Tiger
ସାଂଘାତିକ ! କମୁଛି ବାଘ ସଂଖ୍ୟା । ଗତ ୯ ମାସରେ ଦେଶରେ ମଲେଣି ୧୪୬ଟି ବାଘ । ବାଘ ମୃତ୍ୟୁ ନେଇ NTCA ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଦେଇଛି ଏଭଳି ଉଦବେଗଜନକ ତଥ୍ୟ । ଜାନୁଆରୀରୁ ସେପ୍ଟେମ୍ବର ୨୮ ମଧ୍ୟରେ ୧୪୬ ବାଘଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ ବାଘଙ୍କ ମୃତ୍ୟୁ ହୋଇଛି ବୋଲି କହିଛି NTCA ।
୨୦୧୨ ପରେ ଦେଶରେ ସବୁଠୁ ଅଧିକ ବାଘଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ସର୍ବାଧିକ ୩୪ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩୨ ବାଘଙ୍କ ମୃତ୍ୟୁ ହୋଇଛି । ସେହିଭଳି ୧୪୬ ବାଘଙ୍କ ମଧ୍ୟରୁ ବିଭିନ୍ନ ଅଭୟାରଣ୍ୟରେ ୭୦ ବାଘଙ୍କ ମୃତ୍ୟୁ ହୋଇଛି । ମୁଖ୍ୟତଃ ଦୁର୍ଘଟଣା, ପରସ୍ପର ଲଢ଼େଇ ଓ ଶିକାର କାରଣରୁ ବାଘର ମୃତ୍ୟୁ ହେଉଥିବା ତଥ୍ୟ କହୁଛି । ଗତବର୍ଷ ୧୨୧ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୨୭ଟି ବାଘଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tiger_1696043314.jpg)