Advertisment

ବିବାହ ଭୋଜିରେ ଖୋଜା ପଡିଲା ଆଧାର କାର୍ଡ, ଫେରିଗଲେ ଅତିଥି

ବାହାଘରଟିଏ କରୁଥିଲେ ଟଙ୍କା କେଉଁବାଟେ ଖର୍ଚ୍ଚ ହୋଇଯାଏ ଜଣାପଡେନି। ହିସାବ ଟିକିଏ ଭୁଲଭାଲ ହୋଇଗଲେ ସବୁ ବ୍ୟବସ୍ଥା ବିଗିଡ଼ି ଯିବ। ବିଶେଷକରି ଯଦି ଭୋଜି ପ୍ଲେଟ୍‌ରେ ଅବ୍ୟବସ୍ଥା ଦେଖାଦିଏ ତେବେ ତ କଥା ସରିଲା। ବଦନାମ ହିଁ ବଦନାମ୍‌। କାରଣ ଆମନ୍ତ୍ରିତ ଅତିଥି ‍ଭୋଜି ନ ଖାଇ ଫେରିଯିବେ। ଆଉ ଏପଟେ ଡକା ଯାଇ ନ ଥିବା ଲୋକ ଥାଳି ଧରି କ୍ୟୁରେ ଛିଡ଼ା ହୋଇଥିବେ।

ଅଦ୍ୟତନ ହୋଇଛି
show Aadhar card before  enter the banquet hall

ଏପରି ଅବ୍ୟବସ୍ଥାରୁ ବର୍ତ୍ତିବା ପାଇଁ ଅଭିନବ ବ୍ୟବସ୍ଥା ଦେଖିବାକୁ ମିଳଥିଲା ଉତ୍ତରପ୍ରଦେଶ ଅମ୍‌ରୋହା ଜିଲ୍ଲାର ଏକ ବିବାହ ଭୋଜିରେ। ଅଦ୍ଭୁତ ବ୍ୟବସ୍ଥା। ଏଠି ଆଧାର କାର୍ଡ ନ ଦେଖାଇଲେ ଅତିଥିଙ୍କୁ ଡାଇନିଂ ହଲକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ଅବଶ୍ୟ ଆରମ୍ଭରୁ ଏମିତି ବ୍ୟବସ୍ଥା କରାଯାଇ ନ ଥିଲା। କିନ୍ତୁ ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକୁ ସମ୍ଭାଳିବା ପାଇଁ କନ୍ୟାଘର ଲୋକଙ୍କୁ ଏମିତି ପଦକ୍ଷେପ ନେବାକୁ ପଡ଼ିଥିଲା। 

ଘଟଣାଟି ଥିଲା ଏମିତି।  ସେପ୍ଟେମ୍ବର ୨୧ ତାରିଖରେ ବିବାହର ଆୟୋଜନ କରାଯାଇଥିଲା। ଗୋଟଏ ମଣ୍ଡପରେ ୨ଟି ବିବାହ ଭୋଜି ହେଉଥିଲା। ୨ ବରଯାତ୍ରୀ ଦଳ ୨ଟି ବାହାଘରକୁ ଆସିଥିଲେ । ଭାଗ୍ୟକୁ ଦୁଇ ବରଯାତ୍ରୀ ଦଳ ଗୋଟିଏ ଗାଁ ହଂସପୁରରୁ ଆସିଥିଲେ। ଏଇଠି ସବୁ ଗଡ଼ବଡ ହୋଇଗଲା। ଜଣଙ୍କ ଭୋଜିରେ ଆକଳନଠାରୁ ହଠାତ୍‌ ଅଧିକ ଅତିଥିଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। କାରଣ ଉଭୟ ବରଯାତ୍ରୀ ଗୋଟିଏ ଗାଁର ହୋଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ହୋଷ୍ଟଙ୍କ ପକ୍ଷେ ସମ୍ଭବ ନ ଥିଲା। ଏପଟେ ଏତେ ଲୋକଙ୍କ ପାଇଁ ଖାଦ୍ୟ ନ ଥିଲା। ତେଣୁ କନ୍ୟାଘର ଲୋକେ ଅଭିନବ ଉପାୟ ବାହାର କଲେ। ଭୋଜି ଖାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଦେଲେ। ଫଳରେ ଯେଉଁମାନଙ୍କ ପାଖେ ଆଧାର କାର୍ଡ ଥିଲା, ସେହିମାନଙ୍କୁ ହିଁ ଡାଇନିଂ ହଲକୁ ଯିବାକୁ ଅନୁମତି ମିଳିଥିଲା । ଅନ୍ୟମାନେ ଫେରି ଯାଇଥିଲେ। 

Advertisment

ଏହା ପରେ ଭିଡକୁ କିଛିଟା ନିୟନ୍ତ୍ରିତ କରାଯାଇ ପାରିଥିଲା ଏବଂ ଶାନ୍ତିଶୃଙ୍ଖଳାର ସହ ବିବାହ ଭୋଜି ସମ୍ପନ୍ନ ବି ହୋଇଥିଲା। ଅବଶ୍ୟ ଏହି ବ୍ୟବସ୍ଥା ଯୋଗୁ କିଛି ଆମନ୍ତ୍ରିତ ଅତିଥି ଭୋଜି ଖାଇବାରୁ ବଞ୍ଚିତ ହୋଇ ଥାଇପାରନ୍ତି। ତଥାପି ପରିସ୍ଥିତିକୁ ସମ୍ଭାଳି ନେଇଥିଲେ କନ୍ୟାଘର ଲୋକେ। 

Weddings Aadhar Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ