Advertisment

ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନହେଲେ ଜୁଲାଇ ୧ରୁ ଡବଲ ଜରିମାନା

ଆପଣଙ୍କ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନାହିଁ କି। ତେବେ ଜୁନ୍ ଶେଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା, ପରେ ଡବଲ। ଯଦି କରି ନାହାନ୍ତି ତେବେ ଘରେ ବସି କେମିତି କରିବେ ଜାଣନ୍ତୁ।

ଅଦ୍ୟତନ ହୋଇଛି
If Pan with adhaar card not link then from 1 july mone penalty

If Pan with adhaar card not link then from 1 july mone penalty

Advertisment

ପାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୩ ରହିଛି। କିନ୍ତୁ ବର୍ତ୍ତମାନ ଆଧାର-ପାନ୍ କାର୍ଡକୁ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିବ। ୨୯ ମାର୍ଚ୍ଚ ୨୦୨୨ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ସିବିଡିଟି କହିଛି ଯେ ୩୧ ମାର୍ଚ୍ଚ ୨୦୨୨ ପରେ ଆଧାର କାର୍ଡକୁ ପ୍ୟାନ୍‌ କାର୍ଡ ସହିତ ଲିଙ୍କ୍ ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଏପରି ପରିସ୍ଥିତିରେ, ଯଦି ଜଣେ ବ୍ୟକ୍ତି ୩୦ ଜୁନ୍ ୨୦୨୨ ସୁଦ୍ଧା ଆଧାର କାର୍ଡ ଏବଂ ପାନ୍ କାର୍ଡକୁ ଲିଙ୍କ୍ ନ କରନ୍ତି, ତେବେ ତାଙ୍କୁ ୫୦୦ ଟଙ୍କା ବଦଳରେ ଅଧିକ ଜରିମାନା ଦେବାକୁ ପଡିବ।

Advertisment

ଜୁନ୍ ୩୦ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା:

ସିବିଡିଟି ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ଯଦି ଟିକସଦାତାମାନେ ୩୦ ଜୁନ୍ ୨୦୨୨ ସୁଦ୍ଧା ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍‌ କରନ୍ତି, ତେବେ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ।

ଜୁଲାଇ ୧ରୁ ବଢିବ:

ଟିକସ୍‌ଦାତାମାନେ ଯେଉଁମାନେ ଜୁଲାଇ ୧ରେ କିମ୍ବା ପରେ ସେମାନଙ୍କର ଆଧାର କାର୍ଡ ସହିତ ପାନ କାର୍ଡକୁ ସଂଯୋଗ କରନ୍ତି, ସେମାନଙ୍କୁ ୫୦୦ ଟଙ୍କା ବଦଳରେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଏହି ଦେୟ ଚାଲାଣ ନମ୍ବର ITNS 280 ମାଧ୍ୟମରେ କରାଯିବ। ଯଦି ଟିକସଦାତାମାନେ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଆଧାର କାର୍ଡ ଏବଂ ପାନ୍ କାର୍ଡକୁ ଲିଙ୍କ୍ ନ କରିବେ ତେବେ ସେମାନଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ।

Advertisment

ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାର ଏହା ହେଉଛି ସହଜ ଉପାୟ:

  • ସର୍ବପ୍ରଥମେ www.incometax.gov.in କୁ ଯାଆନ୍ତୁ
  • Quick ଲିଙ୍କ୍ ବିଭାଗରେ, ଲିଙ୍କ୍ ଆଧାର ଅପ୍ସନ୍‌କୁ ଯାଆନ୍ତୁ। ଏହା ଉପରେ କ୍ଲିକ୍ କରୁ କରୁ ଏକ ନୂଆ ୱିଣ୍ଡୋ ଖୋଲିଯିବ। ବର୍ତ୍ତମାନ ନିଜ ପାନ୍, ଆଧାର ସହିତ ନାଁ ଏବଂ ମୋବାଇଲ୍ ନମ୍ବର ସଂଲଗ୍ନ କରନ୍ତୁ।
  • ସମସ୍ତ ସୂଚନା ସଠିକ୍ ଭାବରେ ପୂରଣ କରିବା ପରେ, 'Validate My Aadhaar Details' ଅପସନ୍‌କୁ ଯାଆନ୍ତୁ ଏବଂ ‘Continue’ ଅପ୍‌ସନ୍‌ ଉପରେ କ୍ଲିକ୍ କରନ୍ତୁ।
  • ତୁମର ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ଆସିବ। ଏହାକୁ ସଠିକ୍ ଭାବରେ ପୂରଣ କରନ୍ତୁ ଏବଂ ‘Validate’ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଜରିମାନା ଭରଣ କରନ୍ତୁ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ତୁମର ପାନ୍ ଏବଂ ଆଧାର ଲିଙ୍କ୍ ହୋଇଯିବ।
Aadhaar-PAN Linking National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ