Advertisment

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାରୁ ଥିଲେ କେତେ ଓଡ଼ିଆ ?

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଆବେଦନ କରିଥିଲେ ମଧ୍ୟ କୋର୍ଟ ଏଥିପାଇଁ ଅନୁମତି ଦେଇ ନାହାନ୍ତି

Aryan khan Issue

Aryan khan Issue

Advertisment

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଆବେଦନ କରିଥିଲେ ମଧ୍ୟ କୋର୍ଟ ଏଥିପାଇଁ ଅନୁମତି ଦେଇ ନାହାନ୍ତି। ରିମାଣ୍ଡ ଅବଧି ସରିବା ପରେ ଆଜି ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଡ୍ରଗ୍ସ କାରବାରରେ ବିଦେଶୀ ଲିଙ୍କ୍ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଅଧିକ ୪ ଦିନ ରିମାଣ୍ଡ ଲାଗି ଆବେଦନ କରିଥିଲା ଏନସିବି। ସେପଟେ ଏହି ମାମଲାରେ ଗିରଫ ହୋଇଥିବା ରାଉରକେଲାର ମନୀଷ ରାଜଗରିଆଙ୍କ ବାପାଙ୍କ ସୂଚନା ଅନୁଯାୟୀ, ମନୀଷଙ୍କ ସହ ୩୭ ଜଣ ଯୁବକ ମୁମ୍ବାଇ ବୁଲାବୁଲି ଓ କ୍ରୁଜ୍ ଦେଖିବାକୁ ଯାଇଥିଲେ।

Advertisment

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାରୁ ଥିଲେ କେତେ ଜଣ? ଗିରଫ ହୋଇଥିବା ରାଉରକେଲାର ୨ ଯୁବକ ମନୀଷ ରାଜଗରିଆ ଓ ଅଭିନ୍ନ ସାହୁଙ୍କ ଛଡ଼ା ଆଉ କିଏ? ଖୋଦ୍ ମନୀଷ ରାଜଗରିଆଙ୍କ ବାପା ଉଦୟ ରାଜଗରିଆଙ୍କ କହିବା କଥା ବୁଲାବୁଲି ଓ କ୍ରୁଜ୍ ଦେଖିବାକୁ ମନୀଷଙ୍କ ସହ ୩୭ ଜଣ ମୁମ୍ବାଇ ଯାଇଥିଲେ। ସେମାନଙ୍କ ଭିତରୁ କେବଳ ମନୀଷ ରାଜଗରିଆଙ୍କର ୧୦ ଜଣ ଘନିଷ୍ଠ ସାଙ୍ଗ ଥିଲେ। ତେବେ ପୁଅ ମନୀଷ କିନ୍ତୁ କୌଣସି ନିଶାଦ୍ରବ୍ୟ ସେବନ କରିନି ବୋଲି କହିଛନ୍ତି ଉଦୟ। ହେଲେ ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ମିଳିବା ଏବଂ ଅଭିନ୍ନ କ୍ରୁଜ୍‌ରେ ୨ ଥର ଗଞ୍ଜେଇ ଟାଣିଥିବାର ମାନିଥିବା ନେଇ ଏନସିବି କୋର୍ଟଙ୍କୁ ଅବଗତ କରାଇସାରିଛି। ତେଣୁ ଏନସିବି ଚଢାଉ ବେଳେ ବାକି ୩୫ ଜଣ କ୍ରୁଜ୍‌ରେ ଥିଲେ ନା ନାହିଁ ? ଯଦି ଥିଲେ ସେମାନେ ନିଶା ନେଇଥିଲେ କି ନାହିଁ? ତାହା ସ୍ପଷ୍ଟ ସ୍ପଷ୍ଟ ହୋଇନାହିଁ। ତେବେ ଏମାନଙ୍କ ଭିତରୁ ୫ -୬ ଜଣ ଏବେ ବି ଏନସିବି ସ୍କାନରରେ ଥିବା କୁହାଯାଉଛି।

Advertisment

ଏପଟେ କ୍ରୁଜରେ ଏନ୍ସିବି ଚଢ଼ାଉକୁ ନେଇ ତେଜିଛି ରାଜନୈତିକ ବୟାନବାଜି। ମହାରାଷ୍ଟ୍ର ସରକାରର ଅଂଶୀଦାର ଥିବା ଏନସିପି ନେତା ତଥା ମନ୍ତ୍ରୀ ନଓ୍ୱାବ୍ ମଲିକ ପ୍ରେସ୍ କନଫରେନ୍ସ କରି ଅଭିଯୋଗ କରିଛନ୍ତି ଯେ କ୍ରୁଜରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରେଡ୍ ସମୟରେ ଏକାଧିକ ବିଜେପି ନେତା ଥିଲେ। ଏପରିକି ଆର୍ୟନ୍ ଓ ତାଙ୍କ ସାଙ୍ଗ ଅର୍ବାଜ୍ ମର୍ଚାଣ୍ଟଙ୍କୁ ଏନ୍ସିବି କାର୍ଯ୍ୟାଳୟକୁ ନିଆଯିବା ସମୟରେ ମନୀଷ ବଂଶୁଆଲିଙ୍କ ସହ କିଛି ବିଜେପି ନେତା ଥିଲେ। ଏପରିକି ଏନ୍ସିବି କାର୍ଯ୍ୟାଳୟରେ ଆର୍ୟନ୍ ଥିବା ସମୟରେ ସାମ୍ନାକୁ ଆସିଥିବା ସେଲ୍ଫିରେ କେ.ପି. ଗୋସାବି ନାମକ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏନ୍ସିବିର ଅଧିକାରୀ ହୋଇ ନଥିଲେ ମଧ୍ୟ ସେ ବି ଆର୍ୟନଙ୍କୁ ଏନ୍ସିବି କାର୍ଯ୍ୟାଳୟକୁ ନେଉଥିବାର ଦୃଶ୍ୟ ରହିଛି। ତେଣୁ ଯୋଜନାବଦ୍ଧ ଭାବେ କିଛି ଲୋକଙ୍କୁ ଫସାଇବା ଓ ଏହାର ଜୋରଦାର ପ୍ରଚାର କରାଇବା ହିଁ ଏନ୍ସିବିର ଯୋଜନା ଥିଲା ବୋଲି ଅଭିଯୋଗ କରିଛନ୍ତି ନଓ୍ୱାବ୍। ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରି ନଥିଲା ବେଳେ, ପୂର୍ବରୁ ଏନ୍ସିବି ସ୍ପଷ୍ଟ କରିଥିଲା ଯେ ଆର୍ୟନଙ୍କ ସହ ଭାଇରାଲ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ଏନ୍ସିବିର କର୍ମଚାରୀ ନୁହନ୍ତି।

India NCB Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ