Advertisment

ମୋହନ ଭାଗବତଙ୍କୁ ‘ରାଷ୍ଟ୍ରପିତା’ କହିଲେ ବରିଷ୍ଠ ମୁସଲିମ୍‌ ଧର୍ମଗୁରୁ ଉମର ଅହମ୍ମଦ ଇଲୟାସୀ

ଅଲ ଇଣ୍ଡିଆ ଇମାମ ଅର୍ଗାନାଇଜେସନ ମୁଖ୍ୟ ଉମର ଅହମ୍ମଦ ଇଲୟାସୀ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିଛନ୍ତି। ପିଲାଟି ବେଳୁ ସମସ୍ତେ ଜାଣିଛନ୍ତି ଯେ ଦେଶର ପିତା ତଥା ଜାତିର ଜନକ ହେଉଛନ୍ତି ମହାତ୍ମା ଗାନ୍ଧି। ହେଲେ ଆଜି ମୌଲବୀ ଇଲୟାସୀଙ୍କ ଭାଗବତଙ୍କ ପ୍ରତି ଏପରି ଉକ୍ତି ଚର୍ଚ୍ଚାର ବିଷୟ ପାଲଟିଛି।

ଅଦ୍ୟତନ ହୋଇଛି
RSS chief Mohan Bagwat

Mohan Bhagwat , Imam Umer Ahmed

Advertisment

ଦେଶରେ ସାଂପ୍ରଦାୟିକ ସଂପ୍ରୀତି ପାଇଁ ପ୍ରୟାସ । ଦିଲ୍ଲୀ ମସଜିଦ୍‌ରେ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟଙ୍କୁ ଭେଟିଲେ ଆର୍‌ଏସଏସ୍‌ ପ୍ରମୁଖ ମୋହନ ଭାଗବତ । ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଅଞ୍ଚଳରେ ଥିବା ଏକ ମସଜିଦକୁ ଯାଇ ଅଲ୍‌ ଇଣ୍ଡିଆ ଇମାମ୍ ଅର୍ଗାନାଇଜେସନ୍‌ର ମୁଖ୍ୟ ମୌଲବୀ ଉମର୍ ଅହମଦ୍ ଇଲିୟାସିଙ୍କୁ ସାକ୍ଷାତ କରିିଛନ୍ତି ।

Advertisment

ଆଜି ଉଭୟଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ପରେ ଭାଗବତ ମଦ୍ରାସାକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ଅତ୍ୟନ୍ତ ସୌହ୍ୱାଦ୍ୱର୍ୟପୂର୍ଣ୍ଣ ଓ ଫଳପ୍ରଦ ହୋଇଥିବା ଉଭୟ କହିଛନ୍ତି । ଆଲୋଚନା ପରେ ଉମର ଅହମ୍ମଦ ଇଲିୟାସୀ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା ଏବଂ ରାଷ୍ଟ୍ରଋଷି ବୋଲି ସମ୍ବୋଧନ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଗଲା ମାସକ ମଧ୍ୟରେ ମୁସଲିମ୍ ବୁଦ୍ଧିଜୀବୀଙ୍କ ସହ ଭାଗବତଙ୍କ ଏହା ଦ୍ୱିତୀୟ ବୈଠକ । ଏହା ପୂର୍ବରୁ ଗତ ଅଗଷ୍ଟ ୨୨ ତାରିଖରେ ୫ ଜଣ ମୁସଲିମ୍ ବୁଦ୍ଧିଜୀବୀଙ୍କୁ ସାକ୍ଷତ କରି ଦେଶର ସାଂପ୍ରଦାୟିତ ଅସ୍ଥିରତା ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ସେପଟେ ଆର୍‌ଏସ୍‌ଏସ୍‌ର ମୁଖପାତ୍ର ସୁନୀଲ୍ ଅମ୍ବେକର୍ କହିଛନ୍ତି, ସର ସଙ୍ଘଚାଳକ ମୋହନ ଭାଗବତ ସମାଜର ସବୁ ବର୍ଗର ଲୋକଙ୍କୁ ଭେଟୁଛନ୍ତି । ଆର୍‌ଏସ୍‌ଏସ୍‌ ପକ୍ଷରୁ ହେଉଥିବା ନିରବଚ୍ଛିନ୍ନ ସାମଗ୍ରିକ ଆଲୋଚନାର ଏହାର ଏକ ଅଂଶବିଶେଷ ।

Advertisment
RSS Chief Mohan Bhagwat Umer Ahmed Ilyasi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ