Advertisment

କଥା ଦେଲେ ନୀତୀଶ: ୨୪ରେ କ୍ଷମତାକୁ ଆସିଲେ ରାଜ୍ୟକୁ ମିଳିବ ଏମିତି ସୁବିଧା

୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର ।

ଅଦ୍ୟତନ ହୋଇଛି
Bihar CM  Nitish Kumar

Bihar CM Nitish Kumar

Advertisment

୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର । ଯଦି କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ ତେବେ ବିହାର ସମେତ ସମସ୍ତ ପଛୁଆ ରାଜ୍ୟକୁ ବିଶେଷ ରାଜ୍ୟର ମାନ୍ୟତା ମିଳିବ ବୋଲି  କଥା ଦେଇଛନ୍ତି ।

Advertisment

ଆଜି ପାଟଣା ସଂସଦ ଭବନରେ ଏକ ଗ୍ରାମୀଣ ସୋଲାର ଷ୍ଟ୍ରୀଟ ଲାଇଟ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତିଶ କୁମାର କହିଛନ୍ତି, ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ସେ ସବୁବେଳେ ଦାବି କରି ଆସୁଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ନୀତିଶ କହିଛନ୍ତି, ପ୍ରଧାନମନ୍ତ୍ରୀ ପାଟଣା ଆସିବାବେଳେ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ଦାବି ଉପସ୍ଥାପନ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ କରିନଥିଲେ। ସେ କହିଛନ୍ତି, ମୋ ରାଜ୍ୟର ଉନ୍ନତି ପାଇଁ ମୁଁ ସବୁବେଳେ ଚେଷ୍ଟା କରି ଆସୁଛି। ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି କହିଛନ୍ତି, ତାଙ୍କ ସରକାର କାମ କରୁଛି ହେଲେ ତାହାର ପ୍ରଚାର ନାହିଁ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନୀତିଶ ଆହୁରି କହିଥିଲେ, ୨୦୨୪ରେ ତୃତୀୟ ସାମ୍ମୁଖ୍ୟ କ୍ଷମତାକୁ ଆସିଲେ କେବଳ ବିହାର ନୁହେଁ, ଅନ୍ୟ ସମସ୍ତ ପଛୁଆ ରାଜ୍ୟକୁ ମଧ୍ୟ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବ।

Advertisment

ସୂଚନାଥାଉ କି, ଦେଶରେ ବର୍ତ୍ତମାନ ସୁଦ୍ଧା ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ଉତ୍ତରାଖଣ୍ଡ ଆଦି ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଛି । ଓଡ଼ିଶାକୁ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ଅନେକ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି।

ଏଠି କହିରଖିବୁ, ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତିଶ କୁମାର ଏବେ ଆରଜେଡି, କଂଗ୍ରେସ ଏବଂ ବାମଦଳ ପରି ଏକାଧିକ ଦଳକୁ ନେଇ ମହାମେଣ୍ଟ ଗଢିଛନ୍ତି। ନିକଟରେ ବିରୋଧୀଙ୍କୁ ଏକାଠି ଲାଗି ନୀତୀଶ କୁମାର ଦିଲ୍ଲୀ ବି ଗସ୍ତ କରିଥିଲେ ଏବଂ  ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଭେଟି ୨୪ରେ ଅଣ ବିଜେପି ସରକାର ଗଢିବା ନେଇ ଆଲୋଚନା କରିଥିଲେ ।

Advertisment

Special Category Status Nitish Kumar Bihar CM Nitish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ