Advertisment

ଇସାରା ଦେଲେ ମନ୍ତ୍ରୀ, ଲକଡାଉନ୍‌ -ସଟଡାଉନ୍‌ ପାଇଁ ପ୍ରସ୍ତୁତ ସରକାର

ଏହାସହ କେବଳ ଭାରତ ନୁହେଁ ବରଂ ବିଶ୍ୱରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢୁଛି। ଏହାସହ ଓମିକ୍ରନକୁ ଅଟକାଇବା ପାଇଁ ଭାରତ ସହ ଅନେକ ରାଷ୍ଟ୍ର ବୁଷ୍ଟର ଡୋଜ୍‌ ଦେବା ପାଇଁ ଚିନ୍ତା ମଧ୍ୟ କଲେଣି

ଅଦ୍ୟତନ ହୋଇଛି
undefined

lockdown

Advertisment

ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ। ଏହା ଏତେ ମାରାତ୍ମକ ଯେ, ଚାହୁଁ ଚାହୁଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନିଜର ପଞ୍ଝା ମେଲାଇ ଦେଉଛି। ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ଓ ସବୁ ରାଜ୍ୟର ସରକାର। ଆଉ ଏହାରି ମଧ୍ୟରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, କରୋନାର ନୂଆ ଭ୍ୟାରିଆଂଟ୍‌ ଓମିକ୍ରନ ଯେଉଁ ହିସାବରେ ମାଡ଼ି ଚାଲୁଛି ତାହାକୁ ଦେଖିଲେ ଲକଡାଉନ୍‌ ଓ ସଟଡାଉନ୍‌ କରିବା ହିଁ ଏକମାତ୍ର ଉପାୟ। ନହେଲେ ଦେଶରେ ଦ୍ୱିତୀୟ ଲହରରେ ଯେମିତି ଲୋକମାନେ ପୋକମାଛି ପରି ପ୍ରାଣ ତ୍ୟାଗ କଲେ ଏଥର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ।

Advertisment

ଏହାସହ କେବଳ ଭାରତ ନୁହେଁ ବରଂ ବିଶ୍ୱରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢୁଛି। ଏହାସହ ଓମିକ୍ରନକୁ ଅଟକାଇବା ପାଇଁ ଭାରତ ସହ ଅନେକ ରାଷ୍ଟ୍ର ବୁଷ୍ଟର ଡୋଜ୍‌ ଦେବା ପାଇଁ ଚିନ୍ତା ମଧ୍ୟ କଲେଣି। କିନ୍ତୁ ଟିକା ନେଲେ କରୋନା ହେଉଥିବାରୁ ଲକଡାଉନ୍‌ ଓ ସଟଡାଉନ୍‌ ହିଁ କରୋନାକୁ ରୋକିବାର ଏକ ମାତ୍ର ଉପାୟ ବୋଲି ସମ୍ପୃକ୍ତ ମନ୍ତ୍ରୀ ଜଣକ କହିଛନ୍ତି। ସୂଚନା ଅନୁସାରେ ମହାରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟ ୱାଡ଼େଟ୍ଟିୱାର୍‌ ଲକଡାଉନ୍‌ ହେବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି।

କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମକୁ ସେ କହିଛନ୍ତି, ଲକଡାଉନ୍‌ ଓ ସଟଡାଉନ୍‌ ପାଇଁ ଆମେ ପ୍ରସ୍ତାବ ଦେଇଛୁ। କିନ୍ତୁ ଏନେଇ ଚୂଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନେବେ ବୋଲି ସେ କହିଛନ୍ତି। ଏଠାରେ କହିରଖୁଛୁ ଯେ, ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ଯାହାକୁ ନେଇ କେବଳ ମହାରାଷ୍ଟ୍ର ନୁହେଁ ବରଂ ପୂରା ଦେଶ ଚିନ୍ତାରେ। କାରଣ ଦ୍ୱିତୀୟ ଲହରରେ ମଧ୍ୟ ମହାରାଷ୍ଟ୍ରରେ ଅନେକ ରୋଗୀ ପ୍ରାଣ ହରାଇଥିଲେ ତେଣୁ ଓମିକ୍ରନକୁ ଅଟକାଇବାକୁ ଲକଡାଉନ୍‌ ଓ ସଟଡାଉନ୍‌ ନିହାତି ଜରୁରୀ ବୋଲି ବିଜୟ କହିଛନ୍ତି।

Advertisment

ସୂଚନା ଅନୁସାରେ, ଓମିକ୍ରନ ପାଇଁ ମହାରାଷ୍ଟ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି। କୌଣସି ସ୍ଥାନରେ ୫୦ ଅଧିକ ଜନସମାଗମ ହୋଇ ପାରିବ ନାହିଁ। ବିବାହ କିମ୍ବା କୌଣସି ସାମାଜିକ, ରାଜନୈତିକ ଓ ଧାର୍ମିକ ଅନୁଷ୍ଠାନରେ ୫୦ରୁ ଅଧିକ ବ୍ୟକ୍ତି ଯୋଗ ଦେଇପାରିବେ ନାହିଁ। ଏପରିକି ଅନ୍ତିମ ଶୋଭାଯାତ୍ରାରେ ମାତ୍ର ୨୦ ଜଣ ବ୍ୟକ୍ତି ସାମିଲ ହେବେ ବୋଲି ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଏହାରି ମଧ୍ୟରେ ଲକଡାଉନ୍‌ ଓ ସଟଡାଉନ୍‌ କଥା ଆସିବାରୁ ସାରା ଦେଶର ନଜର ଏବେ ମହାରାଷ୍ଟ୍ର ଉପରେ।

COVID19 Maharashtra Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ