Advertisment

ପୂର୍ବରୁ ଗ୍ୟାସ୍‌ କନେକ୍ସନ ନେଇଥିଲେ ମିଳିବ ଏହି ସୁବିଧା

ଗ୍ୟାସ୍‌ କନେକ୍ସନ ପାଇଁ ଅନ୍‌ଲାଇନ୍‌ ସୁବିଧା ମଧ୍ୟ ଉପଲ୍ଲବ୍ଧ ରହିଛି। ଯଦି ପୂର୍ବରୁ ଆପଣ ଗ୍ୟାସ୍‌ କନେକ୍ସନ ନେଇ ସାରିଛନ୍ତି, ତା’ହେଲେ ଏହି ଆଧାରରେ ଆପଣ ଦ୍ୱିତୀୟ ଥର ପାଇଁ ମଧ୍ୟ ଗ୍ୟାସ୍‌ କନେକ୍ସନ ନେଇ ପାରିବେ।

undefined

LPG Gas Cylinder

Advertisment

ନୂଆଦିଲ୍ଲୀ: ପୂର୍ବରୁ ଏଲ୍‌ପିଜି ସିଲିଣ୍ଡର(ରୋଷେଇ ଗ୍ୟାସ) କନେକ୍ସନ ନେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ହେଲେ ଏବେ ଏହା ବହୁତ ସହଜ ହୋଇଯାଇଛି। ଏବେ ଗ୍ୟାସ୍‌ କମ୍ପାନୀ ଗୁଡ଼ିକ ଏଥିପାଇଁ ଗ୍ରାହକଙ୍କୁ ଅନେକ ସ୍କିମ୍‌ ମଧ୍ୟ ପ୍ରଦାନ କରୁଛନ୍ତି। ଏହାସହ ଗ୍ୟାସ୍‌ କନେକ୍ସନ ପାଇଁ ଅନ୍‌ଲାଇନ୍‌ ସୁବିଧା ମଧ୍ୟ ଉପଲ୍ଲବ୍ଧ ରହିଛି। ଯଦି ପୂର୍ବରୁ ଆପଣ ଗ୍ୟାସ୍‌ କନେକ୍ସନ ନେଇ ସାରିଛନ୍ତି, ତା’ହେଲେ ଏହି ଆଧାରରେ ଆପଣ ଦ୍ୱିତୀୟ ଥର ପାଇଁ ମଧ୍ୟ ଗ୍ୟାସ୍‌ କନେକ୍ସନ ନେଇ ପାରିବେ। 

Advertisment

ପୂର୍ବରୁ ଥିବା ଗ୍ୟାସ୍‌ କନେକ୍ସନକୁ ଆଧାର କରି ଦ୍ୱିତୀୟ ଥର କନେକ୍ସନ ନେବାକୁ ଚାହୁଁଥିଲେ, ଏଥିପାଇଁ ଆପଣଙ୍କୁ ଆଧାର କାର୍ଡ ଓ କନେକ୍ସନ ନେବା ପାଇଁ ସମସ୍ତ ଡକ୍ୟୁମେଣ୍ଟସ୍‌ର ଏକ କପି ଗ୍ୟାସ୍‌ ଏଜେନ୍ସିକୁ ଦେବାକୁ ପଡ଼ିବ। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁସାରେ, ଦେଶର ଯେକୌଣସି ସ୍ଥାନରେ ରହୁଥିଲେ ମଧ୍ୟ ଆପଣଙ୍କ ପରିବାରର ପ୍ରଥମ ଏଲ୍‌ପିଜି ଗ୍ୟାସ୍‌ କନେକ୍ସନ ଆଧାରରେ ଆପଣଙ୍କୁ ଦ୍ୱିତୀୟ କନେକ୍ସନ ଅତି ସହଜରେ ମିଳିପାରିବ। ଏହାସହ ପୂର୍ବରୁ ଯେଭଳି ଭାବରେ ଆପଣଙ୍କୁ ଗ୍ୟାସ୍‌ କନେକ୍ସନର ସବ୍‌ସିଡି ମିଳୁଥିଲା, ଦ୍ୱିତୀୟ କନେକ୍ସନ ପାଇଁ ମଧ୍ୟ ଠିକ୍‌ ସେଭଳି ସବ୍‌ସିଡିର ଲାଭ ପାଇ ପାରିବେ। 

Advertisment

ବର୍ତ୍ତମାନ ସମସ୍ତ ଗ୍ୟାସ୍‌ କନେକ୍ସନ ଆଧାର କାର୍ଡ ସହ ଲିଙ୍କ୍‌ ହୋଇଛି। ତେଣୁ ଏଥିପାଇଁ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଗୋଟିଏ ଠିକଣାରେ ଅନେକ ଗ୍ୟାସ୍‌ କନେକ୍ସନ ସୁବିଧା ମଧ୍ୟ ସରକାର ପ୍ରଦାନ କରୁଛନ୍ତି। ଯଦି ଆପଣଙ୍କ ମା’-ବାପା କିମ୍ବା ଭାଇ-ଭଉଣୀଙ୍କ ନାଁରେ ପୂର୍ବରୁ କୌଣସି ଗ୍ୟାସ୍‌ କନେକ୍ସନ ଅଛି, ତା’ହେଲେ ଆପଣ ଚାହିଁଲେ ଏହି ଠିକଣାରେ ଦ୍ୱିତୀୟ ଥର ମଧ୍ୟ ଗ୍ୟାସ୍ କନେକ୍ସନ ନେଇପାରିବେ। ଏଥିପାଇଁ ପୂର୍ବରୁ ଗ୍ୟାସ୍‌ କନେକ୍ସନ ନେଇଥିବା କମ୍ପାନୀରେ ସମସ୍ତ ଡକ୍ୟୁମେଣ୍ଟସ୍‌ ଦାଖଲ କରିବାକୁ ପଡ଼ିବ ଓ ଆଡ୍ରେସ୍‌ ଭେରିଫିକେସନ୍‌ ପରେ ଆପଣଙ୍କୁ ଗ୍ୟାସ୍‌ କନେକ୍ସନ ମିଳିଯିବ। 

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆଧାରରେ ମଧ୍ୟ ଆପଣଙ୍କୁ ଏଭଳି ଗ୍ୟାସ୍‌ କନେକ୍ସନ ମିଳିପାରିବ। ଅଏଲ୍ ମାର୍କେଟିଂ କମ୍ପାନୀ ପକ୍ଷରୁ ଏହି ସୁବିଧଶ ପ୍ରଦାନ କରାଯାଉଛି। ଏଥିପାଇଁ ଆପଣଙ୍କୁ କୌଣସି ଠିକଣାର ତଥ୍ୟ ଦେବାକୁ ପଡ଼ିବ ନାହିଁ। ଆପଣଙ୍କୁ କେବଳ ଏକ ନୂଆ କନେକ୍ସନ ପାଇଁ ଆବେଦନ କରିବାକୁ ପଡ଼ିବ ଓ ଯାଞ୍ଚ ପରେ ଆପଣଙ୍କୁ ଅନୂଆ ଗ୍ୟାସ୍‌ କନେକ୍ସନ ମିଳିଯିବ। 

Advertisment
LPG Cylinder LPG Cylinder New Connection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ