Astrospeak
  • Live TV
  • Read In English

ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍‌ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିନିକିଆ ବ୍ୟସ୍ତବହୁଳ ନେପାଳ ଗସ୍ତରେ ଯାଇ ଲୁମ୍ବିନୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍ ସେଣ୍ଟରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

In Nepal, PM Modi dubs common heritage asset for both nations
ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍‌ର ଶିଳାନ୍ୟାସ

ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍‌ର ଶିଳାନ୍ୟାସ । ଦିନିକିଆ ବ୍ୟସ୍ତବହୁଳ ନେପାଳ ଗସ୍ତରେ ଯାଇ ଲୁମ୍ବିନୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍ ସେଣ୍ଟରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ନେପାଳ ପ୍ରତିପକ୍ଷ ଶେର୍ ବାହାଦୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । 

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶିଳାନ୍ୟାସ ଅବସରରେ ଆମନ୍ତ୍ରିତ ବୌଦ୍ଧ ଭିକ୍ଷୁଙ୍କୁ ଉପହାର ପ୍ରଦାନ ସହ ହସ୍ତଯୋଡ଼ି ପ୍ରଣିପାତ ଜଣାଇଥିଲେ । ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୁରଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି ।

ଅନ୍ୟପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବାର ଅଛି । ବିଶେଷ କରି ଜଳବିଦ୍ୟୁତ ଓ ଯୋଗାଯୋଗ କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ଅଛି । ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦିଙ୍କ ଏହା ହେଉଛି ତାଙ୍କର ପଞ୍ଚମତମ ନେପାଳ ଗସ୍ତ ।