବୋଲି କହିବା ସହ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସଫଳ ହେବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି।

Advertisment

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନ କ୍ଷେତ୍ର, ଦେଶକୁ ଦୀର୍ଘ ଲମ୍ଫ ଦେବାରେ ସାହାଯ୍ୟ କରିବ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲର ଚାହିଦା ହ୍ରାସ ହେଲେ ଅଶୌଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। କେବଳ ଏତିକି ନୁହେଁ, ସବୁଜ ହାଇଡ୍ରୋଜେନକୁ ଇନ୍ଧନ ଭାବରେ ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣର ମାତ୍ରା କମିବ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ହାଇଡ୍ରୋଜେନ ଗ୍ୟାସକୁ ସଙ୍କୋଚିତ ପ୍ରାକୃତିକ ଗ୍ୟାସ (CNG) ସହିତ ମିଶ୍ରଣ କରି ବ୍ୟବହାର କରାଯାଇପାରିବ। କେବଳ ଏତିକି ନୁହେଁ ବରଂ ମୁଁ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକାକୁ ସାକ୍ଷୀ ରଖି ଆଜି ଜାତୀୟ ହାଇଡ୍ରୋଜେନ ମିଶନ ଘୋଷଣା କରୁଛି ବୋଲି ମୋଦି କହିଛନ୍ତି।

Advertisment

ଏଠାରେ କହିରଖୁଛୁ, ଦୁଇଟି ଟେକ୍ନୋଲୋଜି ସାହାଯ୍ୟରେ ଭାରତରେ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପାଦିତ ହୁଏ। ପ୍ରଥମେ ଜଳ ଇଲେକ୍ଟ୍ରୋଲାଇସିସ୍ ହୋଇ ହାଇଡ୍ରୋଜେନକୁ ବାହାର କରାଯାଏ। ସରଳ ଭାଷାରେ କହିଲେ, ହାଇଡ୍ରୋଜେନ ଗ୍ୟାସ ଜଳ ସାହାଯ୍ୟରେ ତିଆରି ହେବ ଏବଂ ଏଥିରେ କାର ଚାଲିପାରିବ। ତେବେ ଏଥିରୁ କେବଳ ହାଇଡ୍ରୋଜେନ୍ ଚାଳିତ କାରଗୁଡ଼ିକ ଚାଲିପାରିବ ବୋଲି କୁହାଯାଇଛି।

ତେବେ ଏକାସାଙ୍ଗରେ ଅଲଗା ଅଲଗା କାର୍ବନରୁ ଏରୋସ୍ପେସ୍, ଅଟୋ, ଜାହାଜ ଏବଂ ଇଲେକ୍ଟ୍ରୋନିକ୍ ଜିନିଷ ତିଆରି କରାଯାଇପାରିବ ବୋଲି ସୂଚନା ମିଳିଛି। ଜାତୀୟ ହାଇଡ୍ରୋଜେନ ଶକ୍ତି ମିଶନ ଅଧୀନରେ ଭାରତୀୟ ରେଳ ହାଇଡ୍ରୋଜେନ ଇନ୍ଧନ କୋଷ ବ୍ୟବହାର କରିବା ଆରମ୍ଭ କରିଛି। ଆଜିର ଏହି ଘୋଷଣା ପରେ ପରିବେଶ୍‌ ମଧ୍ୟ ଦୂଷିତ ହେବ ନାହିଁ ବୋଲି ପରିବେଶବିତ୍‌ ମାନେ କହିଛନ୍ତି।

Advertisment
India NarendraModi Independence Day 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ