ନିଶାସକ୍ତ ଯୁବକଙ୍କ ପେଟରୁ ବାହାରିଲା ୬୩ଟି ଭଙ୍ଗା ଚାମଚ : ଡାକ୍ତର ବି ଆଶ୍ଚର୍ଯ୍ୟ

ଯୁବକଙ୍କ ପେଟକୁ ଏତେ ଚାମଚ କିପରି ଗଲା । ସେ ନିଜେ ଖାଇଛନ୍ତି ନା କେହି ତାଙ୍କୁ ଜୋରଜବରଦସ୍ତି କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଏତେ ଚାମଚ ପେଟ ଭିତରକୁ ଗଲା କିପରି ?

ପେଟରୁ ବାହାରିଲା ଷ୍ଟିଲ ଚାମଚ । ଗୋଟିଏ କି ଦୁଇଟି ନୁହେଁ । ୬୨ଟି ଚାମଚ ବାହାର କରିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଉତ୍ତରପ୍ରଦେଶ ମୁଜାଫରନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାକ୍ତରମାନେ ଅପରେସନ‌ କରି ଜଣେ ଯୁବକଙ୍କ ପେଟରୁ ଭଙ୍ଗା ଚାମୁଚ ବାହାର କରିଛନ୍ତି । ବର୍ତ୍ତମାନ ଆଇସିୟୁରେ ରଖି ତାଙ୍କର ଚିକିତ୍ସା ଚାଲିଛି । ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଡାକ୍ତର ।

ମୁଜାଫରନଗର ଜିଲ୍ଲାର ମାନସୁରପୁର ଥାନା ଅନ୍ତର୍ଗତ ବୋପଡା ଗାଁରେ ରହୁଥିବା ୪୦ ବର୍ଷୀୟ ବିଜୟ । ବେଶ୍‌ କିଛି ନି ଧରି ପେଟରେ ଯନ୍ତ୍ରଣା ପାଇଁ କଷ୍ଟ ଭୋଗୁଥିଲେ । ଏଥିପାଇଁ ତାଙ୍କୁ ମୁଜାଫରନଗରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତର ଔଷଧ ଦେବାପରେ ବି ପେଟ ଯନ୍ତ୍ରଣା କମିନଥିଲା ।

ଏହାପରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । ଯେଉଁଥିରେ ପେଟରେ କିଛି ଚାମଚ ଆକୃତିର ଜିନିଷ ଥିବା ଜଣାପଡ଼ିଥିଲା । ପରେ ବିଜୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାପରେ ଡାକ୍ତରମାନେ ଅପରେସନ୍ କରିଥିଲେ । ଅପରେସନ୍ ପରେ ତାଙ୍କ ପେଟରୁ ଗୋଟିଏ ପରେ ଗୋଟିଏ ଚାମଚ ବାହାର କରାଯାଇଥିଲା । ହେଲେ ଚାପଚର ମୁଣ୍ଡ ଗାୟବ ଥିଲା । ଏନେଇ ବିଜୟଙ୍କୁ ପ୍ରଶ୍ନ କରିଥିଲେ ଡାକ୍ତର । ଆଉ ସେ ନିଜେ ଏହି ଚାମଚ ଖାଇଥିବାର ସ୍ୱୀକାର କରିଛନ୍ତି ।

ଅନ୍ୟପଟେ ଏ ସଂପର୍କରେ ଯୁବକଙ୍କ ଜଣେ ସମ୍ପର୍କୀୟ ଭିନ୍ନ କଥା କହିଛନ୍ତି  । ସେ କହିଛନ୍ତି କିଛିମାସ ପୂର୍ବରୁ ବିଜୟଙ୍କ ନିଶା ଅଭ୍ୟାସ ଛଡ଼ାଇବାକୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ହିଁ ତାଙ୍କୁ ମୁହଁନ ଥିବା ଚାମଚ ଗିଳିବାକୁ ବାଧ୍ୟ କରାଯାଇଥିଲା । ପେଟରେ ଅନେକ ଦିନ ରହିବା ପରେ ସେ ବହୁତ କଷ୍ଟ ଅନୁଭବ କରିଥିଲେ।

ହେଲେ ଡାକ୍ତର ଏକତାକୁ ବିଶ୍ୱାସ କରୁନାହାନ୍ତି । କାରଣ ବାରମ୍ବାର ବିଜୟ ନିଜୟର ବୟାନ୍‌ ବଦଳାଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ ।