Advertisment

କାର୍‌ ଭିତରେ ବସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଉଠାଇନେଲା କ୍ରେନ୍‌

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅଦ୍ୟତନ ହୋଇଛି
Jaganmohan Reddy's Sister

Jaganmohan Reddy's Sister

Advertisment

ହାଇଦ୍ରାବାଦ୍‌ ରାଜରାସ୍ତାରେ ଘଟିଛି ଅଭାବନୀୟ ଘଟଣା । YSR ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ୍‌ ଶର୍ମିଲାଙ୍କୁ କ୍ରେନ୍‌ ଲଗାଇ ଉଠାଇନେଲା ପୋଲିସ । ଶର୍ମିଲା ହେଉଛନ୍ତି ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ରେଡ୍ଡୀଙ୍କ ଭଉଣୀ । ଶର୍ମିଲାଙ୍କ ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟି ପକ୍ଷରୁ କ୍ଷମତାସୀନ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ବିରୋଧରେ ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ଯଦଯାତ୍ରା ବେଳେ ଗତକାଲି ୱାରଙ୍ଗଲରେ ଶର୍ମିଲାଙ୍କ ସମର୍ଥକ ଓ କେସିଆରଙ୍କ ଟିଆରଏସ୍‌ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିପାଇଁ ପୋଲିସ୍‌ ଶର୍ମିଲାଙ୍କୁ ଅଟକ ରଖିଥିଲା।

Advertisment

ତେବେ ଏହାରି ମଧ୍ୟରେ ସମସ୍ତଙ୍କୁ ବିଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। କାର୍‌ର ଡ୍ରାଇଭର୍‌ ସିଟ୍‌ରେ ବସିଥିବା ବେଳେ କ୍ରେନ ଲଗାଇ ଉଠାଇ ନେଇଛି ପୋଲିସ୍‌। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଜି ସକାଳେ ସେ ପୁଣିଥରେ ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସରକାରୀ ଘର ପ୍ରଗତି ଭବନ ଅଭିମୁଖେ ଯିବାର ଥିଲା। ତେବେ ଶର୍ମିଲା ଶୋଭାଯାତ୍ରାରେ ଯୋଗ ଦେବାକୁ ନିଜ ଗାଡ଼ି ଚାଲୁ କରିବା କ୍ଷଣି ପୋଲିସ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା।

Advertisment

ଶର୍ମିଲା କାର୍‌ ଭିତରେ ଥିଲେ ମଧ୍ୟ ପୋଲିସ୍‌ କ୍ରେନ ଦ୍ୱାରା ରାଜରାସ୍ତାରେ ଏହାକୁ ଘୋଷାଡ଼ି ନେଇ ଚାଲି ଯାଇଥିଲା। ଶର୍ମିଲାଙ୍କ ସହ ଏପରି ଘଟଣାକୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । କ୍ରେନ ଲଗାଇ ପୁଲିସ୍‌ ତାଙ୍କ ଗାଡ଼ି ଆଗକୁ ନେଉଥିବା ବେଳେ ତାଙ୍କ ସମର୍ଥକମାନେ ପଛେପଛରେ ଦୌଡ଼ୁଥିବାରୁ ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ସଂଘର୍ଷ ବେଳେ ମଧ୍ୟ ଶରମିଲାଙ୍କ କାର୍‌ କାଚ ଭାଙ୍ଗି ଥିଲା ।

Advertisment
Hyderabad Telangana Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ