ViralVideo: ବାପାଙ୍କ ସ୍ବପ୍ନକୁ ପୂରଣ କଲା ଗେହ୍ଲାପୁଅ, ଅଫିସରେ ଦେଲା ବଡ଼ ସରପ୍ରାଇଜ୍

UPSCରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବକଙ୍କ ନାଁ ହେଉଛି କ୍ଷିତିଜ୍ ଗୁରୁଭେଲେ । ଯିଏ କି ତାଙ୍କର ଏହି ଖୁସିର ମୂହୁର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଲ୍‌ ଇଣ୍ଡିଆ ରାଙ୍କରେ କ୍ଷିତିଜ୍ ୪୪୧ ସ୍ଥାନରେ ଅଛନ୍ତି ।

ଗେହ୍ଲାପୁଅ ଯେବେ ଅଫସର ହୁଏ...

ବାପା ଅଫିସରେ କର୍ମଚାରୀଙ୍କ ସହ ବସି ଲଞ୍ଚ କରୁଥିବା ବେଳେ ହଠାତ୍‌ ପଞ୍ଚିଗଲା ପୁଅ । ଆଉ କହିଲା ବଡ଼ ଅଫିସର ଆସିଲେ ଆପଣମାନେ ଛିଡ଼ା ହେବା କଥା ନା ନାହିଁ ? ଏଇ କଥା ପଦକ ସେ କହିଁକି କହିଲେ ହୁଏତ ଆପଣଙ୍କ ପାଇଁ ଅବୁଝା କିନ୍ତୁ ବାପା ଠିକ୍‌ ବୁଝିଗଲେ । ଆଉ ଅଇଁଠା ହାତରେ ପୁଅକୁ କୁଣ୍ଢାଇ ପକାଇଲେ । କାରଣ ଆଜି ତାଙ୍କ ପୁଅ ବଡ଼ ଅଫିସର ହୋଇଯାଇଛି । ତାଙ୍କ ପୁଅ ଏଥର UPSC କ୍ଲିୟର କରିଛି । ଏ ବୋଧେ ଏଇ ବାପାଙ୍କ ସ୍ୱପ୍ନ ଥିଲା, ଯାହା ଆଜି ତାଙ୍କ ସୁନା ପୁଅ ସେହି ସ୍ୱପ୍ନକୁ ପୂରଣ କରିଛି ।

ଅଧିକ ପଢ଼ନ୍ତୁ: ଦୁଇ ଆଙ୍ଗୁଠିରେ UPSC ଟପ୍ପର

UPSCରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବକଙ୍କ ନାଁ ହେଉଛି କ୍ଷିତିଜ୍ ଗୁରୁଭେଲେ । ଯିଏ କି ତାଙ୍କର ଏହି ଖୁସିର ମୂହୁର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଲ୍‌ ଇଣ୍ଡିଆ ରାଙ୍କରେ କ୍ଷିତିଜ୍ ୪୪୧ ସ୍ଥାନରେ ଅଛନ୍ତି । ବାପାଙ୍କୁ ସରପ୍ରାଇଜ୍‌ ଦେବାକୁ ନିଜେ ତାଙ୍କ ଅଫିସକୁ ଯାଇ ଏହି ଖୁସିଏର କଥା କହିଛନ୍ତି । ପୁଅଠାରୁ ଏହି କଥା ଶୁଣି ଭାବନାରେ ଗଦ୍‌ଗଦ୍ ହୋଇଯାଇଛନ୍ତି ବାପା । ତୁରନ୍ତ ଖାଇବା ପାଖରୁ ଉଠି ପୁଅକୁ କୁଣ୍ଢାଇ ପକାଉଛନ୍ତି । ଆଉ ଚୁମ୍ବନ ମଧ୍ୟ ଦେଉଛନ୍ତି । କାରଣ ତାଙ୍କର ସେଦିନର ସେହି କୁନି ଗେହ୍ଲା ପୁଅ ଆଜି ଅଫିସର ହୋଇଯାଇଛି ।

କ୍ଷିତିଜ୍‌ ସେହି ସମୟର ଖସିପରେ ସୋସିଆଲ ମିଡିଆରେ ତାଙ୍କର ଭାବନାକୁ ସେୟାର କରିଛନ୍ତି । କ୍ଷିତିଜ୍‌ ଲେଖିଛନ୍ତି, ମୁଁ ନିଜେ ମୋ ସଫଳତାର କଥା ମୋ ବାପାଙ୍କୁ ଜଣାଇଥିଲି । ମୋ ବାପା ତାଙ୍କ ସହକର୍ମୀଙ୍କ ସହ ଅଫିସ୍‌ରେ ଲଞ୍ଚ କରୁଥିଲେ । ଏହି ବିଶେଷ ମୁହୂର୍ତ୍ତ ପାଇଁ ମୁଁ ୨ ବର୍ଷ କଠିନ ପରିଶ୍ରମ କରିଛି । ଏହି ସଫଳତା ପଛରେ ମା’, ବାପା ଏବଂ ଦିଦିଙ୍କ ହାତ ରହିଛି । ମୁଁ ଏଥିପାଇଁ ସେମାନଙ୍କ ନିକଟରେ ସବୁଦିନ ପାଇଁ ଋଣୀ ରହିବି । ସୋସିଆଲ ମିଡିଆରେ କ୍ଷିତିଜ୍‌ଙ୍କ ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେଉଛି ।