Advertisment

କାହିଁକି ଛାମୁଆ ନେତା ଦଳ ଛାଡ଼ୁଛନ୍ତି? ସଭାନେତ୍ରୀ ଚିନ୍ତା କରିବା କଥା : କପିଲ ସିବଲ୍‌

ଗୋଟିଏ ପଟେ ପଞ୍ଜାବ ସଂକଟକୁ ନେଇ କଂଗ୍ରେସ ସ୍ଥିତି ଟଳମଳ ଥିବା ବେଳେ, ଏପଟେ ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍। ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ତାହା ଦଳ ମଧ୍ୟ ନିଜ ଆଡ଼ୁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି।

Kapil Sibal

Kapil Sibal

Advertisment

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ଘମାସାନ ଥମିବା ବଦଳରେ ଆହୁରି ଉଗ୍ରତର ହେଉଥିବା ବେଳେ, ଏପଟେ ଦଳର ସଭାପତି ନିର୍ବାଚନ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ହୋଇଛି ଅସ୍ଥିରତା। ଦଳର ସାଂଗଠନିକ ପରିବର୍ତ୍ତନ ଓ ତୁରନ୍ତ ସ୍ଥାୟୀ ସଭାପତି ବାଛିବା ଦାବିରେ ସୋନିଆଙ୍କୁ ଗତବର୍ଷ ଚିଠି ଲେଖିଥିଲେ ୨୩ ନେତା । ଏହି ଜି-23 ଗୋଷ୍ଠୀର ଅନ୍ୟତମ ସଦସ୍ୟ କପିଲ ସିବଲ ଆଜି ସାମ୍ବାଦିକ ସମ୍ମିଳନୀରେ ଦଳ ଉପରେ ନିଶାନା ସାଧିଛନ୍ତି। କହିଛନ୍ତି, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ଦଳ ପାଇଁ ଆସିଯାଇଛି ଆତ୍ମସମୀକ୍ଷାର ବେଳ।

Advertisment

ଗୋଟିଏ ପଟେ ପଞ୍ଜାବ ସଂକଟକୁ ନେଇ କଂଗ୍ରେସ ସ୍ଥିତି ଟଳମଳ ଥିବା ବେଳେ, ଏପଟେ ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍। ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ତାହା ଦଳ ମଧ୍ୟ ନିଜ ଆଡ଼ୁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି। ସେ କଟାକ୍ଷ କରି କହିଛନ୍ତି, ଯେଉଁମାନେ ଏମାନଙ୍କ ଖାସ୍ ଥିଲେ ସେମାନେ ଛାଡ଼ିଗଲେ, ଆଉ ଯେଉଁମାନଙ୍କୁ ଏମାନେ ଖାସ୍ ଭାବୁନଥିଲେ, ସେମାନେ ଏବେବି ଦଳରେ ଅଛନ୍ତି। ପଞ୍ଜାବ ସ୍ଥିତି ଉପରେ ସିଧାସଳଖ କୌଣସି ଟିପ୍ପଣୀ ଦେଇନଥିଲେ ବି, ଏହା ପାକିସ୍ତାନ ଓ ଆଇଏସ୍ଆଇକୁ ଭାରତରେ ଅସ୍ଥିରତା ଆଣିବା ପାଇଁ ସୁହାଉଛି ବୋଲି କହିଛନ୍ତି। ଦାବି କରିଛନ୍ତି, ସଭାନେତ୍ରୀ ତୁରନ୍ତ କଂଗ୍ରେସ କାର୍ଯ୍ୟକାରିଣୀ ଡକାଇ ଆଲୋଚନା କରନ୍ତୁ।

Advertisment

ପଞ୍ଜାବ କଂଗ୍ରେସ ମୁଖିଆ ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ହଟଚମଟ ଲାଗି ରହିଛି। ବିଭିନ୍ନ ଉଚ୍ଚ ପଦପଦବୀରେ ନିଯୁକ୍ତିକୁ ନେଇ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ସହ ମତାନ୍ତର କାରଣରୁ ସିଦ୍ଧୁ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ତେବେ ସିଦ୍ଧୁ କହିଛନ୍ତି, ଏହାପଛରେ କାହାସହ ବ୍ୟକ୍ତିଗତ ବିବାଦ ନାହିଁ । ତେବେ ମୁଁ ମୋର ନୈତିକତା ଓ ମୂଲ୍ୟବୋଧ ସହ ସାଲିସ କରିପାରିବି ନାହିଁ। ଏପଟେ ଆଜି ଚନ୍ନି ଚଣ୍ଡିଗଡ଼ରେ କ୍ୟାବିନେଟ୍ ବୈଠକ ଡାକିବା ସହ ସିଦ୍ଧୁଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

ଏଣେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଦିଲ୍ଲୀ ଗସ୍ତକୁ ନେଇ ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପକ୍ଷରେ ଏତମାମ୍ ପ୍ରସଙ୍ଗକୁ ନେଇ କଂଗ୍ରେସ ପାର୍ଟି ଅସ୍ଥିରତାର ପ୍ରତିଶବ୍ଦ ପାଲଟିଛି ବୋଲି କଟାକ୍ଷ କରିଛି ବିଜେପି।

Advertisment
Congress Politics Kapil Sibal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ